Advertisment

ଡେଟିଂ ଆପ୍‌ରେ ଫ୍ରେଣ୍ଡ୍‌ସିପ୍‌, ପରେ ରୁମ୍‌ ଭିତରେ ମହିଳାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ !

ଦାନୁଷ୍କା ହୋଟେଲ୍‌ ରୁମ୍‌ରେ ଥିବାବେଳେ ରବିବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ଜଣେ ମହିଳା ଦାନୁଷ୍କାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sri Lankan Cricketer Danushka Gunathilaka

Rape Case Allegation Against Sri Lankan Cricketer Danushka Gunathilaka

ଟି-୨୦ ବିଶ୍ୱକପ୍‌‌(T20 World Cup 2022)କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏବେ ସମସ୍ତଙ୍କ ନଜର ଫାଇନାଲ୍‌ ମ୍ୟାଚ୍‌ ଉପରେ। ଅଷ୍ଟ୍ରେଲିଆରେ ମ୍ୟାଚ୍‌ ଚାଲିଥିବା ବେଳେ କ୍ରିକେଟ ଜଗତ ସହ ଜଡ଼ିତ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣାତିଲକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ସିଡ୍‌ନୀ ପୋଲିସ୍‌ ତାଙ୍କୁ ଗିରଫ କରିଛି। 

Advertisment

ସୂଚନା ଅନୁସାରେ, ଜଣେ ମହିଳା ଦାନୁଷ୍କାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଆଧାର କ୍ରମେ ୩୧ ବର୍ଷୀୟ ଦାନୁଷ୍କାଙ୍କୁ ଗିରଫ କରାଯାଇଛି। ଦାନୁଷ୍କା ହୋଟେଲ୍‌ ରୁମ୍‌ରେ ଥିବାବେଳେ ରବିବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ଅଭିଯୋଗ ହୋଇଛି ଯେ, ସିଡ୍‌ନୀରେ ଏକ ଘର ଭିତରେ ଜଣେ ୨୯ ବର୍ଷୀୟ ମହିଳାଙ୍କ ସହ ଦାନୁଷ୍କା ଜୋର ଜବରଦସ୍ତ ସମ୍ପର୍କ ସ୍ଥାପନ କରିଥିଲେ। ଏନେଇ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ମାମଲାର ତଦନ୍ତ ଚଳାଇଥିଲା ଓ ଶେଷରେ ଦାନୁଷ୍କାଙ୍କୁ ଗିରଫ କରିଥିଲା। ଗିରଫ ପରେ ଜାମିନ ଆବେଦନ ମଧ୍ୟ କରାଯାଇଥିଲା। ହେଲେ ଏହାକୁ ଖାରଜ କରି ଦିଆଯାଇଥିଲା।

Advertisment

ପୋଲିସ୍‌ ବୟାନରେ କ’ଣ କୁହାଯାଇଛି ? 

ଏହି ମାମଲାରେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ୱେଲ୍‌ସ୍‌ ପୋଲିସ୍‌ ବୟାନ ଜାରି କରିଛି। ପୋଲିସ୍‌ ସୂଚନା ଅନୁସାରେ, ସେକ୍ସ କ୍ରାଇମ୍‌ ସ୍କ୍ୱାଡ୍‌ର ଅଧୀକାରୀମାନେ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରିଛନ୍ତି। ଗତ ସପ୍ତାହରେ ଜଣେ ମହିଳାଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ଏନେଇ ୨୯ ବର୍ଷୀୟ ମହିଳା ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଅନୁସାରେ, ରୋଜ୍‌ ବେ ସ୍ଥିତ ଏକ ଘରେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଅଭିଯୋଗ ଆଧାରରେ ଉକ୍ତ ଶ୍ରୀଲଙ୍କା ନାଗରିକଙ୍କୁ ଗିରଫ କରାଯାଇଛି। 

ମିଳିଥିବା ସୂଚନା ଅନୁସାରେ, ‘ କିଛିଦିନ ପୂର୍ବେ ଅନ୍‌ଲାଇନ୍‌ ଡେଟିଂ ଆପ୍‌ ମାଧ୍ୟମରେ ଶ୍ରୀଲଙ୍କା ନାଗରିକ ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହାପରେ ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ମହିଳାଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ସ୍ଥାପନ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତ ପରେ ଶ୍ରୀଲଙ୍କା ନାଗରିକଙ୍କୁ ସିଡ୍‌ନୀ ସ୍ଥିତ ସସେକ୍ସ ଷ୍ଟ୍ରିଟ୍‌ ହୋଟେଲ୍‌ରୁ ରବିବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ଏହାପରେ ପୋଲିସ୍‌ ତାଙ୍କୁ ହେପାଜତକୁ ନେଇଥିଲା। ଉକ୍ତ ଶ୍ରୀଲଙ୍କା ନାଗରିକ(କ୍ରିକେଟର ଦାନୁଷ୍କା ଗୁଣାତିଲକ)ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। 

ଗ୍ରୁପ୍‌-୧୨ରେ ଶ୍ରୀଲଙ୍କା ଟିମ୍‌ ୫ଟି ମ୍ୟାଚ୍‌ ଖେଳିଥିଲେ। ଏଥିରୁ ୨ଟି ମ୍ୟାଚ୍‌ ଟିମ୍‌ ଜିତିବା ସହ ୪ ପଏଣ୍ଟ ହାସଲ କରିଥିଲା। ତେବେ ଟିମ୍‌ ସେମିଫାଇନାଲ୍‌ ରେସ୍‌ରୁ ବାଦ୍‌ ପଡ଼ିଛି। ଦୁଷ୍କର୍ମ ଅଭିଯୋଗ ଆସିଥିବା କ୍ରିକେଟର ଦାନୁଷ୍କା ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ହିଁ ମ୍ୟାଚ୍‌ ଖେଳିଥିଲେ। ନାମ୍ବିଆ ସହ ଏହି ମ୍ୟାଚ୍‌ ହୋଇଥିଲା। ଏଥିରେ ସ୍ପିନ୍‌ ଅଲ୍‌ରାଉଣ୍ଡର ଦାନୁଷ୍କାଙ୍କ ବ୍ୟାଟିଂରେ ଏତେଟା କମାଲ୍‌ ଦେଖିବାକୁ ମିଳିନଥିଲା। ଏପରିକି ସେ ଖାତା ମଧ୍ୟ ଖୋଲି ନଥିଲେ। 

World Cup 2022 ICC T20 World Cup 2022
Advertisment
Advertisment