Advertisment

ଗିରଫ ହେଲେ ଶ୍ରୀଲଙ୍କା କ୍ରିକେଟର: ମ୍ୟାଚ୍‌ ଖେଳିବାକୁ ଯାଇଥିଲେ, ହେଲେ ମହିଳା ଆଣିଲେ ଦୁଷ୍କର୍ମ ଅଭିଯୋଗ

ଗୋଟିଏପଟେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌‌(T20 World Cup 2022) ମ୍ୟାଚ୍‌ ଚାଲିଥିବା ବେଳେ ଅନ୍ୟପଟେ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣାତିଲକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି।

author-image
Rajalaxmi Sahoo
Sri Lankan Cricketer Danushka Gunathilaka Arrested In Sydney

Sri Lankan Cricketer Danushka Gunathilaka Arrested In Sydney

ଗୋଟିଏପଟେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌‌(T20 World Cup 2022) ମ୍ୟାଚ୍‌ ଚାଲିଥିବା ବେଳେ ଅନ୍ୟପଟେ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣାତିଲକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଏନେଇ ସିଡ୍‌ନୀ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଶ୍ରୀଲଙ୍କା କ୍ରିକେଟ(SLC) ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଜଣେ ମହିଳା ଦାନୁଷ୍କାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଆଧାର କ୍ରମେ ୩୧ ବର୍ଷୀୟ ଦାନୁଷ୍କାଙ୍କୁ ଗିରଫ କରାଯାଇଛି। 

Advertisment

ମ୍ୟାଚ୍‌ ପରେ ଗିରଫ ହେଲେ ଦାନୁଷ୍କା...

ସୂଚନାଥାଉ କି, ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌‌ ମ୍ୟାଚ୍‌ରେ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ସୁପର୍‌-୧୨ରେ ସ୍ଥାନ ପାଇଥିଲା। ନଭେମ୍ବର ୫ରେ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ଏହାର ଶେଷ ମ୍ୟାଚ୍‌ ଖେଳିଥିଲା। ହେଲେ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ହାରି ଯାଇଥିଲା। ଏହି ମ୍ୟାଚ୍‌ରେ ଦାନୁଷ୍କା ଟିମ୍‌ ସହ ଥିଲେ ଓ ମ୍ୟାଚ୍‌ ପରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲେ।

ଚଳିତ ଥର  ଶ୍ରୀଲଙ୍କା ଟିମ୍‌ ଟି-୨୦ ବିଶ୍ୱକପ୍‌‌ର ସେମିଫାଇନାଲ୍‌ରେ ପହଞ୍ଚି ପାରି ନାହିଁ। ଏହାସହ ଖେଳାଳିମାନେ ଶ୍ରୀଲଙ୍କା ଫେରି ଯାଇଛନ୍ତି। ହେଲେ ଟିମ୍‌ ସହ ଦାନୁଷ୍କା ଆଉ ସ୍ୱଦେଶ ଫେରି ପାରି ନାହାନ୍ତି। କାରଣ ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ଆଧାରରେ ସିଡ୍‌ନୀ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଟି-୨୦ ବିଶ୍ୱକପ୍‌‌ ଖେଳିବା ପାଇଁ ଟିମ୍‌ ସହ ଦନୁଷ୍କା ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ତେବେ ଆହତ ଯୋଗୁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଥିଲେ। ଏହାପରେ ତାଙ୍କ ସ୍ଥାନରେ Ashen Bandara ମ୍ୟାଚ୍‌ ଖେଳିଥିଲେ। 

Advertisment

ଟି-୨୦ ବିଶ୍ୱକପ୍‌‌ରେ ଗୋଟିଏ ହିଁ ମ୍ୟାଚ୍‌ ଖେଳିଥିଲେ ଦାନୁଷ୍କା...

ଗ୍ରୁପ୍‌-୧୨ରେ ଶ୍ରୀଲଙ୍କା ଟିମ୍‌ ୫ଟି ମ୍ୟାଚ୍‌ ଖେଳିଥିଲେ। ଏଥିରୁ ୨ଟି ମ୍ୟାଚ୍‌ ଟିମ୍‌ ଜିତିବା ସହ ୪ ପଏଣ୍ଟ ହାସଲ କରିଥିଲା। ତେବେ ଟିମ୍‌ ସେମିଫାଇନାଲ୍‌ ରେସ୍‌ରୁ ବାଦ୍‌ ପଡ଼ିଛି। ଶ୍ରୀଲଙ୍କା ଏହାର ଶେଷ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା। ୪ ୱିକେଟ୍‌ରେ ଟିମ୍‌କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଦୁଷ୍କର୍ମ ଅଭିଯୋଗ ଆସିଥିବା କ୍ରିକେଟର ଦାନୁଷ୍କା ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ହିଁ ମ୍ୟାଚ୍‌ ଖେଳିଥିଲେ। ନାମ୍ବିଆ ସହ ଏହି ମ୍ୟାଚ୍‌ ହୋଇଥିଲା। ଏଥିରେ ସ୍ପିନ୍‌ ଅଲ୍‌ରାଉଣ୍ଡର ଦାନୁଷ୍କାଙ୍କ ବ୍ୟାଟିଂରେ ଏତେଟା କମାଲ୍‌ ଦେଖିବାକୁ ମିଳିନଥିଲା। ଏପରିକି ସେ ଖାତା ମଧ୍ୟ ଖୋଲି ନଥିଲେ। 

ICC T20 World Cup 2022
Advertisment
Advertisment