Advertisment

ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ମହାକୁମ୍ଭ ! ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଚାଲିଛି ବିଭିନ୍ନ କାମ

ଏପଟେ ପ୍ରିପେଡ୍ ଅଟୋ ଚାଲିନଥିବାରୁ ସହରବାସୀଙ୍କ ଅସନ୍ତୋଷ,ଅଟୋ ଚାଳକ ଯାତ୍ରୀଙ୍କଠାରୁ ମନ ଇଚ୍ଛା ଦର ନେଉଥିବା ଅଭିଯୋଗ

author-image
Prangyan Parimita
ଅଦ୍ୟତନ ହୋଇଛି
Hockey World Cup 2023

Rourkela

ହକିର ଏନ୍ତୁଳିଶାଳ ସୁନ୍ଦରଗଡ ମାଟିରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ ହକି ମହାକୁମ୍ଭ । ଦିନ କେଇଟା ପରେ ରାଉରକେଲା ସହରରେ ପାଦ ପକାଇବେ ଅନ୍ତର୍ଜାତୀୟ ଖେଳାଳି । ତାସହ ଦର୍ଶକଙ୍କୁ ସୁଅ ମଧ୍ୟ ଏଠାକୁ ଛୁଟିବ । ଏବେ ରାଜ୍ୟ ସରକାର ସହରର ସୌନ୍ଦର୍ଯ୍ୟକରଣ ବଢାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ଓ ଦେଶ ବାହାରୁ ଯେଉଁ ଅତିଥିମାନେ ଏଠାକୁ ଆସିବେ ସେମାନଙ୍କୁ କିଭଳି ସବୁ ପ୍ରକାରର ସୁବିଧା ଯୋଗାଇ ହେବ, ସେନେଇ ଅନବରତ ଚେଷ୍ଟା କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଆ ପୁଅ ହକି ଇଣ୍ଡିଆର ନୂଆ ମୁଖିଆ

ଅନ୍ୟପଟେ ରାଉରକେଲା ରେଳଷ୍ଟେସନରୁ ପ୍ରିପେଡ ଅଟୋ ସେବା ନଥିବାରୁ ଯାତ୍ରୀଙ୍କଠାରୁ ମନଇଚ୍ଛା ଭଡା ନେଉଛନ୍ତି ଚାଳକ । ଏମିତିକି ସମୟେ ସମୟେ ଯାତ୍ରୀଙ୍କୁ ଅଟୋ ଚାଳକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।ଏନେଇ ରାଉରକେଲା ବାର ଆସୋସିଏସନ୍ କର୍ମକର୍ତ୍ତା ଷ୍ଟେସନ ମ୍ୟାନେଜରଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ଦେଇଛନ୍ତି । ଅନ୍ୟପଟେ ଅଟୋ ଚାଳକ କହିଛନ୍ତି ପ୍ରିପେଡ ସେବା ଆରମ୍ଭ ହେଲେ ତାହା ସଫଳ ହେବନି ।

ତେବେ ଏନେଇ ଓକିଲ ସଂଘ ଷ୍ଟେସନ ମ୍ୟାନେଜରଙ୍କୁ ଭେଟି ଆଲୋଚନା କରିଛନ୍ତି । ଷ୍ଟେସନ ମ୍ୟାନେଜର ମଧ୍ୟ ଏନେଇ ଅବଗତ ଥିବା କହିଛନ୍ତି । ରାଉରକେଲା ଏସପି ଓ କମିଶନରଙ୍କ ସହ ଆଲୋଚନା କରି ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Advertisment

(ରିପୋର୍ଟ - ପବନ ତିୱାରୀ, ରାଉରକେଲା)

Hockey World Cup
Advertisment
Advertisment