Advertisment

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍

ଗୁଜରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ ୧୪ରେ ହେବ ବୋଲି ସୂଚନା ମିଳିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ICC World Cup 2023 in India

ODI World Cup in India

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍। ଆଗାମୀ ଆଇସିସି କ୍ରିକେଟ୍ ୱାର୍ଲଡ କପ୍ ଖେଳିବାକୁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ସ୍ପଷ୍ଟ କରିଛି ପାକିସ୍ତାନ।  ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପାକିସ୍ତାନ କ୍ରିକେଟ ଟିମର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଏନେଇ ଆଇସିସି ଏବଂ ଭାରତ ସରକାରଙ୍କୁ ଜଣାଇ ଦିଆଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

ସୂଚନାଯୋଗ୍ୟ ଯେ, ଗୁଜରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ ୧୪ରେ ହେବ ବୋଲି ସୂଚନା ମିଳିଛି। ସେହିପରି ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଖେଳିବାକୁ ଥିବା ମ୍ୟାଚ୍ ଅକ୍ଟୋବର ୧୨ ପରିବର୍ତ୍ତେ ୧୦ ତାରିଖରେ ହୋଇପାରେ।

ସୁରକ୍ଷା ଦୃଷ୍ଟିରୁ ଏହି ପରିବର୍ତ୍ତନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଶେଷ ଥର ପାଇଁ ୨୦୧୬ ଟି-ଟ୍ବେଣ୍ଟି ୱାର୍ଲଡ କପରେ ଭାରତ ଆସିଥିଲା ପାକିସ୍ତାନ ଟିମ୍। ଚଳିତବର୍ଷ ଏସିଆ କପ୍‌କୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ବିବାଦ ହୋଇଥିଲା। ପାକିସ୍ତାନରେ ଏସିଆ କପ୍ ଖେଳିବାକୁ ଭାରତ ମନା କରିଥିଲା।

Advertisment
ICC World Cup
Advertisment
Advertisment