• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଶ୍ୱକପରେ ଆଜି ଦୁଇ ଦୁଇଟି ଲଢ଼େଇ । ପୁଣେରେ ଅଷ୍ଟ୍ରେଲିଆ-ବାଲାଂଦେଶ ମଧ୍ୟରେ ଭେଟଘାଟ ହେବାକୁ ଥିବା ବେଳେ କୋଲକାତାରେ ଇଂଲଣ୍ତ-ପାକିସ୍ତାନ ମଧ୍ୟରେ ଲଢ଼େଇ । ସୂତାଖିଅରେ ଝୁଲୁଛି ପାକିସ୍ତାନର ସେମି ଫାଇନାଲ ଆଶା । ମ୍ୟାଚ ଉପରେ ପୁରା କ୍ରିକେଟ ଦୁନିଆର ନଜର ରହିଥିବା ବେଳେ, କୌଣସି ଚମତ୍କାରିତା ହିଁ ପାକିସ୍ତାନକୁ ସେମି ପର୍ଯ୍ୟନ୍ତ ନେଇ ପାରିବ ।

ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାକୁ ହେଲେ ଦଳକୁ ଇଂଲଣ୍ତ ବିପକ୍ଷ ମ୍ୟାଚ କେବଳ ଜିତିବା ଆବଶ୍ୟକ ନୁହେଁ । ଏହି ମ୍ୟାଚ ପାଇଁ ଦୁଇଟି ସର୍ତ୍ତ ମଧ୍ୟ ପୂରଣ କରିବାକୁ ହେବ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଯଦି ଇଂଲଣ୍ତକୁ ୨୮୭ ରନରେ ପରାସ୍ତ କରେ, ତେବେ ଯାଇ ସେମିଫାଇନାଲକୁ ଯାଇ ପାରିବ । ଅନ୍ୟପଟେ ଦଳ ଯଦି ଲକ୍ଷ୍ୟର ପିଛା କରେ ତେବେ, ତାକୁ ମାତ୍ର ୨୨ ଟି ବଲରେ ହାସଲ କରିବାକୁ ପଡ଼ିବ । ଯାହା ଏକ ଅସମ୍ଭବ ଗଣିତ ।

ଏପରି କିଛି ଚମତ୍କାର ହେଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳି ପାରିବ । ଅନ୍ୟପଟେ ଇଂଲଣ୍ତ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ି ସାରିଥିଲେ ମଧ୍ୟ ଦଳ ଏବେ ବି ୨୦୨୫ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଯୋଗ୍ୟତା ହାସଲ ଲକ୍ଷ୍ୟ ରଖିଛି । ଆଜିର ମ୍ୟାଚ ଜିତିଲେ ଶ୍ରେଷ୍ଠ ୮ ରେ ରହିବା ସହ ଚାମ୍ପିଅନ୍ସ ଟ୍ରଫି ଖେଳି ପାରିବ ।

ଅନ୍ୟପଟେ ପୁଣେରେ ଅଷ୍ଟ୍ରେଲିଆ ବିପକ୍ଷରେ ବାଲାଂଦେଶର ଲଢ଼େଇ ହେବ । ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚି ସାରିଛି । ଏଣୁ ଆଜିର ମ୍ୟାଚ ଜିତି ବାଲାଂଦେଶ ନିଜ ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ । ପ୍ୟାଟ କମିନ୍ସଙ୍କ ନେତୃତ୍ୱାଧିନ ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ କ୍ରମାଗତ ୬ଟି ମ୍ୟାଚ ଜିତି ସେମିଫାଇନାଲରେ ପହଞ୍ଚିଛି । ଏଣୁ ସେମିଫାଇନାଲ ପୂର୍ବରୁ ଆଜିର ମ୍ୟାଚ ଜିତି ମନୋବଳ ଦୃଢ଼ କରିବା ପାଇଁ ଚେଷ୍ଟା କରିବ ଦଳ ।