• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ୟାରିସ୍‌ ଅଲିମ୍ପିକ୍ସରେ ହ୍ୟାଟ୍ରିକ୍‌ ପଦକ ଜିତିପାରିଲେନି ମନୁ ଭାକର । ମହିଳା ୨୫ ମିଟର ପିସ୍ତଲ ସୁଟିଂ ଇଭେଣ୍ଟର ଫାଇନାଲରେ ଚତୁର୍ଥ ସ୍ଥାନରେ ରହିଛନ୍ତି ମନୁ । ଯାହାଫଳରେ ପ୍ୟାରିସ୍‌ ଅଲିମ୍ପିକ୍ସରେ ହ୍ୟାଟ୍ରିକ୍‌ ପଦକ ଜିତିବା ଆଶା ମନୁଙ୍କର ମଉଳି ଯାଇଛି । ଏହା ସତ୍ତ୍ୱେ ୨ଟି ବ୍ରୋଞ୍ଜ ମେଡାଲ ସହ ଚଳିତ ଅଲିମ୍ପିକ୍ସରେ ମନୁ ଭାକର ତାଙ୍କ ଅଭିଯାନ ସମାପ୍ତ କରିଛନ୍ତି ।

ମହିଳା ୨୫ ମିଟର ପିସ୍ତଲ ସୁଟିଂ ଇଭେଣ୍ଟ ଫାଇନାଲରେ ମନୁ ଭାକର ୨୮ ପଏଣ୍ଟ ସ୍କୋର କରିଥିଲେ । ତେବେ ସୁଟ୍‌ ଅଫରେ ହେଙ୍ଗରୀର ବ୍ରୋଞ୍ଜ ପଦକ ବିଜେତା ଭେରୋନିକେ ମେଜରଙ୍କଠାରୁ ସେ ପରାଜିତ ହୋଇଥିଲେ । ସ୍ୱାଧିନତା ପରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ପ୍ରଥମ ଭାରତୀୟ ଆଥେଲଟ୍‌ ଯିଏକି ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁସାରେ ଗତକାଲି ୨୫ ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ମନୁ ଭାକର ଦମଦାର ପ୍ରଦର୍ଶନ କରି ଫାଇନାଲକୁ ଯାଇଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୪୦ ଜଣ ସୁଟର ଥିଲେ । ଏହି ଇଭେଣ୍ଟର ପ୍ରୋସିଜନ୍‌ ରାଉଣ୍ଡ ପରେ ମନୁ ଭାକର ୨୯୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଏହା ପରେ ରାପିଡ୍‌ ରାଉଣ୍ଡରେ ମନୁ ମଧ୍ୟ ଦମଦାର ସୁଟିଂ କରି ୨୯୬ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ଶନିବାର ଫାଇନାଲରେ ପୁଣି ତାଙ୍କଠାରୁ ଆଉ ଏକ ମେଡାଲ ପୂରା ଦେଶବାସୀ ଆଶା ରଖିଥିଲେ । କିନ୍ତୁ ଏହି ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଥିଲେ ମନୁ ।

ସୂଚନା ଅନୁସାରେ ଚଳିତ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ତିନୋଟି ବ୍ରୋଞ୍ଜ ମେଡାଲ ଜିତିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ୩ଟି ମେଡାଲ ସୁଟିଂରୁ ଆସିଛି । ପ୍ୟାରିସ୍‌ ଅଲିମ୍ପିକ୍ସରେ ମନୁ ଭାକର ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲେ । ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍‌ ଇଭେଣ୍ଟରେ ସରବଜୋତ୍‌ ସିଂଙ୍କ ସହ ମଧ୍ୟ ବ୍ରୋଞ୍ଜ ମେଡାଲ ଜିତିଥିଲେ ମନୁ । ଏହାପରେ ପୁରୁଷ ୫୦ ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ରେ ସ୍ୱପ୍ନିଲ କୁସାଲେ ଭାରତକୁ ତୃତୀୟ ମେଡାଲ ଦେଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now