/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719218165.jpg)
T20 World Cup
ଟି-୨୦ ବିଶ୍ବକପ୍ ସୁପର ଏଇଟ୍ ପର୍ଯ୍ୟାୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍। ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ। ସୁପର ଏଇଟରେ ଦୁଇଟିଯାକ ମ୍ୟାଚ ଜିତି ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିସାରିଛି ଭାରତ।
ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଓ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇଥିଲା ଭାରତ। ସେପଟେ କିନ୍ତୁ ଅଷ୍ଟ୍ରେଲିଆ ଟିମ୍ ସୁପି ଏଇଟରେ ଆଫଗାନିସ୍ତାନଠାରୁ ପରାସ୍ତ ହୋଇଥିଲା। ତେଣୁ ଆଜିର ମ୍ୟାଚ ଜିତି ସେମିଫାଇନାଲ ଯିବାକୁ ପ୍ରାଣପଣେ ଚେଷ୍ଟା କରିବ କଙ୍ଗାରୁ ଟିମ୍।
ଅଧିକ ପଢ଼ନ୍ତୁ: ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା
ଆଜି ସନ୍ଧ୍ୟାରେ ଏହି ମ୍ୟାଚ୍ ହେବାକୁ ଥିବା ବେଳେ ବର୍ଷା ବାଧକ ସାଜିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯଦି ବର୍ଷା ଯୋଗୁ ମ୍ୟାଚ୍ ବାତିଲ ହୁଏ ତେବେ ଭାରତ ର୍ନିଦ୍ୱନ୍ଦ୍ୱରେ ସେମିଫାଇନାଲରେ ପ୍ରବେଶ କରିବ। ହେଲେ ଅଷ୍ଟ୍ରେଲିଆ ପାଇଁ ଦ୍ୱନ୍ଦ୍ୱ ରହିବ। ଟି-୨୦ ବିଶ୍ୱକପ୍ରେ ଭାରତ ଲଗାତର ବିଜୟୀ ହୋଇ ଗ୍ରୁପ୍-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି। ସେହିପରି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ସମ୍ଭାବ୍ୟ ଭାରତ ଟିମ୍: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମ୍ରା, ଅର୍ଶଦୀପ ସିଂହ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଟିମ୍: ଡେଭିଡ୍ ୱାର୍ଣ୍ଣର, ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ (ଅଧିନାୟକ), ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ୍, ଟିମ୍ ଡେଭିଡ୍, ମାଥ୍ୟୁ ୱେଡ୍, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋସ୍ ହାଜେଲଉଡ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)