• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଯେତେବେଳେ କ୍ରିକେଟର ଋଷଭ ପନ୍ତଙ୍କ କଥା ଉଠେ, ତେବେ ସେ ଏଭଳି କିଛି କହିଦିଅନ୍ତି ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ । ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ଉର୍ବଶୀ ଏକ ଟ୍ୱିଟ୍‌ରେ ଲେଖିଥିଲେ, “ମୁଁ ତୁମର ଏବଂ ତୁମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି' । ଏହା ପରେ ପୁଣି ଥରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା । ଯଦିଓ ଉର୍ବଶୀ ଟ୍ୱିଟର୍‌ରେ ଋଷଭଙ୍କ ନା’ ନ ଲେଖି ଟ୍ୱିଟ୍ କରିଥିଲେ, ତଥାପି ଏହି ଟ୍ୱିଟ୍ ଭାଇରାଲ୍ ହୋଇଥିଲା। ଏବେ ଉର୍ବଶୀଙ୍କ ଆଉ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ନିକଟରେ ଋଷଭ ନିଜ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ନେଇ ସୋସିଆଲ ମିଡ଼ିଆରେ ଭିଡିଓ ସେୟାର କରୁଛନ୍ତି । ତେବେ ଜଣେ ରିପୋର୍ଟର ଉର୍ବଶୀଙ୍କୁ ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଶ୍ନ ପଚାରିବାରୁ ସେ ରାଗିଯାଇ କିଛି ଉତ୍ତର ନ ଦେଇ ସେଠାରୁ ଚାଲିଯାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନ୍‌ଷ୍ଟାଗ୍ରାମରେ ଇନଷ୍ଟାବଲିଉଡ୍‌ ଆକାଉଣ୍ଟରୁ ଉର୍ବଶୀଙ୍କ ଏକ ସାକ୍ଷାତକାର ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ସେ ସାମ୍ବାଦିକଙ୍କ ପ୍ରଶ୍ନରେ ରାଗିଯାଇ ଉତ୍ତର ଦେଇନଥିଲେ ଓ ସେଠାରୁ ପଳାଇଥିଲେ ।

ରିପୋର୍ଟର ଉର୍ବଶୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଋଷଭଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ପ୍ରଥମେ ଟ୍ୱିଟ୍‌ ମାଧ୍ୟମରେ ମେସେଜ୍‌ ଦେଇଥିଲେ । ଏହାପରେ ଆପଣଙ୍କର ଋଷଭଙ୍କ ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଆଲୋଚନା ହୋଇଛି ନା ନାହିଁ । ଏତିକି ପ୍ରଶ୍ନରେ ଉର୍ବଶୀ ରାଗିଯାଇ ଉତ୍ତର ଦେଇଥିଲେ ଯେ, ଆପଣଙ୍କୁ କ’ଣ ଦରକାର..ଟିଆର୍‌ପି.. ଟିଆର୍‌ପି.. ଟିଆର୍‌ପି । ଯେଉଁଟା କି ମୁଁ ହେବାକୁ ଦେବି ନାହିଁ । ଉର୍ବଶୀଙ୍କ ଏହି ଉତ୍ତର ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି ।

 

ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବ‌େଳେ ଋଷଭ ପନ୍ଥଙ୍କ କାରଣରୁ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି । ସେ ସିଧାସଳଖ ଋଷଭଙ୍କ ନାମ ନ ନେଇ ମଧ୍ୟ ଥରେ କହିଥିଲେ ଯେ, ଜଣେ ଆର୍‌ପି ନାମକ ଯୁବକ ତାଙ୍କୁ ଭେଟିବାକୁ ଖୁବ୍ ବିବ୍ରତ ହେଉଛନ୍ତି ।

ଏହାର ଉତ୍ତରରେ ପନ୍ଥ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ, ‘ମୋ ପିଛା ଛାଡ଼ ଭଉଣୀ’ । ଏହା ପରେ ପନ୍ଥ ଏହି ପୋଷ୍ଟକୁ ହଟେଇ ଦେଇଥିଲେ । ଋଷଭ ଦୁର୍ଘଟଣାର ଶିକାର ହେବା ପରେ ଉର୍ବଶୀ ତାଙ୍କ ପାଇଁ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା ବି କରିଥିଲେ।