/odishatv-khabar/media/post_attachments/uploadimage/library/16_9/16_9_0/R_Ashwini_1710652600.jpg)
R Ashwini
ଆର୍ ଅଶ୍ୱିନୀ ବା ରବି ଚନ୍ଦ୍ରନ୍ ଅଶ୍ୱିନୀ । ଏହି ନାଁ ଏବେ କେବଳ ଭାରତୀୟ କ୍ରିକେଟ୍ ଜଗତରେ ନୁହେଁ ବରଂ ସାରା ବିଶ୍ୱରେ ପରିଚିତ । ଜଣେ ଦୁର୍ଦଶ ବୋଲର ଭାବେ ଏବେ ସାରା ବିଶ୍ୱରେ ଅଶ୍ୱିନୀଙ୍କ ପରିଚୟ ରହିଛି । ବିଶ୍ୱର କୋଣ ଅନୁକୋଣରେ ଅଶ୍ୱିନୀଙ୍କ ଫ୍ୟାନ୍ ଫଲୋଅର୍ସ ରହିଛନ୍ତି । ତେବେ ସେହି ଫ୍ୟାନ୍ ଫଲୋଅର୍ସ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି । ଆଉ ତାହା ହେଲା, ଆଶ୍ୱିନୀଙ୍କୁ ମିଳିଛି ଏକ ବଡ଼ ଉପହାର ।
ଟେଷ୍ଟ କ୍ୟାରିୟରରେ ୫୦୦ ୱିକେଟ୍ କ୍ଲବ୍ରେ ସାମିଲ ହେବା ପରେ TNCA ପକ୍ଷରୁ ଅଶ୍ୱିନୀଙ୍କୁ ଉପହାର ଦିଆଯାଇଛି । ଏକ ମଞ୍ଚରେ ଅଶ୍ୱିନୀଙ୍କୁ ସମ୍ମାନିତ କରାଯିବ ସହ ତାଙ୍କୁ ୫୦୦ଟି ସ୍ୱର୍ଣ୍ଣ ମୁଦ୍ରା ଉପହାର ଦିଆଯାଇଛି । ଏହାସହ ତାଙ୍କୁ ସଂସ୍ଥା ପକ୍ଷରୁ ଏକ କୋଟି ଟଙ୍କାର ଚେକ୍ ମଧ୍ୟ ଦିଆଯାଇଛି ।
A Night of Prestige: TNCA is proud to facilitate the Ashwin’s impeccable achievement for the national team!🥳#Tnca#TncaCricketpic.twitter.com/hgPHuFcN7i
— TNCA (@TNCACricket) March 16, 2024
ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଅଶ୍ୱିନୀ ଉତ୍ତମ ପ୍ରଦର୍ଶନ କରିବା ସହ ୫୦୦ ୱିକେଟ୍ ହାସଲ କରି ଏକ ରେକର୍ଡ କରିଛନ୍ତି । ଧର୍ମଶାଳାରେ ଖେଳାଯାଇଥିଲା ଏହି ଟେଷ୍ଟ ମ୍ୟାଚ୍ । ଏହା ଅଶ୍ୱିନୀଙ୍କ ୧୦୦ ତମ ମ୍ୟାଚ୍ ରହିଥିଲା ।
ତେବେ ଏହି ସବୁ ବିରଳ ରେକର୍ଡର ଅଧିକାରୀ ହେବା ଫଳରେ ତାମିଲନାଡ଼ୁ କ୍ରିକେଟ ଆସୋସିଏସନ୍ ପକ୍ଷରୁ ଅଶ୍ୱିନୀଙ୍କୁ ୫୦୦ ସ୍ୱର୍ଣ୍ଣ ମୁଦ୍ରା ସହ ଏକ ସେନ୍ଗଲ ଓ ସ୍ୱତନ୍ତ୍ର ଧରଣର ବ୍ଲେଜର ପ୍ରସ୍ତୁତ କରି ତାଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଛି । ଏହା ସହ ଏକ କୋଟି ଟଙ୍କାର ଚେକ୍ ମଧ୍ୟ ଦିଆଯାଇଛି ।
TNCA presented 500 Gold coins & a cheque of 1 crore to Ashwin for completing 500 wickets in Test cricket. 👏#CricketTwitterpic.twitter.com/HlFowBJUSg
— Prakash (@JeyVamos) March 16, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)