କ୍ରିକେଟରୁ ଅଶ୍ୱିନଙ୍କ ସନ୍ନ୍ୟାସ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଆର୍. ଅଶ୍ୱିନ । ୩୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଗାବା ଟେଷ୍ଟ ପରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ପ୍ରେସ୍ କନଫରେନ୍ସ କରି ଘୋଷଣା କରିଛନ୍ତି ଅଶ୍ୱିନ । ଟେଷ୍ଟ କ୍ୟାରିଅରରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ଟେକର୍ ହେଉଛନ୍ତି ଆର. ଅଶ୍ୱିନ ।
ଟେଷ୍ଟ କ୍ୟାରିଅରରେ ୫୩୭ ୱିକେଟ ତାଙ୍କ ନାଁରେ ରହିଛି । ଟେଷ୍ଟରେ ୩୫୦୩ ରନ୍ ସହ ୬ ଶତକ ଓ ୧୪ ଥର ଅର୍ଦ୍ଧଶତକ କରିଛନ୍ତି । ୨୦୧୧ରେ ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ ଆର୍ ଅଶ୍ୱିନ । ଗାବା ଟେଷ୍ଟ ଡ୍ର ହେବା ପରେ ରବିଚନ୍ଦ୍ରନ ଅଶ୍ୱିନ୍ ଅବସର ଘୋଷଣା କରି କହିଛନ୍ତି ଯେ, ଭାରତ ପାଇଁ କ୍ରିକେଟର ଭାବରେ ଏହା ତାଙ୍କର ଶେଷ ଦିନ ଥିଲା ।
ତେବେ ଅବସର ଘୋଷଣା କରିବା ପୂର୍ବରୁ ଡ୍ରେସିଂ ରୁମ୍ରେ ବିରାଟ କୋହଲିଙ୍କୁ ଏକ ଭାବୁକତାପୂର୍ଣ୍ଣ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା । ଏହା ପରେ ପରେ ସେ ଅବସର ନେଉଥିବା କଥା ମିଡିଆ ସାମ୍ନାରେ କହିଦେଇଥିଲେ । ଟେଷ୍ଟରୁ ଅବସର ନେଇଥିବା ଅଶ୍ୱିନ ODIରେ ମଧ୍ୟ ବଢ଼ିଆ ପ୍ରଦର୍ଶନ କରିଛନ୍ତି ।
Also Read
ଅଧିକ ପଢ଼ନ୍ତୁ:ଚେସ୍ ଜଗତର ନୂଆ ସୁପର୍ଷ୍ଟାର୍ ଗୁକେଶ ଡୋମ୍ମାରାଜୁ
THE END OF AN ERA, THANK YOU THE LEGEND.!🐐
— MANU. (@Manojy9812) December 18, 2024
RAVI ASHWIN 🤝 VIRAT KOHLI.!!
pic.twitter.com/HfMGj0HPTU
୧୫୬ଟି ୱିକେଟ୍ ସହ ସେ ଟି-୨୦ରେ ୭୨ ୱିକେଟ୍ ନେଇଛନ୍ତି । ଏଥିସହିତ ସେ ସର୍ବାଧିକ ସଂଖ୍ୟକ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ମଧ୍ୟ ଜିତିଛନ୍ତି (୧୧ ଥର), ଯାହା ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନ୍ଙ୍କ ରେକର୍ଡ ସହ ସମାନ । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ମୋଟ ୮ଟି ଶତକ ରହିଛି ।
ସେପଟେ ଡ୍ର' ହୋଇଯାଇଛି ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ତଥା ଗାବା ଟେଷ୍ଟ । ପଞ୍ଚମ ଦିନରେ ମ୍ୟାଚ୍ରେ ରୋମାଞ୍ଚକର ସ୍ଥିତି ଦେଖିବାକୁ ମିଳିଥିଲା । ତେବେ ଖରାପ ଲାଇଟ୍ ଓ ବର୍ଷା ପାଇଁ ଟେଷ୍ଟ ଡ୍ର ହୋଇଯାଇଛି । ଘଡଘଡି ଓ ବଜ୍ରପାତ ଏବଂ ପରେ ବର୍ଷା ଯୋଗୁଁ ମ୍ୟାଚ୍ ପ୍ରଥମେ ବନ୍ଦ ହୋଇଯାଇଥିଲା । ଶେଷ ଦିନରେ ଟିମ୍ ଇଣ୍ଡିଆ ସାମ୍ନାରେ ୫୪ ଓଭରରେ ୨୭୫ ରନର ଟାର୍ଗେଟ୍ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା ।
ତେବେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ କୌଣସି ଓ୍ୱିକେଟ୍ ନହରାଇ ମାତ୍ର ୮ ରନ୍ କରିଥିଲା । ଖେଳରେ ବାଧକ ସାଜିଥିଲା ଖରାପ ଲାଇଟ୍ ଓ ଘଡ଼ଘଡ଼ି । ପରେ ବର୍ଷା ଜାରି ରହିବାରୁ ବ୍ରିସବେନ୍ ଟେଷ୍ଟ ଡ୍ର’ ଘୋଷଣା କରାଯାଇଛି । ଉଭୟ ଦଳର ଅଧିନାୟକଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଇନିଂସରେ ଶତକୀୟ ପାଳି ଖେଳିଥିବା ଟ୍ରାଭିସ୍ ହେଡ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।