/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754925773.jpg)
Odisha Youth
ଇଏ କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ । ଛତିଶଗଡ଼ ଗରିୟାବନ୍ଦ ଜିଲ୍ଲା ମାଡାଗାଁଓର ଜଣେ ଅତି ସାଧାରଣ ଯୁବକଙ୍କ ପାଖକୁ ଆସିଛି କ୍ରିକେଟ ଜଗତର ଦିଗ୍ଗଜଙ୍କ ଫୋନ୍ କଲ୍ । ଯାହାକୁ ମଜାକ ଭାବି ନେଇଥିଲେ ତାହା ସତ ବୋଲି ଜାଣିବା ପରେ ଏହାକୁ ନେଇ ବେଶ୍ କୌତୁହଳ ପ୍ରକାଶ ପାଇଛି ।
ମାଡାଗାଁଓର ଯୁବକ ମନିଷ ବିଶି ନିକଟରେ ଏକ ମୋବାଇଲ୍ ଦୋକାନରୁ ନୂଆ ସିମ୍ କାର୍ଡଟିଏ ଆଣିଥିଲେ । ସେ ତାକୁ କିଛି ଦିନ ବ୍ୟବହାର କରୁଥିଲେ । ଯେବେଠୁ କିନ୍ତୁ ସେ ସେହି ନମ୍ୱରରେ ୱାଟ୍ସଅପ୍ ବ୍ୟବହାର କରିବା ଆରମ୍ଭ କଲେ ସେବେଠୁ ତାଙ୍କ ପାଖକୁ ଆସିବାକୁ ଲାଗିଲା ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସଙ୍କ ଫୋନ୍ କଲ୍ । ଆଉ ଆସିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାରଙ୍କ ଫୋନ୍ ।
ମନିଷ ଓ ଖେମରାଜଙ୍କୁ ମଜାକ ଲାଗୁଥିଲେ ମଧ୍ୟ ଏହି ସବୁ ତାରକା ଫୋନ୍ କରିବା ସତ । ପ୍ରକୃତରେ ଘଟଣା ହେଉଛି ଯେ, ଯେଉଁ ନମ୍ବର ମନିଷଙ୍କୁ ଆଲର୍ଟ ହୋଇଥିଲା ତାହା ଥିଲା କ୍ରିକେଟର ରଜତ ପାଟିଦାରଙ୍କ ପୁରୁଣା ଫୋନ୍ ନମ୍ବର । ଯେହେତୁ ତାହା ୯୦ ଦିନ ଧରି ସେବାରେ ନଥିଲା ତେଣୁ ସଂପୃକ୍ତ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀ ସେହି ନମ୍ବର ଆଉ ଥରେ ଆଲର୍ଟ କରି ବିକ୍ରି କରିଥିଲା । କିନ୍ତୁ ପୁରୁଣା ନମ୍ବର ହୋଇଥିଲେ ବି ୱାଟ୍ସଅପ୍ ରେ ତାହା ରଜତ ପାଟିଦାର ବୋଲି ଜଣା ପଡ଼ୁଥିଲା ।
ଆଉ ଏହି କାରଣରୁ ବହୁ ଷ୍ଟାର ଖେଳାଳି ରଜତଙ୍କୁ ଫୋନ୍ କରୁଥିଲେ କିନ୍ତୁ ଫୋନ୍ ଉଠାଉଥିଲେ ମନିଷ ଓ ଖେମରାଜ । ଘଟଣା ଜଣା ପଡ଼ିବା ପରେ ନିଜେ ରଜତ ଜୁଲାଇ ୧୫ରେ ଫୋନ୍ କରି କହିଥିଲେ, ଭାଇ ଦୟାକରି ମୋ ସିମ୍ କାର୍ଡ ମୋତେ ଫେରାଇ ଦିଅ । କିନ୍ତୁ ଏହାକୁ ଏକ ପ୍ରାଙ୍କ୍ ବୋଲି ଭାବି ନେଇଥିଲେ ଦୁଇ ସାଙ୍ଗ । ପରେ କିନ୍ତୁ ପୋଲିସ ହସ୍ତକ୍ଷେପ ପରେ ସିମ୍ କୁ ଫେରାଇ ଦେଇଛନ୍ତି ମନିଷ୍ ।
ଏକ ନିପଟ ମଫସଲ ଗାଁର ଯୁବକ କେବେ ସ୍ବପ୍ନରେ ବି ଭାବି ନଥିଲେ ଯେ ସେମାନେ ବିରାଟଙ୍କ ସହ କଥା ହୋଇପାରିବେ । ଆଜି ବି ସେମାନଙ୍କୁ ଏହି ଘଟଣା ସେମାନଙ୍କୁ ଫିଲ୍ମ ଭଳି ଲାଗୁଛି । ଟେଲିକମ୍ ସର୍ଭିସର ନିୟମ ଅନୁସାରେ ୯୦ ଦିନ ସିମ୍ କାର୍ଡ ରିଚାର୍ଜ ନ ହେଲେ ସେବାରେ ନଥିଲେ ତାହା ରିଜେକ୍ଟ ହୋଇଯାଏ ଏବଂ ସେହି ନମ୍ବରରେ ନୂଆ ସିମ୍ ଆକ୍ଟିଭ୍ କରି ବିକ୍ରି କରାଯାଇଥାଏ । ଏଣୁ ଏହାକୁ ନେଇ କୌଣସି ସାଇବର ମାମଲା ବି ରୁଜୁ ହୋଇନଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)