• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

IPLରେ ଗତକାଲି ଖେଳାଯାଇଛି ଆଉ ଏକ ହାଇଭୋଲଟେଜ୍ ମ୍ୟାଚ୍ । ପଞ୍ଜାବକୁ ୪ ୱିକେଟରେ ମାତ୍ ଦେଇଛି ବେଙ୍ଗାଲୁରୁ । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଘରୋଇ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭୭ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା । ଯାହାକୁ ୧୯ ଓଭରରେ ଆଉ ୨ଟି ବଲରେ ବାକି ଥାଇ ୧୭୮ ରନ୍ କରି ମ୍ୟାଚ୍ କୁ ନିଜ ନାଁରେ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୬ ୱିକେଟ ହରାଇ ୧୭୬ ରନ କରିଥିଲା । ଧାୱନ ୪୫ ରନ କରିଥିବା ବେଳେ ଶଶାଙ୍ଗ ସିଂହ ୮ ବଲରୁ ୨୧ ରନ କରିଥିଲେ । ପ୍ରଭସିମରନ୍ ସିଂ ୧୭ ବଲରେ ୨୫ , ସାମ୍ କୁରେନ୍ ୧୭ ବଲରେ ୨୩, ଜିତେଶ ଶର୍ମା ୨୦ ବଲରେ ୨୭ ରନ୍ କରିଥିଲେ ।

ଜବାବରେ ବେଙ୍ଗାଲୁରୁ ଦମଦାର ବ୍ୟାଟିଂ କରି ମ୍ୟାଚ ଜିତି ନେଇଥିଲା । ମ୍ୟାଚରେ ପୁଣି ହିରୋ ସାଜିଥିଲେ ବିରାଟ କୋହଲି । ବିରାଟଙ୍କ ବ୍ୟାଟିଂର ଯାଦୁ ଦେଖିଥିଲେ ଦେଖିଥିଲେ ଫ୍ୟାନ୍ସ । ବ୍ୟକ୍ତିଗତ ଭାବେ ଚୌକା, ଛକା ବର୍ଷାରେ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ । ଦିନେଶ କାର୍ତ୍ତିକ ଅପରାଜିତ ୨୯ ଓ ମହିପାଲ ଲାମରୋର ଅପରାଜିତ ୧୭ ରନ୍ କରିଥିଲେ ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଫାଫ୍ ଡୁ ପ୍ଲେସି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ‌ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା । ଧାର୍ଯ୍ୟ ୨୦ ଓଭରରେ ପଞ୍ଜାବ କିଙ୍ଗ୍ସ ୬ ୱିକେଟରେ ୧୭୬ ରନ୍ କରିଥିଲା ।

୧୭୭ ରନର ବିଜୟ ଲକ୍ଷ୍ୟ ନେଇ ଖେଳିବାକୁ ଆସିଥିବା ଆରସିବି ୨୬ ରନରେ ନିଜର ଅଧିନାୟକଙ୍କୁ ହରାଇଥିଲା । ପରେ କ୍ୟାମେରନ ଗ୍ରୀନ ମଧ୍ୟ ନିରାଶ କରିଥିଲେ । ଗୋଟେ ପଟେ ବିରାଟ କୋହଲି ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟ ପଟେ ଗୋଟେ ପରେ ଗୋଟେ ୱିକେଟ ପଡ଼ି ଚାଲିଥିଲା । ଷ୍ଟାର ଅଲରାଉଣ୍ତର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ନିକାଶ କରିଥିଲେ ।

ପରେ ଶେଷ ବେଳକୁ ଦିନେଶ କାର୍ତ୍ତିକ ଓ ମହିପାଲ ଲୋମରୋର ଦମଦାର ବ୍ୟାଟିଂ କରି ଦଳକୁ ମ୍ୟାଚ ଜିତାଇ ଦେଇଥିଲେ । ଲୋମରୋର ମାତ୍ର ୮ ବଲରୁ ୧୭ ରନର ଦ୍ରୁତ ଇଂନିସ ଖେଳିଥିଲେ ।