• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌କୁ ପୁଣି ଫେରିଲେ ପୂର୍ବତନ ଷ୍ଟାର୍‌ ବୋଲର୍‌ ଜାହିର ଖାନ୍‌ । ଏଥର କିନ୍ତୁ ଖେଳାଳି ଭାବେ ନୁହେଁ ବରଂ ମେଣ୍ଟର ଭାବେ IPLରେ ଯୋଡ଼ି ହୋଇଛନ୍ତି ଜାହିର । ଆଇପିଏଲ ୨୦୨୫ ପୂର୍ବରୁ ଦଳରେ ବଡ଼ ପରିବର୍ତ୍ତନ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ । ଟିମ୍‌ ଇଣ୍ଡିଆର ର୍ପୂବତନ ଭେଟରାନ୍‌ ଦ୍ରୁତ୍‌ ବୋଲର ଜାହିର ଖାନ୍‌ଙ୍କୁ ମେଣ୍ଟର ଭାବେ ନିଯୁକ୍ତି ଦେଇଛି LSG । କ୍ରିକେଟରୁ ଅବସର ପରେ ଜାହିର ଆଇପିଏଲରେ କିଛି ଫ୍ରାଞ୍ଚାଇଜ୍‌ ସହ ଜଡ଼ିତ ଥିଲେ । ତେବେ ଆଗାମୀ ସିଜିନ୍‌ରେ ଜାହିର ଖାନ୍‌ଙ୍କ ମେଣ୍ଟର ଭାବେ ନିଯୁକ୍ତି ଦେଇଛି ଲକ୍ଷ୍ନୌ । ଏନେଇ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି ।

ଜାହିର ଖାନ୍‌ ୨୦୦୮ରେ ଆଇପିଏଲ୍ ଡେବ୍ୟୁ କରିଥିଲେ । ସେ ୨୦୧୭ରେ ତାଙ୍କ ଶେଷ ଆଇପିଏଳ ମ୍ୟାଚ୍ ଖେଳିଥିଲେ । ଏହା ପରେ ଜାହିର ଖାନ୍‌ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିଥିଲେ । ସେ ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସଙ୍କ ସହ ରହିଥିଲେ । ବର୍ତ୍ତମାନ ସେ ଲକ୍ଷ୍ନୌର ମେଣ୍ଟର ଭାବେ ଦାୟିତ୍ୱ ତୁଲାଇବେ । ଜାହିରଙ୍କ ପୂର୍ବରୁ ଲକ୍ଷ୍ନୌ ଟିମ୍‌ରେ ଗମ୍ଭୀର ଏହି ପଦରେ ଥିଲେ । ତେବେ ଗୌତମ ଗମ୍ଭୀର IPL ୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସରେ ଯୋଗ ଦେଇଥିଲେ । ଗମ୍ଭୀର LSG ଛାଡ଼ିବା ପରେ ଲକ୍ଷ୍ନୌ ଦଳରେ ମେଣ୍ଟର ସ୍ଥାନ ଖାଲି ଥିଲା ।

ଯଦି ଆମେ ଲକ୍ଷ୍ନୌର କୋଚିଂ ଷ୍ଟାଫ୍‌ ବିଷୟରେ କହିବା ତେବେ ଜଷ୍ଟିନ୍‌ ଲେଙ୍ଗର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଲାନ୍ସ କ୍ଲୁସେନର୍ ଏବଂ ଆଡାମ ଭୋଗସ୍ ଦଳର ସହକାରୀ ପ୍ରଶିକ୍ଷକ ଅଛନ୍ତି । ଜାହିରଙ୍କ ଆଗମନ ପରେ କୋଚିଂ ଷ୍ଟାଫରେ କୌଣସି ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଜାହିର ମେଣ୍ଟର ସହ ଅନ୍ୟ ଦାୟିତ୍ୱ ମଧ୍ୟ ତୁଲାଇବେ ।

ଯଦି ଆମେ ଜାହିର ଖାନଙ୍କ କ୍ୟାରିଅରକୁ ଦେଖିବା ତାହାଲେ, ସେ ୧୦୦ଟି ଆଇପିଏଲ ମ୍ୟାଚ ଖେଳି ୧୦୨ ୱିକେଟ୍ ନେଇଛନ୍ତି। ସେହିପରି ଭାରତ ପାଇଁ ଜାହିର ଖାନ୍‌ ୧୭ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୧୭ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଜାହିର ଖାନ ଭାରତ ପାଇଁ ୨୦୦ଟି ଦିନିକିଆ ଓ ୯୧ଟି ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now