Advertisment

Paris Olympics 2024: ବିରଳ ରେକର୍ଡ: ଆଖି ପଲକରେ ସ୍ବର୍ଣ୍ଣ ପଦକ ଜିତିଲେ ଲାଇଲ୍ସ !

୧୦୦ ମିଟର ରେସରେ ଜାମାଇକାର କିଶାନେ ଥମ୍ପସନଙ୍କୁ ଗୋଟିଏ ସେକେଣ୍ଡର ହଜାରେ ଭାଗରୁ ୫ ଭାଗ ସମୟ ପଛରେ ପକାଇ ଲାଇଲ୍ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଅଦ୍ୟତନ ହୋଇଛି
Paris Olympics 2024: American Noah Lyles wins gold medal

Paris Olympics 2024

Advertisment

ପ୍ୟାରିସ୍ ଅଲିମ୍ପିକ୍ସରେ ବିରଳ ରେକର୍ଡ କଲେ ଆମେରିକାର ସ୍ପିଡ୍ ରନର୍ ନୋଆ ଲାଇଲ୍ସ । ୧୦୦ ମିଟର ରେସରେ ଜାମାଇକାର କିଶାନେ ଥମ୍ପସନଙ୍କୁ ଗୋଟିଏ ସେକେଣ୍ଡର ହଜାରେ ଭାଗରୁ ୫ ଭାଗ ସମୟ ପଛରେ ପକାଇ ଲାଇଲ୍ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ୧୦୦ ମିଟର ଦୂରତାକୁ ଲାଇଲ୍ସ ୯ ଦଶମିକ ୭୮୪ ସେକେଣ୍ଡରେ ଅତିକ୍ରମ କରିଥିବା ବେଳେ, କିଶାନଙ୍କୁ ୯ ଦଶମିକ ୭୮୯ ସେକେଣ୍ଡ ଲାଗିଥିଲା ।

Advertisment

ଅଧିକ ପଢନ୍ତୁ : Paris Olympic 2024: ଆଥଲେଟଙ୍କ ପଦକ ସ୍ୱପ୍ନ ଭାଙ୍ଗିଦେଲା ନିଜର ପ୍ରାଇଭେଟ୍ ପାର୍ଟ

ପ୍ରତିଯୋଗିତା ଆରମ୍ଭରୁ ଉଭୟ ଷ୍ଟାର ରନରଙ୍କ ମଧ୍ୟର କଡ଼ା ପ୍ରତିଦ୍ବନ୍ଦ୍ବିତା ହୋଇଥିବା ବେଳେ ଶେଷ ମୂହୂର୍ତ୍ତରେ ବାଜି ମାରିନେଇଥିଲେ ଲାଇଲ୍ସ । ଆଖି ପଲକ ପକାଇବାକୁ ଯେତିକି ସମୟ ଦରକାର, ତାଠୁ କାହିଁ କେତେ କମ୍ ସମୟ ବ୍ୟବଧାନରେ କିଶାନଙ୍କୁ ପଛରେ ପକାଇ ଲାଇଲସ ହାସଲ କରିଥିଲେ ଗୋଲ୍ଡ ମେଡାଲ। ସେହିପରି ଆମେରିକାର ଫ୍ରେଡ୍ କେର୍ଲିଂ ୯.୮୧ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି କାଂସ୍ୟ ପଦକ ହାସଲ କରିଛନ୍ତି । ସାଧାରଣତଃ ଅଲିମ୍ପିକର ୧୦୦ ମିଟର ରେସରେ ଆଫ୍ରିକୀୟ ପ୍ରତିଯୋଗୀଙ୍କ ଦବଦବା ରହୁଥିବା ବେଳେ ଦୀର୍ଘ ୨୦ ବର୍ଷ ପରେ ପୁଣି ବିଶ୍ବବିଜେତା ହୋଇଛି ଆମେରକା ।

Advertisment

ଅନ୍ୟପଟେ ପ୍ୟାରିସ ଅଲିମ୍ପିକ୍ସର ଗୋଟିଏ ମ୍ୟାଚରୁ ବ୍ୟାନ ଡୋଇଛନ୍ତି ଅମିତ ରୋହିହାସ । ଆସନ୍ତା ଜର୍ମାନୀ ସହ ଥିବା ସେମି ଫାଇନାଲ ମ୍ୟାଚ ସେ ଖେଳିପାରିବେ ନାହିଁ । ଗତକାଲି ହୋଇଥିବା ବ୍ରିଟେନ ବିପକ୍ଷ ମ୍ୟାଚରେ ରେଡ୍ କାର୍ଡ ପାଇଥିବାରୁ ଅମିତ ରୋହିଦାସଙ୍କୁ ଆସନ୍ତା ମ୍ୟାଚରୁ ବ୍ୟାନ କରାଯାଇଛି । ଏହି ନିଷ୍ପତ୍ତି ପରେ ଟିମ ଇଣ୍ଡିଆକୁ ଝଟକା ଲାଗିଛି । 

ଭାରତୀୟ ହିକ ଟିମର ଡିଫେଣ୍ଡର ଆସନ୍ତା ମ୍ୟାଚରୁ ବାଦ ପଡ଼ିବା ଟିମ ପାଇଁ ଅସୁବିଧା ହୋଇପାରେ । ତେବେ ଏହି ନିଷ୍ପତ୍ତି ବିରୋଧରେ ହକି ଇଣ୍ଡିଆ ଆବେଦନ କରିଛି । FIHରେ ଏହି ବ୍ୟାନ ବିରୋଧରେ ଆବେଦନ କରାଯାଇଛି । ଅମିତ ରୋହିଦାସଙ୍କୁ ଯେଉଁ ଭଳି ଭାବେ ରେଡ୍ କାର୍ଡ ଦିଆଗଲା ସେ ନେଇ ଆପତ୍ତି ଉଠାଇଛି ହକି ଇଣ୍ଡିଆ।

Advertisment

ଅଧିକ ପଢନ୍ତୁ : କ୍ରୀଡାର ବଡ଼ ମଞ୍ଚରେ ବିରଳ ଦୃଶ୍ୟ; ୭ ମାସର ଗର୍ଭବତୀ ଖେଳିଲେ ଅଲିମ୍ପିକ୍ସ

Olympics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ