Advertisment

Rajeev Shukla: ରାଜୀବ ଶୁକ୍ଳା ହୋଇପାରନ୍ତି BCCIର ନୂଆ ସଭାପତି !

ରୋଜର ବିନ୍ନି ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପାଦ ଦେବେ । ବିସିସିଆଇ ସମ୍ବିଧାନ ଅନୁଯାୟୀ, ସଭାପତି ପଦ ପାଇଁ ସର୍ବାଧିକ ବୟସ ସୀମା ୭୦ ବର୍ଷ । ନୂତନ ସଭାପତି ନିର୍ବାଚିତ ନହେବା ପର୍ଯ୍ୟନ୍ତ, ରାଜୀବ ଶୁକ୍ଲା ସଭାପତି ଦାୟିତ୍ୱ ନିର୍ବାହ କରିବେ ।

ଅଦ୍ୟତନ ହୋଇଛି
Rajeev Shukla

Rajeev Shukla

Advertisment

ଇଂଲଣ୍ଡ ଗସ୍ତ ପୂର୍ବରୁ ବିସିସିଆଇରେ ହୋଇପାରେ ବଡ଼ ପରିବର୍ତ୍ତନ । ରୋଜନ ବିନ୍ନିଙ୍କ ପରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (BCCI)ର ଅନ୍ତରୀଣ ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଳା । ବିସିସିଆଇର ସଭାପତି ଥିବା ରୋଜର ବିନ୍ନିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଜୀବ ଶୁକ୍ଳା ବର୍ତ୍ତମାନ ବିସିସିଆଇର ଉପାଧ୍ୟକ୍ଷ ଅଛନ୍ତି । ତେଣୁ ରୋଜର ବିନ୍ନିଙ୍କ ପରେ ରାଜୀବ ଶୁକ୍ଳା ୩ ମାସ ପାଇଁ ବିସିସିଆଇର ଅନ୍ତରୀଣ ସଭାପତି ହୋଇପାରନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଯେଉଁ ଟିମ୍ ଜିତେ କ୍ୱାଲିଫାୟର-୧, ସେହି ଟିମ୍‌ ୧୪ରୁ ୧୧ ଥର ଜିତିଛି IPL ଟାଇଟଲ୍‌

ରୋଜର ବିନ୍ନି ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପାଦ ଦେବେ । ବିସିସିଆଇ ସମ୍ବିଧାନ ଅନୁଯାୟୀ, ସଭାପତି ପଦ ପାଇଁ ସର୍ବାଧିକ ବୟସ ସୀମା ୭୦ ବର୍ଷ । ନୂତନ ସଭାପତି ନିର୍ବାଚିତ ନହେବା ପର୍ଯ୍ୟନ୍ତ, ରାଜୀବ ଶୁକ୍ଲା ସଭାପତି ଦାୟିତ୍ୱ ନିର୍ବାହ କରିବେ । ୬୫ ବର୍ଷୀୟ ଶୁକ୍ଲା ୨୦୨୦ ମସିହାରୁ ବିସିସିଆଇ ଉପାଧ୍ୟକ୍ଷ ପଦରେ ଅଛନ୍ତି । ସେ ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ (ୟୁପିସିଏ)ର ସଚିବ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

Advertisment

୨୦୨୨ ମସିହାରେ ବିନ୍ନି ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ବୋର୍ଡ ସଭାପତି ହୋଇଥିଲେ। ‘ପରମ୍ପରା ଅନୁଯାୟୀ, ଏପରି ସ୍ଥିତିରେ ସବୁଠାରୁ ବରିଷ୍ଠ ଅଧିକାରୀ ଦାୟିତ୍ୱ ଗ୍ରହଣ କରନ୍ତି । ସେପ୍ଟେମ୍ବରରେ ନୂତନ ନିର୍ବାଚନ ନହେବା ପର୍ଯ୍ୟନ୍ତ ସେ (ଶୁକ୍ଳ) ଏହି ଭୂମିକା ନିର୍ବାହ କରିବେ’ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ତିନି ବର୍ଷ ପୂର୍ବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ଦାୟିତ୍ୱ ନେବା ପୂର୍ବରୁ, ବିନ୍ନି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ସଭାପତି ଥିଲେ। ଦ୍ରୁତ ବୋଲର ବିନ୍ନି ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ଅଂଶ ଥିଲେ ଏବଂ ସେହି ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍ (୧୮) ନେଇଥିଲେ। ପରେ ସେ ଭାରତର ୧୯ ବର୍ଷରୁ କମ୍ ଦଳର ପ୍ରଶିକ୍ଷକ ହୋଇଥିଲେ, ଯାହାଙ୍କ ନେତୃତ୍ୱରେ ଭାରତ ୨୦୦୦ ମସିହାରେ ICC ବିଶ୍ୱକପ୍‌ ଜିତିଥିଲା ।

Advertisment

ଅଧିକ ପଢ଼ନ୍ତୁ: ୱାର୍ଲ୍ଡ ନଂ ୧ ଖେଳାଳିଙ୍କୁ ହରାଇଲେ ଗୁକେଶ; ବିଚଳିତ ହେଲେ ମାଗନସ୍...

India BCCI BCCI President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ