• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲଗାତାର ଭାବେ ବିଶ୍ବକପରେ ଖରାପ ପ୍ରଦର୍ଶନ, ପାକିସ୍ତାନକୁ କର ଅବା ମର ସ୍ଥିତିରେ ଆଣି ଛିଡ଼ା କରିଛି । ଆଜିର ମ୍ୟାଚରେ ପାକିସ୍ତାନ ପାଇଁ ଅଫଗାନିସ୍ତାନର ସ୍ପିନ ବୋଲିଂ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।
ଆଜିର ମ୍ୟାଚ ଚେପକ ଷ୍ଟାଡିୟମରେ ଖେଳାଯିବ । କ୍ରମାନ୍ବୟରେ ଦୁଇଟି ମ୍ୟାଚରେ ପରାଜିତ ହୋଇଥିବା ପାକିସ୍ତାନ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଛି । ଅନ୍ୟପଟେ ବିପର୍ଯ୍ୟୟ ଘଟାଇବାକୁ ଅଫଗାନିସ୍ତାନ ଦଳ ଅପେକ୍ଷା କରିଛି ।
ଚେପକ ଷ୍ଟାଡିୟମର ପିଚ, ସ୍ପିନ ବୋଲିଂକୁ ସହାୟତା କରିବ ବୋଲି ଜଣା ପଡ଼ିଛି । ଫଳରେ ପାକିସ୍ତାନ ବ୍ୟାଟର ଓ ଅଫଗାନିସ୍ତାନ ବୋଲରଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ ।

ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ଚାରୋଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ପ୍ରଥମ ଦୁଇଟି ମ୍ୟାଚ ପାକିସ୍ତାନ ଜିତିବା ପରେ ତୃତୀୟ ଭାରତ ବିପକ୍ଷରେ ଓ ଚତୁର୍ଥଟି ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହୋଇଥିଲା ।
ଅନ୍ୟପଟେ ପ୍ରଥମ ତିନୋଟି ମ୍ୟାଚରେ ଅଫଗାନିସ୍ତାନ ପରାସ୍ତ ହୋଇଥିବା ବେଳେ ଇଂଲଣ୍ତ ବିପକ୍ଷରେ ଚତୁର୍ଥ ମ୍ୟାଚ ଜିତି ନିଜର ମନୋବଳ ଉଚ୍ଚା କରିଛି ।
ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଶେଷ ପାଞ୍ଚଟି ମ୍ୟାଚରୁ ଅତିକମରେ ୩ ଟି ମ୍ୟାଚ ଜିତିବାକୁ ପଡ଼ିବ । ଏଣୁ ଅଫଗାନିସ୍ତାନ ବିପକ୍ଷ ମ୍ୟାଚ ଜିତି ପାକିସ୍ତାନ ବିଜୟଧାରାକୁ ଫେରିବାକୁ ଚେଷ୍ଟା କରିବ ।
ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜମଙ୍କ ଫର୍ମ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଅଫଗାନିସ୍ତାନ ନିକଟରେ ରସିଦ ଖାନ, ମୁଜିବ ଉର ରେହମାନଙ୍କ ପରି ବିଶ୍ବ ସ୍ତରୀୟ ବୋଲର ରହିଛନ୍ତି । ତେଣୁ ଅଫଗାନିସ୍ତାନକୁ ହରାଇବାକୁ ହେଲେ ପାକିସ୍ତାନକୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।