Advertisment

କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆରେ ପାଦ ଦେବେ ଧୋନି !

କ୍ରିକେଟରେ ଯାଦୁ ଦେଖାଇବା ପରେ ଏବେ ଫିଲ୍ମରେ ଯାଦୁ ଦେଖାଇବେ ମହେନ୍ଦ୍ର ସିଂହ ଧୋନି । ବଡ ପରଦାରେ ନିଜ ଜଲୱା ଦେଖାଇବେ ଧୋନି । ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବେଶ ଜୋର ଧରିଛି । ଧୋନିଙ୍କୁ ବଡ ପରଦାରେ ଦେଖିବା ପାଇଁ ପ୍ରଶଂସକ ଅନାଇ ରହିଛନ୍ତି ।

author-image
Otv Khabar Bureau
ms dhoni film debut

ms dhoni film debut

କ୍ରିକେଟରେ ଯାଦୁ ଦେଖାଇବା ପରେ ଏବେ ଫିଲ୍ମରେ ଯାଦୁ ଦେଖାଇବେ ମହେନ୍ଦ୍ର ସିଂହ ଧୋନି । ବଡ ପରଦାରେ ନିଜ ଜଲୱା ଦେଖାଇବେ ଧୋନି । ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବେଶ ଜୋର ଧରିଛି । ଧୋନିଙ୍କୁ ବଡ ପରଦାରେ ଦେଖିବା ପାଇଁ ପ୍ରଶଂସକ ଅନାଇ ରହିଛନ୍ତି । ନିକଟରେ ଅଭିନେତା ଗୁଲଶନ୍ ଗ୍ରୋଭରଙ୍କ ସହ ଧୋନିଙ୍କର ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁଲଶନ୍ ଗ୍ରୋଭର ନିଜ ଟ୍ୱିଟର ପେଜରେ ଏହି ଫଟୋକୁ ସେୟାର କରି ଏମିତି କିଛି ଲେଖିଛନ୍ତି ଯେ, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଘେରରେ ରଖିଛି ।

Advertisment

ଧୋନିଙ୍କର ଏହି ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ରୋହିତ ଶେଟ୍ଟୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ସହ ଧୋନିଙ୍କୁ ମଧ୍ୟ ପରଦାରେ ଦେଖିବାକୁ ମିଳିବ ପ୍ରଶଂସକ ଆଶ କରୁଛନ୍ତି । ଗୁଲଶନ୍ ଗ୍ରୋଭରଙ୍କ ଏହି ଫଟୋରେ ପ୍ରଶଂସକ ମାନେ ଅନେକ କମେଣ୍ଟ୍ସ ମଧ୍ୟ ଦେଉଛନ୍ତି । ଧୋନିଙ୍କର ଏହି ଫଟୋଟି ଫିଲ୍ମ ‘ସୂର୍ଯ୍ୟବଂଶୀ’ ର ସେଟ୍‌ର ବୋଲି ଶୁଣିବାକୁ ମିଳିଛି ।

Advertisment

ଅଭିନେତା ଗୁଲଶନ୍ ଗ୍ରୋଭର ଏହି ଫଟୋକୁ ସେୟାର କଲା ବେଳେ ଏପରି ଏକ କ୍ୟାପସନ୍ ଦେଇଛନ୍ତି ଯେ ଯାହା ପ୍ରଶଂସକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛି । ସେ ଲେଖିଛନ୍ତି, ଭାଇ @ ଏମଏସ୍‌ ଧୋନିଙ୍କ ସହ # ‘ସୂର୍ଯ୍ୟବଂଶୀ’ ସେଟରେ କଣ? ଏମଏସ ଧୋନି ଏହି ଫିଲ୍ମରେ ଅଭିନୟ କରୁଛନ୍ତି ନା ସେ ସମାନ ଷ୍ଟୁଡିଓରେ ସୁଟିଂ କରୁଛନ୍ତି? @ ଅକ୍ଷୟ କୁମାର। " ତେବେ ଏହି ଟ୍ୱିଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଯେ ଧୋନି ସେହି ସେଟ୍‌ରେ କ’ଣ କରୁଛନ୍ତି?

ବାସ୍ତବରେ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ୟୁଏଇରେ ଚାଲିଥିବା ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ର ଟିମ୍ ଇଣ୍ଡିଆର ମେଣ୍ଟର ଭାବରେ କାର୍ଯ୍ୟ କରୁଛନ୍ତି। ନିକଟରେ ଭାରତର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଧୋନି ଏବଂ ଇଂଲଣ୍ଡର ଅଧିନାୟକ ଇଏନ୍ ମୋର୍ଗାନ୍‌ଙ୍କ ମଧ୍ୟରେ ସମାନତା ଦର୍ଶାଇଥିଲେ। ଶ୍ରୀଲଙ୍କାକୁ ଇଂଲଣ୍ଡ ହରାଇବା ପରେ ସେ କହିଛନ୍ତି ଯେ ଇଂଲଣ୍ଡ ଦଳ ପାଇଁ ମୋର୍ଗାନ ଯେତିକି ମୂଲ୍ୟବାନ, ଭାରତ ଦଳ ପାଇଁ ମଧ୍ୟ ଧୋନି ସେତିକି ମୂଲ୍ୟବାନ ଥିଲେ ।

MS Dhoni Film Debut
Advertisment
Advertisment