Advertisment

‘ଶାହିନ୍‌ ଶାହା ଆଫ୍ରିଦ୍‌ଙ୍କୁ ଏତେ ଡରିବା ଆବଶ୍ୟକ ନାହିଁ’: ରବି ଶାସ୍ତ୍ରୀ

ଏହି ସମୟରେ ପାକିସ୍ତାନର ବୋଲିଂ ଲାଇନ୍‌ ଅଫ୍‌କୁ ନେଇ ବଡ଼ ବୟାନ ଦେଇଛନ୍ତି ରବି ଶାସ୍ତ୍ରୀ। ସେ କହିଛନ୍ତି ‘ସମସ୍ତେ କହୁଛନ୍ତି ପାକିସ୍ତାନ ପାଖରେ ଭଲ ବୋଲିଂ ଲାଇନ୍‌ ଅଫ୍‌ ଅଛି। ଏହା କିନ୍ତୁ ମିଛ। ବର୍ତ୍ତମାନ ସମୟରେ ପାକିସ୍ତାନ ବୋଲିଂ ଦୁର୍ବଳ।

author-image
Santosh Kumar Sahoo
Ravi Shastri On Shaheen Afridi

Ravi Shastri On Shaheen Afridi

ବିଶ୍ୱକପ୍‌ରେ ପୁଣି ଭାରତଠାରୁ ହାରିଲା ପାକିସ୍ତାନ। ଗତକାଲି ଦିନିକିଆ ବିଶ୍ୱକପ୍‌ରେ ପୁଣି ଥରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। ଏହି ମ୍ୟାଚ୍‌ରେ ମଧ୍ୟ ଭାରତଠୁ ଶୋଚନୀୟ ପରାଜୟ ବରଣ କରିଛି ପାକିସ୍ତାନ୍‌। ଏହି ମ୍ୟାଚ୍‌ ପୂର୍ବରୁ ବିଶ୍ୱକପ୍‌ ଇତିହାସରେ ଭାରତଠାରୁ ଗୋଟିଏ ବି ମ୍ୟାଚ୍‌ ଜିତିପାରିନଥିଲା ପାକିସ୍ତାନ। ଗତକାଲି ମଧ୍ୟ ଏହି ରେକର୍ଡ ଜାରି ରହିଛି। ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଉଭୟ ଦଳ ୮ ଥର ମୁହାଁ ମୁହିଁ ହୋଇଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ୍‌ରେ ବିଜୟର ସ୍ୱାଦ ଚାଖିପାରିନି ପାକ୍ ଟିମ୍। ଏହି ବଡ଼ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନର ବୋଲିଂ ଲାଇନ୍‌ ଅଫ୍‌କୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ତେବେ ପାକିସ୍ତାନ ବୋଲିଂ ଲାଇନ୍ ଅଫ୍‌କୁ ନେଇ ଗତକାଲି କମେଣ୍ଟ୍ରି ବକ୍ସରେ ବଡ଼ ବୟାନ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ।

Advertisment

ଗତକାଲ ମ୍ୟାଚ୍‌ ସମୟରେ ହିନ୍ଦୀ କମେଣ୍ଟ୍ରି ବକ୍ସରେ ଉପସ୍ଥିତ ଥିଲେ ରବି ଶାସ୍ତ୍ରୀ, ଇରଫାନ୍ ପଠାନ ଓ ଜତିନ୍ ସାପ୍ରୁ। ଏହି ସମୟରେ ପାକିସ୍ତାନର ବୋଲିଂ ଲାଇନ୍‌ ଅଫ୍‌କୁ ନେଇ ବଡ଼ ବୟାନ ଦେଇଛନ୍ତି ରବି ଶାସ୍ତ୍ରୀ। ସେ କହିଛନ୍ତି ‘ସମସ୍ତେ କହୁଛନ୍ତି ପାକିସ୍ତାନ ପାଖରେ ଭଲ ବୋଲିଂ ଲାଇନ୍‌ ଅଫ୍‌ ଅଛି। ଏହା କିନ୍ତୁ ମିଛ। ବର୍ତ୍ତମାନ ସମୟରେ ପାକିସ୍ତାନ ବୋଲିଂ ଦୁର୍ବଳ। ନସିମ୍ ଶାହା ଆହତ କାରଣରୁ ବିଶ୍ୱକପ୍‌ ଖେଳୁନାହାନ୍ତି। ପାକ୍‌ ଦଳରେ ଭଲ ସ୍ପିନର ବି ନାହାନ୍ତି। ଆଉ ଶାହିନ ଶାହା ଆଫ୍ରିଦ ୱାସିମ୍ ଆକ୍ରମ ନୁହଁନ୍ତି। ସେ ଜଣେ ଭଲ ବୋଲର। କିନ୍ତୁ ତାଙ୍କୁ ଏତେ ଭୟଭୀତ କରିବାର ଆବଶ୍ୟକତା ନାହିଁ। ଏହା ସହ ତାଙ୍କୁ ଜଣେ ଅବିଶ୍ୱସନୀୟ ବୋଲର କହି ଅଧିକ ପ୍ରଶଂସା କରିବା ମଧ୍ୟ ଦରକାର ନାହିଁ ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ।

ସୂଚନା ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ବୋଲରଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ପାକ୍‌ ବୋଲରଙ୍କ ସାମ୍ନାରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଧିକ ସମୟ ତିଷ୍ଠି ପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌। ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ସାମ୍ନାରେ କୌଣସି ପାକ୍‌ ବୋଲର ସଫଳ ହୋଇପାରନଥିଲେ। ଯାହା ଫଳରେ ଭାରତ ଏହି ମ୍ୟାଚ୍‌କୁ ମାତ୍ର ୩୦.୩ ଓଭରରେ ଜିତିନେଇଥିଲା।

Advertisment
India Ravi Shastri India Vs Pakistan Shaheen Afridi
Advertisment
Advertisment