Advertisment

ବିରାଟ କୋହଲିଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ୍‌, କହିଲେ....

ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ବିରାଟ କୋହଲିଙ୍କ ଫର୍ମ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିକ୍ରମ ରାଠୋର କହିଛନ୍ତି ଯେ ବିରାଟ କୋହଲି ଭଲ ବ୍ୟାଟିଂ କରୁଛନ୍ତି।

author-image
Santosh Kumar Sahoo
Virat Kohli

Virat Kohli

ଟି-୨୦ ବିଶ୍ୱକପ୍‌ର ସୁପର-୮ରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ଭାରତ ସୁପର-୮ରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ବାଂଲାଦେଶ (ସମ୍ଭବତଃ) ବିପକ୍ଷରେ ମ୍ୟାଚ୍‌ ଖେଳିବ । ଗ୍ରୁପ୍ ପର୍ଯ୍ୟାୟରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜିତ ରହିବା ସହ ଟିମ୍‌ ଇଣ୍ଡିଆ ସୁପର-୮ରେ ପହଞ୍ଚିଛି । ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଆୟର୍ଲାଣ୍ଡ, ପାକିସ୍ତାନ ଏବଂ ଆୟୋଜକ ଆମେରିକାକୁ ପରାସ୍ତ କରିଛି । ତେବେ କାନାଡା ବିପକ୍ଷରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା ।

Advertisment

ଭାରତୀୟ ଦଳକୁ ଟି -୨୦ ବିଶ୍ୱକପ ୨୦୨୪ ଟାଇଟଲ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଏ । କିନ୍ତୁ ଦଳର ଖେଳାଳିଙ୍କ ଫର୍ମ ଭାରତର ଚିନ୍ତା ବଢ଼ାଉଛି । ସବୁଠାରୁ ବଡ଼ ସମସ୍ୟା ହେଉଛି ବିରାଟ କୋହଲିଙ୍କ ଫର୍ମକୁ ନେଇ । ଗ୍ରୁପ୍‌ ପର୍ଯ୍ୟାୟରେ ବିରାଟଙ୍କ ବ୍ୟାଟ୍‌ରୁ ବଡ଼ ସ୍କୋର ଦେଖିବାକୁ ମିଳିନଥିଲା । ଯାହାକି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଉପରେ ପ୍ରଭାବ ପକାଇଛି । ତେବେ ଏହାରି ମଧ୍ୟରେ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛନ୍ତି ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର ।

ବିରାଟ କୋହଲିଙ୍କୁ ନେଇ ବ୍ୟାଟିଂ ପ୍ରଶିକ୍ଷକ କ’ଣ କହିଲେ ଏହା ଜାଣିବା ପୂର୍ବରୁ ଆସନ୍ତୁ ପ୍ରଥେମ ଜାଣିବା ଚଳିତ ଟି-୨୦ ବିଶ୍ୱକପ୍‌ରେ କିପରି ରହିଛି ବିରାଟଙ୍କ ପ୍ରଦର୍ଶନ । ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ଓପନିଂ କରୁଛନ୍ତି । ଗ୍ରୁପ୍‌ ପର୍ଯ୍ୟାୟରେ ୩ଟି ମ୍ୟାଚ୍‌ରେ ମାତ୍ର ୫ ରନ୍‌ କରିଛନ୍ତି ବିରାଟ କୋହଲି ।

Advertisment

ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷରେ ବିରାଟ କୋହଲି ୧ ରନ୍‌ କରି ଆଉଟ ହୋଇଥିବାବେଳେ ପାକିସ୍ତାନ ବିପକ୍ଷରେ ମାତ୍ର ୪ ରନ୍‌ କରିବାରେ ସଫଳ ହୋଇଥିଲେ । ଏହା ପରେ ବିରାଟ କୋହଲି ଆମେରିକା ବିପକ୍ଷରେ ଏକ ଖାତା ଖୋଲିପାରିନଥିଲେ । ସୁପର-୮କୁ ଯିବା ପୂର୍ବରୁ ବିରାଟ କୋହଲି କାନାଡା ବିପକ୍ଷରେ ଦମଦାର ବ୍ୟାଟିଂ କରିବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ବର୍ଷା ହେତୁ ଏହି ମ୍ୟାଚ ବାତିଲ ହୋଇଯାଇଥିଲା।

ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ବିରାଟ କୋହଲିଙ୍କ ଫର୍ମ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିକ୍ରମ ରାଠୋର କହିଛନ୍ତି ଯେ ବିରାଟ କୋହଲି ଭଲ ବ୍ୟାଟିଂ କରୁଛନ୍ତି। ଏହିପରି, 2-3 ମ୍ୟାଚ୍‌ରେ ଆଉଟ୍‌ ହେଲେ କୌଣସି ଫରକ ପଡ଼େନି । ଯେତେବେଳେ ମୋତେ ବିରାଟ କୋହଲିଙ୍କ ଫର୍ମ ବିଷୟରେ ପ୍ରଶ୍ନ ପଚରାଯାଏ ମୁଁ ଖୁସି ଅନୁଭବ କରେ । ସେ ବଡ଼ ମ୍ୟାଚ୍‌ର ଖେଳାଳି । ସେ ଏକ ଶାନଦାର ପ୍ରତ୍ୟାବର୍ତ୍ତନ କରିବେ । ବିରାଟ କୋହଲିଙ୍କ ଫର୍ମ ଆମ ପାଇଁ ଚିନ୍ତାର ବିଷୟ ନୁହେଁ। ବିରାଟ କୋହଲି ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଏଠାରେ ମଧ୍ୟ ଭଲ ପ୍ରଦର୍ଶନ କରିବେ । ଯେତେବେଳେ ଦଳ ତାଙ୍କୁ ଅଧିକ ଆବଶ୍ୟକ କରେ, ସେ ଦମଦାର ପ୍ରତ୍ୟାବର୍ତ୍ତନ କରିବେ । ବିରାଟ କୋହଲିଙ୍କୁ ନ୍ୟୁୟର୍କର କଠିନ ପିଚରେ ସଂଘର୍ଷ କରିବାକୁ ପଡିଥାଇପାରେ, କିନ୍ତୁ ଏଥିରେ କିଛି ଫରକ ପଡ଼ିବ ନାହିଁ। ସେ ଆଗାମୀ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବିକ୍ରମ ରାଠୋର ।

Virat Kohli T 20 World Cup
Advertisment
Advertisment