Advertisment

ବର୍ଷା ଧୋଇଦେଲା ପାକିସ୍ତାନର ଆଶା, ଟି-୨୦ ବିଶ୍ୱକପରୁ ହେଲା ବିଦା

ଟିମ୍ ଇଣ୍ଡିଆ ପୂର୍ବରୁ ସୁପର-୮ ପର୍ଯ୍ୟାୟରେ ପ୍ରବେଶ କରିସାରିଛି। ଗତକାଲି ଫ୍ଲୋରିଡ଼ାରେ ମ୍ୟାଚ ଥିବା ବେଳେ ତୁହାକୁ ତୁହା ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ବୋଲିଂ କରିବା ସମ୍ଭବ ହୋଇନଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
T20 World Cup

T20 World Cup

ଟି-୨୦ ବିଶ୍ୱକପରେ ବଡ଼ ଧରଣର ବିପର୍ଯ୍ୟୟ। ବର୍ଷା ଧୋଇଦେଲା ପାକିସ୍ତାନର ଆଶା। ବିଶ୍ୱକପରୁ ବାଦ୍ ପଡିଲା ଶକ୍ତିଶାଳୀ ପାକିସ୍ତାନ। ସୁପର-ଏଇଟରେ ଏଣ୍ଟ୍ରି କରିଛି ଆମେରିକା କ୍ରିକେଟ୍ ଟିମ୍। ଗତକାଲି ଆମେରିକା-ଆୟର୍ଲାଣ୍ଡ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ଯୋଗୁଁ ପାକିସ୍ତାନ ନେଟ୍ ରନ୍ ରେଟ୍ ଆଧାରରେ ବିଶ୍ବକପରୁ ବାଦ୍ ପଡିଛି।

Advertisment

ଟିମ୍ ଇଣ୍ଡିଆ ପୂର୍ବରୁ ସୁପର-୮ ପର୍ଯ୍ୟାୟରେ ପ୍ରବେଶ କରିସାରିଛି। ଗତକାଲି ଫ୍ଲୋରିଡ଼ାରେ ମ୍ୟାଚ ଥିବା ବେଳେ ତୁହାକୁ ତୁହା ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ବୋଲିଂ କରିବା ସମ୍ଭବ ହୋଇନଥିଲା। ଶୁକ୍ରବାର ‍ଫ୍ଲରିଡାରେ ଦଳ ଶେଷ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡକୁ ଭେଟିବାର ଥିଲା। ଏହି ମ୍ୟାଚ୍‌ ଯଦି ଆମେରିକା ହାରି ଥାଆନ୍ତା, ତା’ହେଲେ ପାକିସ୍ତାନ ପରବର୍ତ୍ତୀ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ତକୁ ହରାଇ ସୁପର ୮କୁ ଯିବାର ସୁଯୋଗ ସୃଷ୍ଟି କରିଥାଆନ୍ତା।

କିନ୍ତୁ ଶୁକ୍ରବାର ଆମେରିକା ବନାମ ଆୟର୍ଲ୍ୟାଣ୍ଡ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଫଳରେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଛି। ୧ ପଏଣ୍ଟ ମିଳିବା ପରେ ଆମେରିକାର ୫ ପଏଣ୍ଟ ହୋଇଯାଇଛି। ପାକିସ୍ତାନ ୧୬ ତାରିଖରେ ତା’ର ଶେଷ ମ୍ୟାଚ୍‌ ଜିତିଲେ ମଧ୍ୟ ୪ ପଏଣ୍ଟ ହେବ। ତେଣୁ ଗ୍ରୁପ-ଏରୁ ଭାରତ ଓ ଆମେରିକା ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛନ୍ତି। 

Advertisment

ଏଯାଏ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସୁପର ୮କୁ ଯୋଗ୍ୟତା ଅର୍ଜନ କରିଥିବା ଭାରତ ଶେଷ ମ୍ୟାଚ୍‌ ୧୫ ତାରିଖରେ ଖେଳିବ। ଶେଷ ମ୍ୟାଚ୍‌ରେ ଦଳ କାନାଡାକୁ ଭେଟିବ। ତେବେ ଫ୍ଲରିଡାରେ ବର୍ଷା ହେଉଥିବାରୁ ଉକ୍ତ ମ୍ୟାଚ୍‌ ମଧ୍ୟ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ତେବେ ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଭାରତ-କାନାଡା ମ୍ୟାଚ୍। ଫ୍ଲୋରିଡାରେ ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ ଆରମ୍ଭ ହେବ। ଭାରତ ଆଜିର ମ୍ୟାଚ ଜିତି ଲିଗ୍ ପର୍ଯ୍ୟାୟରେ କ୍ଲିନ୍ ସୁଇପ୍ ସହ ସୁପର-୮ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଆଜିର ମ୍ୟାଚରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତକାଲି ଏହି ଫ୍ଲୋରିଡ଼ା ଷ୍ଟାଡିୟମରେ ଆମେରିକା ଓ ଆୟରଲାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା ଯୋଗୁଁ ଧୋଇଯାଇଥିଲା ।

ଏହି ବିଶ୍ବକପରେ ବିରାଟ କୋହଲିଙ୍କ ଦୁର୍ବଳ ଫର୍ମକୁ ନେଇ ଦଳ ଚିନ୍ତାରେ। ସେ ଗତ ୩ଟି ମ୍ୟାଚରେ ଯଥାକ୍ରମେ ୪, ୧ ଓ ୦ ରନ୍ କରିଛନ୍ତି। ତେଣୁ ଆଜି କୋହଲିଙ୍କଠୁ ଏକ ବଡ଼ ଇନିଂସ ଆଶା ରଖିଛନ୍ତି ଭାରତୀୟ କ୍ରିକେଟ୍ ଫ୍ୟାନସ।

Cricket
Advertisment
Advertisment