• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆ କପ୍‌ ଓ ଦିନିକିଆ ବିଶ୍ୱକପ୍‌ରୁ ବାଦ ପଡ଼ିଲେ ୱିକେଟ୍‌ କିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ । ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଋଷଭ । ବର୍ତ୍ତମାନ ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ମଧ୍ଯ ସମ୍ପୂର୍ଣ୍ଣ ଭାବେ ସେ ସୁସ୍ଥ ନ ହୋଇଥିବାରୁ ତାଙ୍କୁ ଏସିଆ କପ୍‌ରୁ ତାଙ୍କୁ ବାଦ ଦିଆଯାଇଛି । 

ସୂଚନାନୁଯାୟୀ ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍‌ ହେବାକୁ ଥିବା ବେଳେ ଅକ୍ଟେବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଗତକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ପାଇଁ ଦଳ ଘୋଷଣା ହୋଇଥିବା ବେଳେ ସେଥିରେ ମଧ୍ୟ ଋଷଭଙ୍କୁ ସାମିଲ କରାଯାଇନାହିଁ । ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ଠିକ୍‌ ହେଉଥିବା ବେଳେ ଏବେ ବି ଚିକିତ୍ସାଧିନ ରହିଛନ୍ତି । ନିକଟରେ ଋଷଭ ଏକ ଆଶାବାଡ଼ି ଧରି ଚାଲିବାକୁ ଚେଷ୍ଟା କରୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା । ଏହାଛଡ଼ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ସମର୍ଥନ କରିବା ପାଇଁ ସେ ଅରୁଣ ଜେଟଲି ଷ୍ଟାଡିୟମରେ ପହଞ୍ଚିଥିଲେ ।

ଅଧିକ ପଢ଼ନ୍ତୁ: ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବାରୁ ରାଗିଗଲେ ଉର୍ବଶୀ, କହିଲେ...

ସୂଚନା ଥାଉକି ଗତ ଡିସେମ୍ବର ୩୦ ତାରିଖରେ ଭାରତୀୟ କ୍ରିକେଟର ଋଷଭ୍ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ମର୍ସିଡିଜ୍‌ କାର୍‌ରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଫେରୁଥିବା ବେଳେ ଦିଲ୍ଲୀ-ଡେରାଡୁନ୍‌ ହାଇୱେର ରୁର୍କୀ ବର୍ଡର ନିକଟରେ ଦୁର୍ଘଟଣା ହୋଇଥିଲା ।

ଡିଭାଇଡରରେ ପିଟି ହୋବା ପରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ପନ୍ତଙ୍କୁ ପ୍ରଥମେ ରୁର୍କୀର ସକ୍ଷମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡେରାଡୁନ୍‌ର ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ଋଷଭ । 

ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା । ଜାନୁଆରୀ ମାସରେ ଲିଗାମେଣ୍ଟ ସମସ୍ୟାର ସମାଧାନ ପାଇଁ ମୁମ୍ବାଇର ଗୋଟିଏ ହସ୍ପିଟାଲରେ ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଥିଲା।