Advertisment

Barabati Odi: ଖୋଲିଲା ବାରବାଟୀ କାଉଣ୍ଟର, ଟିକେଟ ପାଇଁ ଅସମ୍ଭାଳ ଭିଡ

ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି କାଉଣ୍ଟର ଟିକେଟ୍ ବିକ୍ରି। ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ ପ୍ରବଳ ଗହଳି ଲାଗିଛି । ଠେଲାପେଲା ସ୍ଥିତି ଉପୁଜିଛି ।

ଅଦ୍ୟତନ ହୋଇଛି
barabati

barabati

Advertisment

ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ବହୁ ବ୍ୟବଧାନରେ ଗୋଟିଏ କି ଦୁଇଟି ଦିନିକିଆ ଓ ଟି୨୦ ମ୍ୟାଚ ଖେଳାଯାଉଥିବା ବେଳେ ଫ୍ୟାନଙ୍କ ଉତ୍ସାହ ଶିଖରରେ। ଦୀର୍ଘ ୬ ବର୍ଷ ପରେ ବାରବାଟୀକୁ ଫେରିଛି ଦିନିକିଆ କ୍ରିକେଟ। ଏପରିକି ୩ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଛି।। ଶେଷ ଥର ପାଇଁ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚକୁ ୪ ଉଇକେଟରେ ହାରି ଯାଇଥିଲା ଭାରତ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ନେଇ ପ୍ରସଂଶକଙ୍କ ମଧ୍ୟରେ ଉତ୍ସାହ ପ୍ରବଳ।

Advertisment

ଅଧିକ ପଢ଼ନ୍ତୁ: ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ଟ୍ରାଭିସ ହେଡଙ୍କ କୀର୍ତ୍ତିମାନ, ପ୍ରଥମ ଥର ପାଇଲେ ଏହି ପୁରସ୍କାର

୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ ପାଇଁ ଅଫଲାଇନ ଟିକେଟ ବିକ୍ରି ବୁଧବାର ଆରମ୍ଭ ହୋଇଛି। ୪ଟି ଟିକେଟ କାଉଣ୍ଟର ଖୋଲାଯାଇଥିବା ବେଳେ ବାରବାଟୀ ଲଢେଇ ପାଇଁ ଟିକେଟ୍ କିଣୁଛନ୍ତି କ୍ରିକେଟ୍ ପ୍ରେମୀ । ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି କାଉଣ୍ଟର ଟିକେଟ୍ ବିକ୍ରି। ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ ପ୍ରବଳ ଗହଳି ଲାଗିଛି । ଠେଲାପେଲା ସ୍ଥିତି ଉପୁଜିଛି । ଗତକାଲିଠୁ କ୍ରିକେଟ୍ ପ୍ରେମୀ ରାତି ଉଜାଗର ରହି ଲାଇନରେ ଅପେକ୍ଷା କରିଥିଲେ। ଟିକେଟ୍ ବିକ୍ରି ପାଇଁ ସମୁଦାୟ ୪ଟି କାଉଣ୍ଟରର ବ୍ୟବସ୍ଥା କରାଯାଇଛି । ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ୍ ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

Advertisment

ଅନ୍ତର୍ଜାତୀୟ ତାରକାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିତରେ କ୍ରେଜ । ଗୁରୁତ୍ବପୂର୍ଣ୍ଣ କଥା ହେଲା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଫ୍ୟାନ ବୋଧହୁଏ ଶେଷଥର ପାଇଁ ଓଡିଶାରେ ତାଙ୍କୁ ଦେଖିବାକୁ ସୁଯୋଗ ପାଇବେ। ଉଭୟ ଖେଳାଳି ଟି୨୦ରୁ ଅବସର ନେଇଥିବା ବେଳେ ଦିନିକିଆ ଓ ଟେଷ୍ଟ ଫର୍ମାଟରେ କ୍ୟାରିୟରର ସାୟାହ୍ନରେ ପହଞ୍ଚିଲେଣି। ସୋମାବାର ଓସିଏ ସହ ଅନୁବନ୍ଧିତ ଥିବା ସବୁ ସଂଗଠନ ଗୁଡିକ ଆସି ଟିକେଟ ନେଇଥିଲେ। ସବୁ ଜିଲ୍ଲା ପାଇଁ ମୋଟ ୯ ହଜାର ଟିକେଟ ଦିଆଯାଇଛି।

ରବିବାର ଅନଲାଇନରେ ୪ ହଜାର ଟିକେଟ ୧ ମିନିଟରେ ଶେଷ ହୋଇଥିଲା। ଆହୁରି ୬୦ ହଜାର ଲୋକ କ୍ୟୁରେ ରହିଥିଲେ। ଲୋକଙ୍କ ଏତେ କ୍ରେଜ ରହିଛିଯେ, ଅଫଲାଇନ ଟିକେଟ ବିକ୍ରି ଓସିଏ ପାଇଁ ଚିନ୍ତାର କାରଣ ପାଳଟିଛି। ତେବେ ମାତ୍ରାଧିକ ଟିକେଟ ପାଶରେ ବଣ୍ଟା ଯାଉଥିବା ବେଳେ ଏହା କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି।

Advertisment

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇବ କି କ୍ରିକେଟର କଳା ଇତିହାସ ? ସେବେ ଗାଙ୍ଗୁଲି-ଏବେ ରୋହିତ !

Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ