• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଏସିଆନ୍ ଗେମ୍ସର ଟେନିସ୍ ମିକ୍ସଡ୍‌ରେ ଇତିହାସ ରଚିଲା ଭାରତ । ଏସିଆନ୍ ଗେମ୍ସରେ ଆଉ ଏକ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି ଭାରତ। ଟେନିସ୍ ମିକ୍ସଡ୍ ଡବଲ୍ସରେ ରୋହନ ବୋପାନ୍ନା ଓ ରୁତୁଜା ଭୋସଲେଙ୍କ ଯୋଡ଼ି ଭାରତ ପାଇଁ ଆଣିଛନ୍ତି ଗୋଲ୍ଡ ମେଡାଲ । ଏହି ଭାରତୀୟ ଯୋଡ଼ି ଫାଇନାଲରେ ତାଇପେଇ ଯୋଡ଼ିଙ୍କୁ ୨-୬, ୬-୩ ଓ ୧୦-୪ରେ ପରାସ୍ତ କରିଛନ୍ତି। ଫାଇନାଲର ପ୍ରଥମ ସେଟ୍‌କୁ ରୋହନ ବୋପାନ୍ନ- ରୁତୁଜା ଭୋସଲେ ୨-୬ରେ ହାରିଯାଇଥିଲେ। କିନ୍ତୁ ଦ୍ୱିତୀୟ ସେଟ୍‌ରେ ଦମଦାର କମବ୍ୟାକ୍ କରିଥିଲେ ଭାରତୀୟ ଯୋଡ଼ି। ଶେଷରେ ସୁପର ଟ୍ରାଇ ବ୍ରେକ୍‌ରେ ମ୍ୟାଚ୍ ଜିତିଥିଲେ ରୋହନ୍ ଓ ରୁତୁଜା ଯୋଡ଼ି।

୧୯ତମ ଏସିଆନ୍ ଗେମ୍ସରେ ଏହା ହେଉଛି ଭାରତର ନବମ ସ୍ୱର୍ଣ୍ଣ। ଏହି ଗୋଲ୍ଡ ମେଡାଲ ସହ ଭାରତର ମୋଟ୍ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏହି ପଦକ ମଧ୍ୟରେ ୯ଟି ଗୋଲ୍ଡ, ୧୩ଟି ସିଲଭର୍ ଓ ୧୩ଟି ବ୍ରୋଞ୍ଜ୍‌ ମେଡାଲ ରହିଛି । ଏସିଆନ୍ ଗେମ୍ସର ସପ୍ତମ ଦିନରେ ଏହା ଥିଲା ଭାରତର ପ୍ରଥମ ସ୍ୱର୍ଣ୍ଣ।