Advertisment

ବିଶ୍ୱକପ୍‌ରୁ ଭାରତ ବିଦାୟ ନେବାବେଳେ କାନ୍ଦିପକାଇଲେ ରୋହିତ ଶର୍ମା

୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା । ଲାଗୁଥିଲା ଏଥର ୧୫ ବର୍ଷ ଧରି ଭାରତୀୟ ଫ୍ୟାନ୍ସଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ହେଲେ...

author-image
Chandan Shishu
ଅଦ୍ୟତନ ହୋଇଛି
Captain Rohit Sharma

Captain Rohit Sharma

ଟି-ଟ୍ୱେଣ୍ଟି ସେମିଫାଇନାଲରେ ଭାରତ ହାରିବା ପରେ କାନ୍ଦି ପକାଇଲେ କ୍ୟାପଟେନ୍‌ ରୋହିତ ଶର୍ମା। ଆଡିଲେଡ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ସେମିଫାଇନାଲରେ ଭାରତ ଇଂଲଣ୍ଡ ଠାରୁ ହାରିଛି। ସେମିରେ ଭାରତକୁ ୧୦ ଉଇକେଟରେ ଇଂଲଣ୍ଡ ହରାଇଛି। ଭାରତର ସ୍କୋର ୧୬୮/୬କୁ ନୋ ଲଲ୍‌ରେ ହାସଲ କରିଛି ଇଂଲଣ୍ଡ। 

Advertisment

ଭାରତର ଟି-୨୦ ବିଶ୍ୱକପ ଜିତିବା ସ୍ୱପ୍ନ ପୁଣିଥରେ ଅଧାରେ ରହି ଯାଇଛି। ଇଂଲଣ୍ଡ ଠାରୁ ଭାରତ ହାରିବା ପରେ ନିଜ କୋହକୁ ସମ୍ଭାଳି ପାରିନାହାନ୍ତି ରୋହିତ ଶର୍ମା। ଡ୍ରେସିଂ ରୁମ୍‌ରେ ବସିଥିବା ବେଳେ ସେ କାନ୍ଦି ପକାଇଥିଲେ।  

Advertisment

୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା । ଲାଗୁଥିଲା ଏଥର ୧୫ ବର୍ଷ ଧରି ଭାରତୀୟ ଫ୍ୟାନ୍ସଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଅଷ୍ଟ୍ରେଲିଆରେ ଟ୍ରଫି କବଜା କରିବ ଭାରତ । ହେଲେ ଭାରତୀୟ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ରୋହିତ ଶର୍ମା ଆଣ୍ଡ କୋ । ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଛି। ଫାଇନାଲରେ ପାକିସ୍ତାନ ସହ ମୁକାବିଲା କରିବ ଇଂଲଣ୍ଡ ଟିମ୍ ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ୩୩ ବଲରେ ୬୩ ରନର ଇନିଂସ ଖେଳିଥିଲେ। ହେଲେ ତାଙ୍କର ଏହି ଇନିଂସକୁ ବେକାର କରି ଦେଇଛନ୍ତି ଆଲେକ୍ସ ହେଲ୍ସ ଓ ଜୋଶ ବଟଲର। ଉଭୟ ଆରମ୍ଭରୁ ଦମଦାର ବ୍ୟାଟିଂ କରିବା ସହ ଭାରତକୁ ପୂରା ମ୍ୟାଚ୍‌ରେ କମବ୍ୟାକ୍‌ କରିବାର କୌଣସି ସୁଯୋଗ ଦେଇନାହାନ୍ତି। ବିଶେଷ କରି ଆଜି ହେଲ୍ସଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଛି। ସେ ପ୍ରଥମେ ୨୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ବଡ଼ ବଡ଼ ଶଟ ଖେଳି ଶୀଘ୍ର ମ୍ୟାଚ୍‌ ଶେଷ କରିବା ମୁଡକୁ ଚାଲି ଆସିଥିଲେ। ତାଙ୍କୁ ବଟଲର ଭରପୂର ସହଯୋଗ କରିଥିଲେ। ସେ ମଧ୍ୟ ମଝିରେ ମଝିରେ ଚୌକା ଓ ଛକା ମାରି ଭାରତ ଉପରେ ଚାପ ବଳବତ୍ତର ରଖିଥିଲେ। ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରମାଗତ ବଲରେ ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ମାତ୍ର ୩୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। 

ଏହାପରେ ମହମ୍ମଦ ଶାମିଙ୍କୁ ଛକା ମାରି ଇଂଲଣ୍ଡର ସ୍କୋରକୁ ୧୫୦ ପାର କରାଇଥିଲେ। ଇଂଲଣ୍ଡର ଓପନିଂ ଯୋଡ଼ିକୁ ଭାଙ୍ଗିବା ପାଇଁ ଅଧିନାୟକ ରୋହିତ ଶର୍ମା ବୋଲିଂରେ ଏକାଧିକ ପରିବର୍ତ୍ତନ କରିଥିଲେ। କିନ୍ତୁ କେହି ବି ସଫଳତା ଦେବେକୁ ସକ୍ଷମ ହୋଇ ନଥିଲେ। ପୂରା ମ୍ୟାଚ୍‌ରେ ୧୫ତମ ଓଭରରେ ହିଁ ଭାରତ କେବଳ ୨ ରନ ଖର୍ଚ୍ଚ କରିଥିଲା। ଏହି ଓଭରଟି ଅକ୍ଷର ପଟେଲ ପକାଇଥିଲେ। ହେଲେ ବାକି ସବୁ ଓଭରରେ ଇଂଲଣ୍ଡ ୮ରୁ ଅଧିକ ରନ ହାସଲ କରିଥିଲା।

୧୬ତମ ଓଭରର ଶେଷ ବଲରେ ବଟଲର ଚମତ୍କାର ଢଙ୍ଗରେ ଶାମିଙ୍କୁ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ। ବଟଲର ଶେଷ ଯାଏ ୪୯ ବଲରେ ୮୦ ଓ ହେଲ୍ସ ୪୭ ବଲରେ ୮୬ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ୧୦ ୱିକେଟରେ ୨୪ ବଲ ପୂର୍ବରୁ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛି।

Ind Vs Eng T20 World Cup
Advertisment
Advertisment