RCB vs GT, IPL 2025: କିଏ ମାରିବ ଆଜି ବାଜି ? କ’ଣ ରହିଛି ପିଚ୍‌ ରିପୋର୍ଟ ? ଜାଣନ୍ତୁ...

ଦିନକୁ ଦିନ ରୋମାଞ୍ଚକର ହେଉଛି ଆଇପିଏଲ ।  ଦିନ ଗଡୁଛି ଲଢ଼େଇ ଜୋରଦାର ହେଉଛି ।  ଆଜି ୧୪ତମ ଲିଗ୍ ମ୍ୟାଚରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସକୁ ଭେଟିବ । 

RCB vs GT, IPL 2025

ଆଜି ପୁଣି ଦେଖିବାକୁ ମିଳିପାରେ ଘମାଘୋଟ୍‌ ଲଢେଇ। ଆଜି ମୁଁହାମୁହିଁ ହେବେ ମିଆଁ ଭାଇ- କିଙ୍ଗ୍‌ କୋହଲି । ଏମ୍‌ଆଇ ବିପକ୍ଷରେ ଧୂଆଁଦାର୍‌ ବୋଲିଂ କରିବା ସହ ରୋହିତଙ୍କୁ ଧୂଳି ଚଟାଇ ଦେଇଥିଲେ ସିରାଜ । ପୁଣି ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ସମାନ ଘଟଣା ଦେଖିବାକୁ ମିଳି ପାରେ ବୋଲି କ୍ରିକେଟ୍‌ ସମୀକ୍ଷକଙ୍କ ମତ ରହିଛି। ୭ ବର୍ଷ ଧରି ଆର୍‌ସିବି ପାଇଁ ଖେଳିଥିବା ସିରାଜ୍‌ଙ୍କୁ ଏଥର କିନ୍ତୁ ଆର୍‌ସିବି କିଣି ନଥିଲା। 

ତେବେ ଦିନକୁ ଦିନ ରୋମାଞ୍ଚକର ହେଉଛି ଆଇପିଏଲ ।  ଦିନ ଗଡୁଛି ଲଢ଼େଇ ଜୋରଦାର ହେଉଛି ।  ଆଜି ୧୪ତମ ଲିଗ୍ ମ୍ୟାଚରେ  ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସକୁ ଭେଟିବ । ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ଘରୋଇ ଗ୍ରାଉଣ୍ଡ୍‌ରେ ମଧ୍ୟ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ମାତ୍ର ଗୁଜରାଟ ଟାଇଟନ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଅନ୍ୟପଟେ ଟିମ୍‌ ଇଣ୍ଡିଆର କିଙ୍ଗ୍ କୋହଲି ଓ ପ୍ରିନ୍ସ ଗିଲଙ୍କ ଉପରେ ଦର୍ଶକଙ୍କ ନଜର ରହିବ ।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

କୋହଲିଙ୍କୁ ଆଦର୍ଶ ମାନୁଥିବା ଗିଲ୍‌ ଭାରତୀୟ କ୍ରିକେଟର ଭବିଷ୍ୟତ ରୂପେ ଗଣା ହେଉଛନ୍ତି । ଉଭୟ ବର୍ତ୍ତମାନ ଚମତ୍କାର ଫର୍ମରେ ରହିଛନ୍ତି । ଫଳରେ ଦର୍ଶକ ଉଭୟଙ୍କ ବ୍ୟାଟିଂକୁ ଉତ୍ସୁକତାର ସହ ଅପେକ୍ଷା କରିଥିବେ । ପୂର୍ବ ରେକର୍ଡ ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରେ ରହିଛି । ଉଭୟ ଦଳ ୫ଥର ସାମ୍ନା ସାମ୍ନି ହୋଇଛନ୍ତି । ଏଥିରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ୩ଟି ମ୍ୟାଚ ଜିତିଛି । ଗତ ସିଜନରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଉଭୟ ମ୍ୟାଚ୍‌ ବିଜୟୀ ହୋଇଥିଲା । ଟାଇଟନ୍ସ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହୋଇଥିଲା । ମାତ୍ର ଦ୍ୱିତୀୟ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ମନୋବଳ ଦୃଢ କରିଛି । ତଥାପି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ବିପକ୍ଷ ମୁକାବିଲା ପୂର୍ବରୁ କିଛି ତ୍ରୁଟି ସୁଧାରିବାକୁ ହେବ । ମଧ୍ୟକ୍ରମ ବ୍ୟାଟରଙ୍କୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବା ଆବଶ୍ୟକ ।

ପ୍ରଥମ ୨ଟି ମ୍ୟାଚ୍‌ରେ ସାଇ ସୁଦର୍ଶନ ଓ ଜୋସ ବଟଲରଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିଛି । ଗିଲ୍‌ ମଧ୍ୟ ଏପର୍ଯ୍ୟନ୍ତ ଅର୍ଦ୍ଧଶତକ ଅର୍ଜନ କରିନାହାନ୍ତି । ମଧ୍ୟ ଭାଗରେ ଶାହରୁଖ, ସେରଫାନ ରଦରଫୋର୍ଡ ଓ ରାହୁଲ ତେୱାତିଆ ସଫଳ ହୋଇ ନାହାନ୍ତି । ଟାଇଟନ୍ସର ବୋଲିଂ ବିଭାଗ ସନ୍ତୁଳିତ ରହିଛି । ମହମ୍ମଦ ସିରାଜ, କାଗିସୋ ରାବାଡା, ପ୍ରସିଦ୍ଧ କ୍ରିଷ୍ଣା, ରସିଦ ଖାନ ଓ ସାଇ କିଶୋର ସଫଳ ହେଲେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟରଙ୍କୁ ସହଜରେ ଅଟକାଇ ପାରିବେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ଏପର୍ଯ୍ୟନ୍ତ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଛି । ଦଳର ସବୁ ବ୍ୟାଟର ଫର୍ମରେ ରହିଛନ୍ତି । ଜୋସ ହାଜେଲଉଡଙ୍କ ଅଧିନରେ ପେସ୍‌ ବାହିନୀ ମଧ୍ୟ ଘାତକ ବୋଲିଂ କରୁଛି । ଲେଗ ସ୍ପିନର ସୂୟାଶ ଶର୍ମାଙ୍କୁ ଇମ୍ପାକ୍ଟ ସବ୍‌ ଭାବେ ଖେଳାଇବାର ରଣନୀତି ମଧ୍ୟ ବେଶ ଫଳପ୍ରଦ ରହିଛି । 

ତେବେ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍‌ ଫିଲ୍ଡ ଯୋଗୁଁ ଏଠାରେ ସର୍ବଦା ବିଶାଳ ସ୍କୋର ସଂଗୃହୀତ ହୋଇଥାଏ । ମୈଦାନରେ ଛକା ଚୌକା ବର୍ଷା ହେବ । ରାତ୍ରିରେ କାକର ପ୍ରଭାବ ରହିବ । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଅଧିକ ପଢ଼ନ୍ତୁ: ଦିଲ୍ଲୀର ରୋମାଞ୍ଚକର ବିଜୟ, ଲକ୍ଷ୍ନୌ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ ଆଶୁତୋଷ ଶର୍ମା