Advertisment

କାଲିଠୁ ହକି ବିଶ୍ୱକପ୍ ମହାସମର: ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍ ଲଢେଇ

ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍।

ଅଦ୍ୟତନ ହୋଇଛି
Odisha Gears Up For Hockey World Cup 2023

Odisha gears up for Hockey World Cup 2023

Advertisment

ପ୍ରସ୍ତୁତ ଷ୍ଟାଡିୟମ୍, ପ୍ରସ୍ତୁତ ପ୍ଲେୟାର। ଅପେକ୍ଷା ମହାସମରକୁ। ଆସନ୍ତାକାଲି ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ୧୭ଦିନ ବ୍ୟାପୀ ଚାଲିବାକୁ ଥିବା ହକି ମହାକୁମ୍ଭ ଏଥିପାଇଁ ସମରସଜ୍ଜା କରିଛନ୍ତି ୧୬ଟି ଦଳର ଯୋଦ୍ଧା। ଆସନ୍ତାକାଲି ଉଦଘାଟନୀ ଦିବସରେ ଖେଳାଯିବ ୪ଟି ମ୍ୟାଚ୍। ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଆୟୋଜକ ଭାରତ। ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା ଏ ମ୍ୟାଚ୍ ଉପରେ ପୁରା ଦେଶର ନଜର। ଘରୋଇ ମାଟି ସହ ହୋମ୍ ଗ୍ରାଉଣ୍ଡର ଦୁଇ ଷ୍ଟାର ଅମିତ ରୋହିଦାସ ଓ ନିଲମ୍ ସଂଜୀପ ଖେସଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ମୁକାବିଲା ହେବ ଶକ୍ତିଶାଳୀ ସ୍ପେନ୍ ସହିତ। ମ୍ୟାଚର ଦୁଇ ୨ ସପ୍ତାହ ପୂର୍ବରୁ ବ୍ରାଣ୍ଡ ନ୍ୟୁ ର୍ବିସା ମୁଣ୍ଡା ଷ୍ଟାଡିୟମ୍‌ରେ ଟିମ୍ ଇଣ୍ଡିଆ ସଦସ୍ୟମାନେ ଅଭ୍ୟାସ ଜାରି ରଖିଥିବାରୁ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ ଆଶା ରଖିଛନ୍ତି ଭାରତୀୟ ଦଳର କ୍ୟାପଟେନ ଓ କୋଚ୍।

Advertisment

ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍। ପୁରା ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଦର୍ଶନକୁ ନେଇ ଢେର ଆଶାବାଦୀ ଅଛନ୍ତି କ୍ରୀଡ଼ାପ୍ରେମୀ। କାରଣ ଲଗାତର ଦ୍ୱିତୀୟ ଥର ପାଇଁ ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଖେଳିବାକୁ ଯାଉଛନ୍ତି ଟିମ୍ ହରପ୍ରୀତ ଆଣ୍ଡ୍ କୋ। କୋଚ୍ ଗ୍ରାହମ୍ ରିଡଙ୍କ ନୂଆ ରଣନୀତିକୁ ବଳ କରି ମଇଦାନକୁ ଓହ୍ଲାଉଛି ଭାରତୀୟ ଦଳ। ୧୯୭୫ ମସିହା ପରଠାରୁ ଭାରତ ପାଇଁ ସ୍ବପ୍ନ ହୋଇ ରହିଛି ବିଶ୍ୱକପ ମୁକୁଟ। ଗତ ବିଶ୍ୱକପ୍‌ରେ କ୍ୱାର୍ଟର ଫାଇନାଲରୁ ଆଉଟ୍ ହୋଇ ଷଷ୍ଠ ସ୍ଥାନରେ ରହିଥିଲା ଭାରତ। ଏଥର ଘରୋଇ ଦଳଠାରୁ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି କୋଟି କୋଟି ହକି ପ୍ରେମୀ। 

ଅଧିକ ପଢ଼ନ୍ତୁ: ବିଶ୍ୱକପ୍ ହକିର ମାହୋଲକୁ ଅଧିକ ଆକର୍ଷଣୀୟ କରିବ ଡଟ୍ ଫେଷ୍ଟ

ସେପଟେ ଆଜି ବିଶ୍ୱକପ୍ ଟ୍ରଫି ରାଉଲକେଲା ରେ ପହଞ୍ଚିବା ପରେ ସେଠାରେ ସୃଷ୍ଟି ହୋଇଥିଲା ଭବ୍ୟ ପରିବେଶ ଟ୍ରଫିକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ରାଉରକେଲାବାସୀ। ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା ପରେ ସହର ପରିକ୍ରମା କରିଥିଲା ଟ୍ରଫି। ଏହି ଅବସରରେ ବ୍ରାହ୍ଣଣୀ ବ୍ରିଜ୍ ଉପରେ ୨୫୦ରୁ ଅଧିକ ଓଡ଼ିଶା ନୃତ୍ୟଶିଳ୍ପୀଙ୍କ ସମବେତ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ସହରର ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଆସି ଟ୍ରଫିକୁ ସ୍ୱାଗତ କରିଥିଲେ।

Advertisment

ଚଳିତ ଥର ଭାରତ ସମେତ ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡସ୍, ଜର୍ମାନୀ ଏବଂ ବେଲଜିୟମକୁ ବିଶ୍ୱକପ ଦାବିଦାର କୁହାଯାଉଛି। ନେଦରଲ୍ୟାଣ୍ଡସ ୩ ଥର ବିଶ୍ୱକପ ଟାଇଟଲ ଜିତିଥିବାବେଳେ ୨୦୧୮ରେ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲା ଅଷ୍ଟ୍ରେଲିଆ ମଧ୍ୟ ୩ ଥର ବିଶ୍ୱକପ୍ ଟ୍ରଫି ହାସଲ କରିଥିବା ବେଳେ ଜର୍ମାନୀ ଓ ଡିଫେଣ୍ଡିଂ ଚାମ୍ପିୟନ୍ ବେଲଜିୟମ୍ ଜବରଦସ୍ତ ଫର୍ମରେ ଅଛନ୍ତି

(ରାଉଲକେଲାରୁ ପବନ ତିଓ୍ୱାରୀ ଓ ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)

Hockey World Cup 2023 Hockey India Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ