• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କାର ଦୁର୍ଘଟଣାରୁ ବର୍ତ୍ତିବା ପରେ ଆଇପିଏଲ ଖେଳିବାକୁ ଯାଉଛନ୍ତି ଋଷଭ ପନ୍ତ । ତେବେ ଦୁର୍ଘଟଣାରେ ଗଭୀର ଆହତ ହୋଇଥିବା ଋଷଭଙ୍କ ପାଇଁ ପୁଣି ଥରେ କ୍ରିକେଟକୁ ଓହ୍ଲାଇବା ଏତେ ସହଜ ନଥିଲା । ପ୍ରବଳ ପୀଡ଼ା ଓ କଷ୍ଟ ଜର୍ଜରିତ ହୋଇ ସେ ସୁସ୍ଥ ହୋଇଛନ୍ତି । ପୁଣିଥରେ ପଡ଼ିଆକୁ ଫେରିବାର ଯାତ୍ରା ଋଷଭଙ୍କ ପାଇଁ ଏତେ ସହଜ ନଥିଲା ।

ଦୁର୍ଘଟଣା ପରେ ସେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ । ଏହି ସମୟରେ ତାଙ୍କ କଷ୍ଟକୁ ବର୍ଣ୍ଣନା କରିବାକୁ ଯାଇ ସେଠାକାର ଫିଜିଓ ଥେରାପିଷ୍ଟମାନେ କହିଛନ୍ତି; ଋଷଭ ଯେପରି ଭାବେ କଷ୍ଟ ସହି ପଡ଼ିଆକୁ ଓହ୍ଲାଇଛନ୍ତି, ତାହା ନିଶ୍ଚିତ ରୂପେ ପ୍ରଶଂସାଯୋଗ୍ୟ । ପ୍ରବଳ କଷ୍ଟ ସହି ସେ କାନ୍ଦି ପକାଇଥିଲେ ।

ଗତ ଡିସେମ୍ବର ୨୦୨୨ ରେ ପନ୍ତ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏନେଇ ଏନସିଏ ଫିଜିଓ ଥୁଲାସୀ ଯୁବରାଜ ପ୍ରାରମ୍ଭିକ ପର୍ଯ୍ୟାୟରେ ପନ୍ତ କିପରି କଷ୍ଟ ପାଇଥିଲେ, ତାହା ପ୍ରକାଶ କରିଛନ୍ତି । ଷ୍ଟ୍ରେଚରରେ ହସ୍ପିଟାଲକୁ ଯିବାବେଳେ, କୌଣସି ସ୍ଥାନରେ ପନ୍ତଙ୍କର ଗୋଡ଼ ବାଜି ଯାଇଥିଲା । ଏହା ହିଁ ଯଥେଷ୍ଟ ଥିଲା । ଯନ୍ତ୍ରଣାରେ ସେ ଏପରି ଚିତ୍କାର କରିଥିଲେ ଯେ କହିବା କଥା ନୁହେଁ । ପରେ ପରେ ସେ ଖୁବ ଜୋରରେ କାନ୍ଦିଥିଲେ ।

ଏପରି ଭୟଙ୍କର ଦୁର୍ଘଟଣାରୁ ପନ୍ତ ମୁକୁଳିବା କେବଳ ତାଙ୍କର ଆତ୍ମବିଶ୍ୱାସ ଓ ମାନସିକ ଶକ୍ତି ପାଇଁ ସମ୍ଭବ ହୋଇପାରିଛି ବୋଲି ଥେରାପିଷ୍ଟ କହିଥିଲେ । ପନ୍ତ ମାନସିକ ଭାବେ ଖୁବ ଶକ୍ତ ଥିଲେ । ତାଙ୍କର ଆତ୍ମବିଶ୍ୱାସ ହିଁ ତାଙ୍କୁ ପୁଣି ପଡ଼ିଆରେ ଛିଡ଼ା କରାଇଛି ବୋଲି କହିଛନ୍ତି ଥେରାପିଷ୍ଟ । ଦୁଇ ବର୍ଷ ମଧ୍ୟରେ ପୁଣି ଥରେ ସେ ଖେଳିବାକୁ ସଜ ହେବା ଆଶ୍ଚର୍ଯ୍ୟକର ବୋଲି ମତ ହେଇଛନ୍ତି ।

ଅନ୍ୟ ଜଣ ଏନସିଏର ଫିଜିଓ ଧନଞ୍ଜୟ କୌଶିକ କହିଛନ୍ତି ଯେ ଏହି ରିହାବ ପ୍ରୋସେସରେ ପନ୍ତ କେବଳ ପୁଷ୍ଟିକର ଖାଦ୍ୟ ହିଁ ଖାଇଥିଲେ । ଏଥିପାଇଁ ସେ ପ୍ରଶଂସାର ହକଦାର ବୋଲି କହିଛନ୍ତି । ଆଇପିଏଲ୍ ୨୦୨୪ ରେ ଫିଟ୍ ଘୋଷିତ ହେବା ପାଇଁ ପନ୍ତ ୧୪ ମାସ ଧରି ରିହାବ ପ୍ରୋସେସରେ ରହିଥିଲେ ।