• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡୋମିନିକା ଟେଷ୍ଟରେ ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ । ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ପୁରା ୱେଷ୍ଟଇଣ୍ଡିଜ ଟିମ୍ ୧୫୦ରନରେ ଅଲ୍‌ଆଉଟ୍ ହୋଇଛି । ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ଆଗରେ ୱେଷ୍ଟଇଣ୍ଡିଜ ଟିମ୍ ଖେଳିପାରି ନଥିଲେ । ଅଶ୍ୱିନ ୬୦ ରନ ଦେଇ ୫ଟି ୱିକେଟ ଓ ଜାଡେଜା ୨୬ ରନ୍ ଦେଇ ୩ଟି ୱିକେଟ୍‌ ନେଇଥିଲେ ।

ଜବାବରେ ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ଓ ଯଶସ୍ୱୀ ଯଶୱାଲ ଇନିଂସ ଓପନ କରିଥିଲେ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ରୋହିତ ୩୦ ଓ ଯଶୱାଲ ୪୦ରନ୍ କରି ଅପରାଜିତ ଅଛନ୍ତି । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ୫ ୱିକେଟ୍‌ ନେଇ ରବିଚନ୍ଦ୍ରନ ଅଶ୍ୱିନ ଅନେକ ରେକର୍ଡ ହାସଲ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବାପା ଓ ପୁଅ ଦୁଇ ଜଣଙ୍କ ୱିକେଟ୍‌ ନେବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ୱେଷ୍ଟଇଣ୍ତିଜର ମହାନ ଖେଳାଳି ଶିବନାରାୟଣ ଚନ୍ଦ୍ରପଲ୍‌ଙ୍କୁ ୪ ଥର ଆଉଟ୍‌ କରିଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅ ତେଜନାରାୟଣ ଚନ୍ଦ୍ରପଲ୍‌ଙ୍କୁ ମଧ୍ୟ ଆଉଟ୍‌ କରିଛନ୍ତି ।

ଅଧିକ ପଢ଼ନ୍ତୁ: ୨୦୨୩ ବିଶ୍ୱକପ୍‌ରେ କିଏ ହେବ ଟିମ୍ ଇଣ୍ଡିଆର ୱିକେଟ୍‌କିପର୍‌-ବ୍ୟାଟର୍

ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌ ପାଇଁ କ୍ରେଗ୍ ବ୍ରାଥ୍‌ୱେଟ୍ ଏବଂ ଟାଗେନାରାୟଣ ଚନ୍ଦ୍ରପଲ୍‌ ପାଳି ଆରମ୍ଭ କରିଥିଲେ। ଅଶ୍ୱିନ ନିଜ ତୃତୀୟ ଓଭରରେ ଭାରତକୁ ପ୍ରଥମ ୱିକେଟ୍ ଦେଇଥିଲେ । ଟା‌ଗେନାରାୟଣଙ୍କୁ ସେ ବୋଲ୍ଡ କରି ଦେଇଥିଲେ। ନିଜର ଦୁଇ ଓଭର ପରେ ସେ ଅନ୍ୟତମ ଓପନର୍ ତଥା ଅଧିନାୟକ ବ୍ରାଥ୍‌ୱେଟଙ୍କୁ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍‌ କରାଇଥିଲେ ।