Advertisment

ଆଜିଠୁ ପାରା ଅଲିମ୍ପିକ୍ସ; ୯ଟି କ୍ରୀଡାରେ ଭାରତର ୫୪ ଆଥଲେଟ୍

ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
India at Tokyo Paralympics 2021:

India at Tokyo Paralympics 2021

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି । ପ୍ରଥମଥର ପାଇଁ ପାରାଅଲିମ୍ପିକ୍ସରେ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଓଡିଆ ଆଥଲେଟ୍ ପ୍ରମୋଦ ଭଗତ  । ଭାରତ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ଦେବେନ୍ଦ୍ର ଝାଝାରିଆ ଟୋକିଓ ପାରାଅଲିମ୍ପିକ୍ସର ଉଦଘାଟନ ଉତ୍ସବରେ ତ୍ରିରଙ୍ଗା ଧରିବେ ।
 ଟୋକିଓରେ ଆରମ୍ଭ ହୋଇଥିବା କ୍ରୀଡାର ଏଇ ମହାକୁମ୍ଭରେ  ୧୬୩ଟି ଦେଶର ୪ହଜାର ୫ଶହ ଆଥଲେଟ୍ ୫୪୦ଟି ଇଭେଣ୍ଟରେ ଭାଗନେବେ।  ଏଥିପାଇଁ ଟୋକିଓ ଅଲିମ୍ପିକ୍ସ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି।   ଅଲିମ୍ପିକ୍ସ ପରି ପାରା ଅଲିମ୍ପିକ୍ସରେ ପଦକ ପାଇଁ ଆଥଲେଟଙ୍କ ମଧ୍ୟରେ କଡା ଟକ୍କର ହେବ।

Advertisment

 ଏଥିରେ ଭାଗନେବାକୁ ଥିବା ସମସ୍ତ ଆଥଲେଟ ଦିବ୍ୟାଙ୍ଗ । ଏଭଳି ବୃହତ ଇଭେଣ୍ଟରେ ଭାଗ ନେବା ପାଇଁ ସେମାନଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ପଡିଛି।  ଟୋକିଓ ପାରା ଅଲିମ୍ପିକ୍ସରେ ଚଳିତବର୍ଷ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଇଛନ୍ତି । ଏଥର ଭାରତୀୟ ଆଥଲେଟ୍ ୧୦ରୁ ଅଧିକ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ଭାରତପାଇଁ ଦୁଇଟି ସ୍ୱର୍ଣ୍ଣପଦକ ଜିତିଥିବା ଦେବେନ୍ଦ୍ର ଝାଝାରିଆ ଟୋକିଓ ପାରାଅଲିମ୍ପିକ୍ସର  ଉଦଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରିବେ । ଏଥିସହ  ମାରିଆପନ୍ ଥାଙ୍ଗାଭେଲୁଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ରିଓ ପାରା ଅଲିମ୍ପିକ୍ସର ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ପାଇଥିଲେ ।

Advertisment

ଏହି ଦୁଇ ଖେଳାଳି ରିଓ ପାରାଅଲିମ୍ପିକ୍ସରେ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣପଦକ ଜିତିଥିଲେ । ଓଡିଆ ଖେଳାଳି ପ୍ରମୋଦ ଭଗତ ମଧ୍ୟ ଏବେ ଫର୍ମରେ ରହିଛନ୍ତି  । ବ୍ୟାଡମିଣ୍ଟନରେ ସେ ଭାରତ ପାଇଁ ପଦକ ଜିତିବାକୁ କୋର୍ଟକୁ ଓହ୍ଲାଇବେ। ଚଳିତ ପାରାଅଲିମ୍ପିକ୍ସରେ ପ୍ରଥମଥର ପାଇଁ ବ୍ୟାଡମିଣ୍ଟନକୁ ସାମିଲ କରାଯାଇଛି। ପ୍ରମୋଦ ଏକାଧିକ ୱାଲର୍ଡ ଚାମ୍ପିୟନ ଟାଇଟଲ ଜିତିଥିବାରୁ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି  । ଗତବର୍ଷ ଏହି ମେଗା ଇଭେଣ୍ଟ ଆୟୋଜନ ପାଇଁ ସ୍ଥିର ହୋଇଥିଲେ ମଧ୍ୟ କୋଭିଡ କଟକଣା ଯୋଗୁ ସ୍ଥଗିତ ରହିଥିଲା ।

Paralympics 2021 Tokyo Paralympics 2021
Advertisment
Advertisment