Advertisment

ଫିଟ୍‌ ହେଲେଣି ପନ୍ତ, ଏହି ଟୁର୍ଣ୍ଣାମେଣ୍ଟରେ କରିବେ ଧମାଲ

ଚଳିତ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପନ୍ତଙ୍କ ଫିଟ୍‌ନେସ୍‌କୁ ନେଇ ଏକ ଅପଡେଟ୍ ଦେଇଥିଲେ। ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଥିଲା କି ଋଷଭ ପନ୍ତ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଅଛନ୍ତି।

author-image
Santosh Kumar Sahoo
Rishabh Pant

Rishabh Pant

ଋଷଭ ପନ୍ତଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର କ୍ରିକେଟ ଫିଲ୍ଡରେ ନଜର ଆସିବେ ପନ୍ତ। ଟିମ୍ ଇଣ୍ଡିଆର ଧୁଆଁଧାର ୱିକେଟ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କୁ ନେଇ ଆସିଛି ନୂଆ ଅପଡେଟ୍। ଏକ ରିପୋର୍ଟ ଅନୁସାରେ ଇଂଲଣ୍ଡ ବିପକ୍ଷରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ମଧ୍ୟରେ ପନ୍ତ ତାଙ୍କ ଫିଟନେସ୍ ହାସଲ କରିନେବେ। କିନ୍ତୁ ସେ ଏହି ଟେଷ୍ଟରେ ଭାରତୀୟ ଦଳରେ ସାମିଲ ହେବେ ନାହିଁ।

Advertisment

ରିପୋର୍ଟରେ କୁହାଯାଇଛି କି ଋଷଭ ପନ୍ତଙ୍କ ଆଣ୍ଠୁ ଓ ଗୋଡ଼ ପୂର୍ବ ଅପେକ୍ଷା ଏବେ ଭଲ ଅଛି। ଏହା ଦିନକୁ ଦିନ ଭଲ ହେବାରେ ଲାଗିଛି। ଷ୍ଟମ୍ପ ପଛରେ ୱିକେଟ୍ କିପରଙ୍କ ପାଇଁ ଥିବା ସିଟ୍-ଅପ୍ ଡ୍ରିଲରୁ ମଧ୍ୟ ଭଲ ସଙ୍କେତ ମିଳିଛି। ତାଙ୍କ ରିକୋଭରୀ ଓ ଫିଟନେସ୍ ସ୍ତରର ଅଗ୍ରଗତିକୁ ଦେଖିଲେ ଆଶା କରାଯାଏ ଯେ ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ସେ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବେ। କିନ୍ତୁ ବିସିସିଆଇ ପନ୍ତଙ୍କ କେସ୍‌ରେ କୌଣସି ରିସ୍କ ନେବାକୁ ଚାହୁଁନି। ସେଥିପାଇଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସୁଯୋଗ ମିଳିବ ନାହିଁ। ତେଣୁ ସେ ସିଧାସଳଖ ଆଇପିଏଲରେ ହିଁ ନଜର ଆସିବେ।

ଚଳିତ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପନ୍ତଙ୍କ ଫିଟ୍‌ନେସ୍‌କୁ ନେଇ ଏକ ଅପଡେଟ୍ ଦେଇଥିଲେ। ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଥିଲା କି ଋଷଭ ପନ୍ତ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଅଛନ୍ତି। ଆଶା କରାଯାଉଛି କି ଫେବ୍ରୁଆରୀ ଶେଷ ସପ୍ତାହରେ ସେ ତାଙ୍କ ଫିଟ୍‌ନେସ୍ ସମ୍ପୂର୍ଣ୍ଣ ଭାବରେ ହାସଲ କରିନେବେ। ସେହିପରି ଆଇପିଏଲରେ ୱିକେଟ କିପିଂ କରିବାକୁ ନେଇ ମଧ୍ୟ ଫ୍ରାଞ୍ଚାଇଜ୍ ପକ୍ଷରୁ କୁହାଯାଇଥିଲା କି ଯଦି ବିସିସିଆଇ ସବୁଜ ସଙ୍କେତ ଦିଏ ତେବେ ପନ୍ତ କିପିଂ କରିବେ। ଅନ୍ୟଥା ସେ ଦଳରେ ବ୍ୟାଟ୍ସମ୍ୟାନ୍‌ ଭାବରେ ଖେଳିବେ ବୋଲି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁହାଯାଇଥିଲା।

Advertisment

ସୂଚନା ଅନୁସାରେ ଗତ ବର୍ଷ ଡିସେମ୍ବରରେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ଋଷଭ ପନ୍ତ। ଏହା ପରେ ତାଙ୍କ ଡାହଣ ଆଣ୍ଠୁର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ କ୍ରିକେଟଠୁ ଦୂରରେ ଅଛନ୍ତି ପନ୍ତ।

India News IPL Indian Cricket Rishabh Pant
Advertisment
Advertisment