Advertisment

ମୁମ୍ବାଇ ଇଣ୍ଡିଆନ୍ସ ନୁହେଁ, ଏହି ଟିମ ପାଇଁ ଖେଳିପାରନ୍ତି ରୋହିତ ଶର୍ମା

ରୋହିତ ଶର୍ମା ଆଇପିଏଲ ୨୦୨୫ରେ ଫ୍ରାଞ୍ଚାଇଜ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା । ଆଗକୁ ଆଇପିଏଲର ମେଗା ନିଲାମ ଅନୁଷ୍ଠିତ ହେବାକୁ ଥିବାରୁ ରୋହିତ ମୁମ୍ବାଇ କ୍ୟାମ୍ପ୍ ଛାଡ଼ିବା ସମ୍ଭାବନା ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Rohit Sharma may play for this franchise in IPL 2025

Rohit Sharma

ଇଣ୍ଡିଆନ ପ୍ରିମିୟର ଲିଗର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ (MI) ୨୦୨୪ ସଂସ୍କରଣରେ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଭାର ପ୍ରଦାନ କରିଥିଲା । ଏହାପରେ ରୋହିତ ଶର୍ମା ଆଇପିଏଲ ୨୦୨୫ରେ ଫ୍ରାଞ୍ଚାଇଜ ବଦଳାଇ ପାରନ୍ତି ବୋଲି ଚର୍ଚ୍ଚା ବଢ଼ିଥିଲା । ତେବେ ଆଗକୁ ଆଇପିଏଲର ମେଗା ନିଲାମ ଅନୁଷ୍ଠିତ ହେବାକୁ ଥିବାରୁ ରୋହିତ ମୁମ୍ବାଇ କ୍ୟାମ୍ପ ଛାଡ଼ିବା ସମ୍ଭାବନା ଅଧିକ ରହିଛି।

Advertisment

ଅଧିକ ପଢ଼ନ୍ତୁ: ଭାଇରାଲ ହେଲା ବିରାଟଙ୍କ ଡିପ୍‌ଫେକ୍‌ ଭିଡିଓ, ଶୁଭମନ ଗିଲ୍‌ଙ୍କୁ ନେଇ କହୁଛନ୍ତି ଏମିତି....

ଚର୍ଚ୍ଚା ଅନୁସାରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇପାରନ୍ତି । ଏପରି ଅନେକ ଚର୍ଚ୍ଚା ଏବେ କ୍ରିକେଟ ମହଲରେ ହେଉଥିବାବେଳେ ମେଗା ନିଲାମକୁ ନେଇ ଫ୍ୟାନ୍ସଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ସେପଟେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି । ହରଭଜନ କହିଛନ୍ତି, ଏଥର ଆଇପିଏଲ ଅକ୍ସନ ଉତ୍କଣ୍ଠାପୂର୍ଣ୍ଣ ହେବାକୁ ଯାଉଛି । କିଛି ବଡ଼ ନାଁ ନିଲାମରେ କେଉଁ ଦଳରେ ସାମିଲ ହେଉଛନ୍ତି ତାକୁ ନେଇ ଉତ୍ସାହ ବଢ଼ୁଛି । ରୋହିତ ଶର୍ମା ଦିଲ୍ଲୀ କ୍ୟାମ୍ପରେ ସାମିଲ ହେଉଛନ୍ତି ନା ମୁମ୍ବାଇ ରିଟେନ୍ କରୁଛି ଏହା ଉପରେ ସମସ୍ତଙ୍କ ନଜର।

Advertisment

କେଏଲ ରାହୁଲଙ୍କୁ ନେଇ ମଧ୍ୟ ଅନେକ ଗୁଜବ ଖବର ସାମ୍ନାକୁ ଆସିବାରେ ଲାଗିଛି । ରାହୁଲ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଛାଡ଼ିବାକୁ ପ୍ରସ୍ତୁତ ଥିବା କିଛି ରିପୋର୍ଟରେ ପ୍ରକାଶ ପାଇଛି । 

ଆଇପିଏଲ ରୋହିତ ଶର୍ମାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । କ୍ୟାରିୟରର ପ୍ରାରମ୍ଭରେ ପ୍ରତିଭାବାନ ବ୍ୟାଟର ନିଜର ସ୍ଥିର ପ୍ରଦର୍ଶନ ପାଇଁ ସଂଘର୍ଷ କରିଥିଲେ । ମାତ୍ର ଆଇପିଏଲ ହିଁ ରୋହିତଙ୍କୁ ନିଜକୁ ପ୍ରମାଣିତ କରିବାକୁ ସୁବର୍ଣ୍ଣ ସୁଯୋଗ ଦେଇଥିଲା । ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଡେକାନ ଚାର୍ଜର୍ସ ପକ୍ଷରୁ ଖେଳିଛନ୍ତି ରୋହିତ । ଏହି ତିନୋଟି ସଂସ୍କରଣରେ ପ୍ରତ୍ୟେକ ଥର ୩୫୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ ରୋହିତ ।

ଅଧିକ ପଢ଼ନ୍ତୁ: IPLକୁ ଫେରିଲେ ଜାହିର ଖାନ୍‌, ଏହି ଟିମ୍‌ର ମେଣ୍ଟର ଭାବେ ତୁଲାଇବେ ଦାୟିତ୍ୱ

ଏହାପରେ ନିଜ ଘରୋଇ ଟିମ ମୁମ୍ବାଇ ପକ୍ଷରୁ ଖେଳିବାର ସୁଯୋଗ ପାଇବା ପରେ ସଂପୂର୍ଣ୍ଣ ବଦଳିଯାଇଥିଲା ରୋହିତଙ୍କ କ୍ୟାରିୟର । ୨୦୧୩ ସଂସ୍କରଣରେ ୫୩୮ ରନ୍ ସଂଗ୍ରହ କରିବା ସହ ମୁମ୍ବାଇକୁ ପ୍ରଥମ ଟାଇଟେଲ ବିଜୟୀ କରାଇଥିଲେ । ଏହାପରେ ରୋହିତ ଅନେକ ରେକର୍ଡକୁ ଭଙ୍ଗ କରିବା ସହ ନିଜ ନାମରେ ନୂଆ କିର୍ତ୍ତୀମାନ ଯୋଡ଼ିଛନ୍ତି । ବିଶ୍ୱର ସଫଳତମ ଓ ବିତ୍ତଶାଳୀ କ୍ରିକେଟ ଲିଗ ଆଇପିଏଲର ଅନ୍ୟତମ ସଫଳ କ୍ୟାପଟେନ ଓ ସଫଳ ଟିମର ନେତୃତ୍ୱ ନେଇଛନ୍ତି । ଆଇପିଏଲର ସର୍ବକାଳୀନ ସର୍ବାଧିକ ରନ୍ ସଂଗ୍ରହକାରୀ ଖେଳାଳିଙ୍କ ମଧ୍ୟରେ ରୋହିତ କେବଳ ବିରାଟ କୋହଲି ଓ ଶିଖର ଧାୱନଙ୍କ ପଛରେ ରହିଛନ୍ତି।

Rohit Sharma Mumbai Indians IPL Auction
Advertisment
Advertisment