• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଇପିଏଲ ୨୦୨୨ରେ ନୂଆ କରି ଏଣ୍ଟ୍ରି ମାରିଥିବା ଲକ୍ଷ୍ନୌ ଟିମ୍‌ ଏବେ ଜବରଦସ୍ତ ଫର୍ମରେ । ଲଗାତାର ୩ଟି ମ୍ୟାଚ୍‌ ଜିତି ଦଳ ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଡେବ୍ୟୁ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସର ବିଜୟ ଧାରା ଅବ୍ୟାହତ ରହିଛି । ପରାଜୟରୁ ସିଜିନ ଆରମ୍ଭ କରିଥିବା କେଏଲ ରାହୁଲଙ୍କ ଏହି ଲକ୍ଷ୍ନୌ ଟିମ୍‌ ଜବରଦସ୍ତ କମବ୍ୟାକ କରିଛି ।

ତେବେ ପଏଣ୍ଟ ଟେବୁଲରେ ପୂର୍ବଭଳି କୋଲକାତା ୧ନଂ ସ୍ଥାନରେ ରହିଥିବା ବେଳେ ୩ନଂ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ଅନ୍ୟପଟେ ଚାମ୍ପିଅନ୍‌ କୁହାଯାଉଥିବା ଚେନ୍ନାଇ ଓ ମୁମ୍ବାଇ ଟିମ୍‌ ପଏଣ୍ଟ ଟେବୁଲର ୮-୯ ନମ୍ବର ସ୍ଥାନରେ ରହିଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ବଡ଼ ଅସନ୍ତୋଷ । ସୋସିଆଲ ମିଡିଆରେ ମୁମ୍ବାଇ ଓ ଚେନ୍ନାଇକୁ ପ୍ରବଳ ଟ୍ରୋଲ କରାଯାଉଛି । ପଏଣ୍ଟ ଟେବୁଲର ଶେଷରେ ରହିଛି ସନ୍‌ ରାଇଜର୍ସ ହାଇଦ୍ରାବାଦ । ସେହିଭଳି ଗୁଜରାଟ ଟାଇଟନ୍ସ ନିଜର ୨ଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।

IPL Point TableIPL Point Table

ଗୁରୁବାର ରାତିରେ ଖେଳା ଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଲକ୍ଷ୍ନୌର ବ୍ୟାଟ୍ସମ୍ୟାନ୍‌ ଓ ବୋଲରମାନେ କମାଲ କରିଛନ୍ତି । ବିଶେଷ କରି କ୍ୱିଣ୍ଟନ ଡି’କକଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବାକୁ ମିଳିଛି । ସେ ୫୨ ବଲ୍‌ରେ ୮୦ ରନ୍‌ କରିବାରୁ ଦଳ ଋଷଭ ପନ୍ତଙ୍କ ଦିଲ୍ଲୀକୁ ୬ ୱିକେଟରେ ହରାଇ ଦେଇଛି ।

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ୱିକେଟ ହରାଇ ୧୪୯ ରନ୍‌ କରିଥିଲା । ଏହାର ଜବାବରେ ଲକ୍ଷ୍ନୌ ୪ ୱିକେଟ ହରାଇ ୨ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟ ହାସଲ କରି ନେଇଛି । ୮୦ ରନର ଇନିଂସ ଖେଳିଥିବା ଡି’କକ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।

ଦିଲ୍ଲୀ ପାଇଁ ପୃଥ୍ୱୀ ଶ’ଙ୍କ ସହ ପ୍ରଥମଥର ପାଇଁ ଡାଭିଡ ୱାର୍ଣ୍ଣର ଇନିଂସ ଆରମ୍ଭ କରିଥିଲେ । ୱାର୍ଣ୍ଣର ଗତ ସଂସ୍କରଣ ଭଳି ଏଥର ମଧ୍ୟ ଆଇପିଏଲରେ ରନ୍ କରିବାକୁ ସଂଘର୍ଷ କରିଥିଲେ। ହେଲେ ପୃଥ୍ୱୀ ଶ’ ବଡ଼ବଡ଼ ଶଟ୍ ଖେଳିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ୱିକେଟ ପାଇଁ ଶ’ ଓ ୱାର୍ଣ୍ଣର ୬୭ ରନ୍‌ ଯୋଡ଼ିଥିଲେ ।