Advertisment

ରୋଜର୍ ବିନି ହେବେ BCCIର ପରବର୍ତ୍ତୀ BOSS !

ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍-ICC ସଭାପତି ହୋଇପାରନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
BCCIର ପରବର୍ତ୍ତୀ BOSS !

BCCIର ପରବର୍ତ୍ତୀ BOSS !

ରୋଜର୍ ବିନି ହେବେ BCCIର ପରବର୍ତ୍ତୀ BOSS ! ସୌରଭ ଗାଙ୍ଗୁଲିଙ୍କ ପରେ ବିନି ହୋଇପାରନ୍ତି ପରବର୍ତ୍ତୀ ସଭାପତି। ଆସନ୍ତା ୧୮ ତାରିଖରେ ବିସିସିଆଇ ସଭାପତି ନେଇ ନିର୍ବାଚନ ହେବ। ତାପୂର୍ବରୁ ବିନିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି, ଏନେଇ କିଛି ବୋର୍ଡ ନିଜ ଚୂଡ଼ାନ୍ତ ମତ ସହ ସମର୍ଥନ ଜଣାଇଛନ୍ତି।

Advertisment

ଆସନ୍ତାକାଲିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଚୂଡ଼ାନ୍ତ ପ୍ରାର୍ଥୀପତ୍ର ୧୪ ତାରିଖରେ ପ୍ରକାଶ ପାଇବ। ସେହିପରି ଏଥର ବି ସମ୍ପାଦକ ଭାବେ ନିର୍ବାଚନ ଲଢ଼ିବେ ଜୟ ଶାହ। ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍-ICC ସଭାପତି ହୋଇପାରନ୍ତି।

ତେଣୁ ବିସିସିଆଇର ଦାୟିତ୍ୱ ଜଣେ ବରିଷ୍ଠ ଖେଳାଳିଙ୍କ ହାତରେ ଦେବା ପାଇଁ କିଛି ବୋର୍ଡ ନିଷ୍ପତ୍ତି ନେଇଥିଲେ। ୧୯୮୩ ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ୍ ଟିମ୍‌ରେ ଥିଲେ ରୋଜର୍ ବିନି। କପିଲ ଦେବଙ୍କ ସହ ଘନିଷ୍ଠ ଥିବା ବିନି ସେତେବେଳର ଧୂଆଁଦାର ପେସ୍ ବୋଲର୍ ସହ ଅଲରାଉଣ୍ଡର ଭାବେ ବେଶ୍ ପରିଚିତ ଥିଲେ।

Advertisment
ICC BCCI Saurav Ganguly
Advertisment
Advertisment