ଖେଳ ଶେଷ ହୋଇଗଲେ ମୋତେ ଆଉ କେହି ଦେଖିବାକୁ ପାଇବେନି: ବିରାଟ କୋହଲି

ଭାରତୀୟ କ୍ରିକେଟ ଜଗତର ମହାନ କ୍ରିକେଟର ତଥା RCBର ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ।

Virat Kohli

ଯିଏ କ୍ରିକେଟ ଛଡ଼ା ବାକି କୌଣସି କଥା ଜାଣିନାହାନ୍ତି, କ୍ରିକେଟ ଛଡ଼ା ଯାହାଙ୍କର କୌଣସି ଅସ୍ତିତ୍ୱ ନାହିଁ; ସେ କ୍ରିକେଟ ଛାଡ଼ିବା ପରେ କ’ଣ କରିବେ, ଏହି ପ୍ରଶ୍ନ ଅନେକଙ୍କ ମନରେ ଥିବ । ଆମେ ଏଠି କହୁଛୁ ଭାରତୀୟ କ୍ରିକେଟ ଜଗତର ମହାନ କ୍ରିକେଟର ତଥା RCBର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କଥା । ସେ କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ।

ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ବିରାଟ କୋହଲି ଭାରତୀୟ କ୍ରିକେଟର ସେବା କରିଆସିଛନ୍ତି । ଜଣେ ମହାନ ଖେଳାଳି ଭାବେ ପୂରା ବିଶ୍ୱରେ ପ୍ରସିଦ୍ଧି ପାଇପାରିଛନ୍ତି । କ୍ରିକେଟ ଜଗତରେ ସେ ଅବିସ୍ମରଣୀୟ ଚିହ୍ନ ଛାଡ଼ିଯାଇଛନ୍ତି । କୋହଲିଙ୍କ ପାଇଁ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ସ୍ଥାନ ପାଇବାକୁ ଯାଉଛି । ୩୪ ବର୍ଷ ବୟସରେ ମଧ୍ୟ କୋହଲିଙ୍କ ଖେଳ ପ୍ରତି ଭଲ ପାଇବା ତାଙ୍କୁ ଏପରି ମହାନ ଖେଳାଳି କରି ଗଢ଼ି ତୋଳିଛି।

ଅଧିକ ପଢ଼ନ୍ତୁ: ହେୟାର କଟ୍‌ ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ବିରାଟ କୋହଲି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

ରନ ସଂଗ୍ରହର କ୍ଷୁଧା ଶେଷ ହୋଇନାହିଁ । ନିଜ ଦଳ ପାଇଁ ସଫଳତା ଆଣିବା ମଧ୍ୟ ଶେଷ ହୋଇନାହିଁ । ତେବେ କୋହଲିଙ୍କୁ ୩୪ ବର୍ଷ ହୋଇଯାଇଥିବାରୁ ତାଙ୍କର ଅବସର ନେଇ ଅନେକ କଥା କାହାର ନା’ କାହାର ମନରେ ଉଠିବା ସ୍ୱାଭାବିକ । ଏନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଆଉ ସେ ଉତ୍ତରରେ କହିଥିଲେ, ଏହା ବହୁତ ସରଳ । ଜଣେ କ୍ରୀଡ଼ାବିତ୍ ଭାବରେ କ୍ୟାରିୟରର ଶେଷ ତାରିଖ ଅଛି । ତେବେ କ୍ୟାରିୟର ଶେଷ କରିବାକୁ ଚାହେଁ ନାହିଁ ବୋଲି କୋହଲି କହିଛନ୍ତି ।

ଯଦିଓ ମୋତେ କେବେ ନା କେବେ ଅବସର ନେବାକୁ ପଡ଼ିବ, ତେବେ ଏହା ବିଷୟରେ ଚିନ୍ତା କରିବାର ସମୟ ଆସିନାହିଁ ବୋଲି କୋହଲି କହିଛନ୍ତି । ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, କ୍ରିକେଟରୁ ଅବସର ନେବା ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ବିଷୟରେ ଚିନ୍ତା କରିବା ପୂର୍ବରୁ ସେ ବହୁତ୍ ସମୟ ବିରତି ନେବେ ବୋଲି କହିଛନ୍ତି ।

ବିନା କୌଣସି ଅନୁତାପରେ ନିଜ ଜୀବନର ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ସବୁବେଳେ ଚେଷ୍ଟା କରୁଥିବା କହିଛନ୍ତି । ଯେଉଁଦିନ ସେ ନିଜର ଶତ ପ୍ରତିଶତ ଦେଇନପାରିବେ ସେହିଦିନ ହିଁ ଅବସର ନେଇଯିବେ ବୋଲି କୋହଲି କହିଛନ୍ତି । ତେବେ ଅବସର ପରବର୍ତ୍ତୀ ପ୍ଲାନ ଉପରେ ସେ କହିଛନ୍ତି, ପ୍ରଥମେ ସେ ବହୁ ସମୟ ରେଷ୍ଟ୍ ନେବେ । ପରେ କ’ଣ କରିବେ ତାହାର ପ୍ଲାନ କରିବେ ।

ଅଧିକ ପଢ଼ନ୍ତୁ: ‘ଚେନ୍ନାଇରେ ତିଆରି ହେବ ଧୋନିଙ୍କ ମନ୍ଦିର’

ଯେବେ ମୋ ଭିତରେ ଆଉ ଖେଳିବାକୁ ଆଗ୍ରହ ରହିବ ନାହିଁ, ଯେବେ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇନପାରିବି; ସେବେ ମୋତେ ଆଉ କେହି ଦେଖିବାକୁ ପାଇବେନି । ମୁଁ ପଡ଼ିଆରୁ ହିଁ ହଜିଯିବି ବୋଲି କୋହଲି କହିଛନ୍ତି । କୋହଲି ବର୍ତ୍ତମାନ ଚାଲିଥିବା ଆଇପିଏଲରେ ଟପ୍ ରନ୍ ସ୍କୋରର ରହିଛନ୍ତି । ୧୫୫.୧୬ ଷ୍ଟ୍ରାଇକ୍ ରେଟ୍ ସହ ୧୩ ଇନିଂସରେ ସେ ୬୬୧ ରନ୍ ସଂଗ୍ରହ କରିଛନ୍ତି । ତେବେ ତାଙ୍କ ଦଳ RCB ୧୩ ଟି ମ୍ୟାଚରୁ ୧୨ ପଏଣ୍ଟ ସହ ଆଇପିଏଲ୍ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । ଆସନ୍ତା ଶନିବାର ଦିନ ୧୩ ଟି ମ୍ୟାଚରୁ ୧୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଥିବା CSK ବିପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ RCB ।

ଗତ କିଛିଦିନ ତଳେ ଭାରତୀୟ ବିଶ୍ୱକପ ଦଳ ପାଇଁ ଟିମ୍ ଚୟନ ହୋଇଥିଲା । ଉକ୍ତ ଟିମ ପାଇଁ ବିରାଟଙ୍କୁ ନଖେଳିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା । ତେବେ ଆଇପିଏଲରେ ଭଲ ପ୍ରଦର୍ଶନ କରି କୋହଲି ସମସ୍ତ ବିବାଦର ଦୃଢ଼ତାର ସହ ମୁକାବିଲା କରିଛନ୍ତି ।