Advertisment

Rohit Sharma and Virat Kohli central contract : ରୋକୋଙ୍କୁ ବଡ ଆଶ୍ବସ୍ତି, ବଦଳିବ ନାହିଁ ଗ୍ରେଡେସନ ସିଷ୍ଟମ

ଉଭୟ ଖେଳାଳି ଆଇପିଏଲ ଅଧାରେ ଇଂଲଣ୍ଡ ସିରିଜ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହା ପରେ ଉଭୟ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦିଆଯିବା ନେଇ ଆଲୋଚନା ହୋଇଥିଲା। ତେବେ ବୁଧବାର ଏହି ସମ୍ଭାବନାକୁ ଏଡାଇ ଯାଇଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ।

ଅଦ୍ୟତନ ହୋଇଛି
central contract

central contract

Advertisment

ଭାରତୀୟ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଓ ସୁପରଷ୍ଟାର ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ରୋକୋ ଭାବେ ପରିଚିତ ଏହି ଦୁଇ ଖେଳାଳିଙ୍କ ଅବସର ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ବଡ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ତେବେ ଉଭୟ ଖେଳାଳିଙ୍କୁ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ତଥା ପୂର୍ବପରି ଏ+ ଗ୍ରେଡରେ ରଖାଯିବ ବୋଲି ଜଣା ପଡିଛି। ଉଭୟ ଖେଳାଳି ଆଇପିଏଲ ଅଧାରେ ଇଂଲଣ୍ଡ ସିରିଜ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହା ପରେ ଉଭୟ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦିଆଯିବା ନେଇ ଆଲୋଚନା ହୋଇଥିଲା। ତେବେ ବୁଧବାର ଏହି ସମ୍ଭାବନାକୁ ଏଡାଇ ଯାଇଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ।

Advertisment

ଅଧିକ ପଢ଼ନ୍ତୁ:‘ଅପରେସନ୍ ସିନ୍ଦୂର’କୁ ନେଇ ଏମିତି କହିଲେ ଜାଭେଦ ଅଖତର; ଲୋକେ କଲେ ଟାର୍ଗେଟ୍

ଉଭୟ ଖେଳାଳି ପୂର୍ବରୁ ଟି୨୦ ଓ ବର୍ତ୍ତମାନ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ଉଭୟ ବର୍ତ୍ତମାନ ଦିନିକିଆ ସେଟଅପର ଅଂଶ ରହିଛନ୍ତି। ଉଭୟ ଭାରତୀୟ କ୍ରିକେଟର ପ୍ରମୁଖ ଅଙ୍ଗ ରହିଥିବା ବେଳେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦିଆଯିବ ନାହିଁ ବୋଲି କହିଛନ୍ତି ସାଇକିଆ। ଗ୍ରେଡ ଏ+ରେ ଖେଳାଳିଙ୍କୁ ମିଳୁଥିବା ସମସ୍ତ ସୁବିଧା ଏହି ଦୁଇ ଖେଳାଳିଙ୍କୁ ଦିଆଯିବ ବୋଲି ସାଇକିଆ ସ୍ପଷ୍ଟ କରିଛନ୍ତି।

Advertisment

ଉଭୟ ଚାମ୍ପିୟନ କ୍ରିକେଟର ଟି୨୦ ବିଶ୍ବକପ ବିଜୟ ପରେ କ୍ରିକେଟର ଛୋଟ ଫର୍ମାଟରୁ ଅବସର ନେଇଥିଲେ। ବିରାଟ କୋହଲି ଭାରତ ପାଇଁ ୨୦୧୧ରେ ଟେଷ୍ଟ ଡେବ୍ୟୁ କରିଥିଲେ। ତାଙ୍କର ଟେଷ୍ଟ କ୍ୟାପ ନମ୍ବର ୨୬୯ ରହିଥିଲା। ଭାରତ ପାଇଁ ୧୨୩ ଟେଷ୍ଟ ମ୍ୟାଚ ଖେଳି ସେ ୪୬.୮୫ ଆଭରେଜରେ ୯୨୩୦ ରନ ସ୍କୋର କରିଛନ୍ତି। ୨୫୪ ରନର ସର୍ବାଧିକ ସ୍କୋର ସହିତ ସେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ଦିନିକିଆରେ ୩୦୨ ମ୍ୟାଚ ଖେଳି ୧୪୧୮୧ ରନ ଓ ୧୨୫ ଟି୨୦ ମ୍ୟାଚରୁ ୪୧୮୮ ରନ ସ୍କୋର କରିଛନ୍ତି। ପୂର୍ବରୁ ଭାରତ ଟି୨୦ ବିଶ୍ବକପ ଜିତିବା ପରେ କୋହଲି ଟି୨୦ରୁ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ସେ କେବଳ ଦିନିକିଆ କ୍ରିକେଟରେ ସକ୍ରିୟ ରହିବେ।

ଅନ୍ୟ ପକ୍ଷରେ ରୋହିତ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ୩୮ ବର୍ଷୀୟ ରୋହିତ୍ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି । ବର୍ତ୍ତମାନ ସମୟରେ ସେ ଭାରତ ଟେଷ୍ଟ ଓ ଦିନିକିଆ ଟିମର ଅଧିନାୟକ ମଧ୍ୟ ଥିଲେ । ଗତ ବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ଟି୨୦ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଅପରପକ୍ଷେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ରୋହିତ ଶର୍ମା ।

Advertisment

ଅଧିକ ପଢ଼ନ୍ତୁ:ବିରାଟଙ୍କ ଟେଷ୍ଟ୍‌ କ୍ରିକେଟରୁ ସନ୍ନ୍ୟାସ ପରେ ନିରାଶରେ ଜାଭେଦ ଅଖ୍‌ତର୍; କାନ ଧରି କହିଲେ ଫେରିଆସ

Virat Kohli Rohit Sharma Test Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ