Indian Cricket
ଇଂଲଣ୍ଡ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ କରୋନା ଭୟ । ପ୍ରଥମେ ଓ୍ୱିକେଟ କିପର ଋଷଭ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦଳର ଆଉ ଜଣେ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସୂଚନା ଅନୁସାରେ, ଥ୍ରୋ-ଡାଉନ ସ୍ପେଶାଲିଷ୍ଟ ଦୟାନନ୍ଦ ଘରାନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋଭିଡ୍ ଆକ୍ରାନ୍ତ ହୋଇଥିବାରୁ ସେ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟତମ ଓ୍ୱିକେଟ କିପର ରିଦ୍ଧିମାନ ସାହା ଓ ଆଉ ଜଣେ ସପୋର୍ଟ ଷ୍ଟାଫ ନିଜକୁ ଆଇସୋଲେନରେ ରଖିଛନ୍ତି ।
ଏବେ ଏମାନେ ଡରହାମ୍ରେ ଆରମ୍ଭ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଯାଇ ପାରିବେ ନାହିଁ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପରେ କିଛି ଦିନ ପାଇଁ ସମସ୍ତଙ୍କୁ ବାୟୋବବଲରୁ ମୁକ୍ତ କରାଯାଇଥିଲା । ଏହି ସମୟରେ ଅନେକ ଖେଳାଳି ଓ୍ୱିମ୍ବଲଡନ ଓ ୟୁରୋ କପ ଫୁଟବଲ ଦେଖିବାକୁ ଯାଇଥିଲେ । ପନ୍ତ ମଧ୍ୟ ୟୁରୋ କପରେ ଗୋଟିଏ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମକୁ ଯାଇଥିବା ଫଟୋ ଛାଡ଼ିଥିଲେ । ଏହି ସମୟରେ ହିଁ ସେ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ଅଭିଯାନ ଆରମ୍ଭ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)