Advertisment

Jadeja Record: ଏହି ସବୁ ରେକର୍ଡ ଭାଙ୍ଗି ପାରନ୍ତି ରବୀନ୍ଦ୍ର ଜାଡେଜା

ବିଦର୍ଭରେ ଗୁରୁବାର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଏକାଧିକ ବ୍ୟକ୍ତିଗତ ରେକର୍ଡ ଭାଙ୍ଗିବାର ସୁଯୋଗ ଜାଡେଜାଙ୍କ ନିକଟରେ ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିପାକ୍ଷିକ ଦିନିକିଆ ସିରିଜରେ ସର୍ବାଧିକ ୱିକେଟ ନେବାର ରେକର୍ଡ ଭାଙ୍ଗି ପାରନ୍ତି ଜାଡେଜା।

ଅଦ୍ୟତନ ହୋଇଛି
Jadeja

Jadeja

Advertisment

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଏକାଧିକ ରେକର୍ଡ ଭାଙ୍ଗି ପାରନ୍ତି। ବିଦର୍ଭରେ ଗୁରୁବାର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଏକାଧିକ ବ୍ୟକ୍ତିଗତ ରେକର୍ଡ ଭାଙ୍ଗିବାର ସୁଯୋଗ ଜାଡେଜାଙ୍କ ନିକଟରେ ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିପାକ୍ଷିକ ଦିନିକିଆ ସିରିଜରେ ସର୍ବାଧିକ ୱିକେଟ ନେବାର ରେକର୍ଡ ଭାଙ୍ଗି ପାରନ୍ତି ଜାଡେଜା। ଜେମ୍ସ ଆଣ୍ଡରସନ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି।

Advertisment

ଇଂଲଣ୍ଡର ଭେଟେରାନ ବୋଲର ଆଣ୍ଡରସନ ଦ୍ବିପାକ୍ଷିକ ସିରିଜରେ ୩୧ ମ୍ୟାଚରୁ ୪୦ ୱିକେଟ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି। ଅନ୍ୟ ପକ୍ଷରେ ଜାଡେଜା ୨୬ ମ୍ୟାଚ ଖେଳି ୩୯ ୱିକେଟ ନେଇ ସାରିଛନ୍ତି। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଜାଡେଜା ଗୋଟିଏ ୱିକେଟ ନେଲେ ଜାଡେଜା ଆଣ୍ଡରସନଙ୍କୁ ଅତିକ୍ରମ କରିବେ। ଇଂଲଣ୍ଡର ଅନ୍ୟତମ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ୩୦ ମ୍ୟାଚରୁ ୩୭ ୱିକେଟ, ହରଭଜନ ସିଂ ୨୩ ମ୍ୟାଚରୁ ୩୬ ଓ ଜଭଗଲ ଶ୍ରୀନାଥ ୨୧ ମ୍ୟାଚରୁ ୩୫ ୱିକେଟ ନେଇଛନ୍ତି।

ଅଧିକ ପଢ଼ନ୍ତୁ: ବାରବାଟୀରେ ଟିକେଟ ପାଇଁ ଦଳାଚକଟା; ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ

ସେହିପରି ପଞ୍ଚମ ଭାରତୀୟ ଖେଳାଳି ଭାବେ ଜାଡେଜାଙ୍କ ନିକଟରେ ୬୦୦ ୱିକେଟ ନେବାର ସୁଯୋଗ ରହିଛି। ସେ ବର୍ତ୍ତମାନ ସୁଦ୍ଧା ଅନ୍ତର୍ଜାତୀୟ କ୍ରିକେଟରେ ୫୯୭ ୱିକେଟ ନେଇଛନ୍ତି। ନିକଟରେ ଭାରତକୁ ଟି୨୦ ବିଶ୍ବକପ ଜିତାଇବା ପରେ ଟି୨୦ରୁ ଅବସର ଘୋଷଣା କରିଥିଲେ ଜାଡେଜା। ୩ଟି ଯାକ ଫର୍ମାଟରେ ଜାଡେଜା ୩୫୧ ମ୍ୟାଚ ଖେଳିଛନ୍ତି। ଦିନିକିଆରେ ସେ ୨୨୦ ଓ ଟେଷ୍ଟରେ ୩୨୩ ୱିକେଟ ଅକ୍ତିଆର କରିଛନ୍ତି। ଏହା ବ୍ୟତୀତ ଟି୨୦ ଅନ୍ତର୍ଜାତୀୟରେ ୫୪ ୱିକେଟ ନେଇଛନ୍ତି। ପୂର୍ବରୁ କେବଳ ୪ ଜଣ ଭାରତୀୟ ଖେଳାଳି ୬୦୦ ଉଇକେଟ କ୍ଲବରେ ସାମିଲ ଅଛନ୍ତି।

Advertisment

ଅନୀଲ କୁମ୍ବଲେ ୪୦୧ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୯୫୩ ଉଇକେଟ ନେଇଛନ୍ତି। ଅନୀଲ କୁମ୍ବଲେ ଏହି ତାଲିକାର ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ରବିଚନ୍ଦ୍ରନ ଅଶ୍ବିନ ୨୮୭ ମ୍ୟାଚରୁ ୭୬୫ ୱିକେଟ ନେଇଛନ୍ତି। ଟର୍ବାନେଟର ହରଭଜନ ସିଂ ୩୬୫ ମ୍ୟାଚରେ ୭୦୭ ୱିକେଟ ନେଇ ତୃତୀୟ ସ୍ଥାନରେ ଥିବା ବେଳେ କପିଳ ଦେବ ୩୫୬ ମ୍ୟାଚରୁ ୬୮୭ ୱିକେଟ ନେଇଛନ୍ତି। ଅନ୍ୟ ପକ୍ଷରେ ୩୫୧ ମ୍ୟାଚରୁ ୫୯୭ ୱିକେଟ ନେଇ ପଞ୍ଚମ ସ୍ଥାନରେ ଅଛନ୍ତି।

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲୀୟ ଅଧିନାୟକଙ୍କ ନୂଆ ଆଡ ଫିଲ୍ମ, ବିରାଟ କୋହଲିଙ୍କୁ କଲେ ଟ୍ରୋଲ

Advertisment
Ravindra Jadeja James Anderson
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ