Advertisment

Pakistan Out of champions Trophy: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ,ଚାମ୍ପିୟନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆୟୋଜକ ଦଳ ପାକିସ୍ତାନ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ସୋମବାର ନ୍ୟୁଜିଲାଣ୍ଡ ୫ ଉଇକଟରେ ବାଂଲାଦେଶକୁ ହରାଇଥିଲା। ଫଳରେ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

pakistan

pakistan

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆୟୋଜକ ଦଳ ପାକିସ୍ତାନ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ସୋମବାର ନ୍ୟୁଜିଲାଣ୍ଡ ୫ ଉଇକଟରେ ବାଂଲାଦେଶକୁ ହରାଇଥିଲା। ଫଳରେ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ ପାକିସ୍ତାନବାଂଲାଦେଶ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଉଛନ୍ତି। ପାକିସ୍ତାନ ଏହାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଓ ଦ୍ବିତୀୟ ମ୍ୟାଚରେ ଭାରତ ଠାରୁ ହାରିଥିଲା। ଅନ୍ୟ ପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚରେ ଭାରତ ନିକଟରୁ ହାରିଥିଲା।

Advertisment

ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?

ସୋମବାର ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୩୬ ରନ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ହରାଇ ୨୪୦ ରନ କରିଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଅଧିନାୟକ ନଜମୋଲ ହୋସେନ ଶନ୍ତୋ ୭୭ ରନ କରିଥିଲେ। ଶନ୍ତୋ ୧୧୦ ବଲ ଖେଳି ୯ ଚୌକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାକେର ଅଲୀ ୪୫ ଓ ରିଶାଦ ହୋସେନ ୨୬ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ବ୍ରେସୱେଲ ଘାତକ ବୋଲିଂ କରି ୪ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୱିଲିୟମ ଓରୁରକେ ୨, କାଇଲ ଜେମିସନ ଓ ମ୍ୟାଟ୍ଟ ହେନରୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Advertisment

ଟୁର୍ନାମେଣ୍ଟରେ ଜୀବନ୍ତ ରହିବାର ପାକିସ୍ତାନର ଏକମାତ୍ରା ଆଶା ବାଂଲାଦେଶର ବିଜୟ ରହିଥିଲା। ବାଂଲାଦେଶର ବୋଲର ମାନେ ୧୫ ରନରେ ଦୁଇ ଜଣ କିୱି ଖେଳାଳିଙ୍କୁ ଆଉଟ କରିଥିଲେ। ତେବେ ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ରାଚିନ ରବୀନ୍ଦ୍ର ଶତକ ହାସଲ କରିଥିଲେ। ରବୀନ୍ଦ୍ର ୧୦୫ ବଲ ଖେଳି ୧୨ ଚୌକା ଓ ୧ ଛକା ମାରି ୧୧୨ ରନ ସ୍କୋର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟମ ଲାଥାମ ୫୫ ରନ କରିଥିଲେ। ବାଂଲାଦେଶ ପକ୍ଷରୁ ଟାସ୍କିନ ଅହମଦ, ନାହିଦ ରାଣା, ମୁସ୍ତାଫିଜୁର ରେହମାନ ଓ ରିଶାଦ ହୋସେନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ରବିବାର ଟିମ ଇଣ୍ଡିଆ ୨୦୧୭ର ବଦଲା ୨୦୨୫ରେ ନେଇଥିଲା । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ । ଧୂଳି ଚାଟିଥିଲା ପାକିସ୍ତାନ। ଭାରତର ବଡ଼ ବିଜୟ ସହ ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା କରିଥିଲା। ଏହି ବିଜୟ ସହ ଭାରତ ଚମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ନିଜ ସ୍ଥାନ ଏକ ପ୍ରକାର ପକ୍କା କରିନେଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଇତିହାସ ରଚିଲେ ବିରାଟ, ଭାଙ୍ଗିଲେ ସଚିନ୍‌ଙ୍କ ରେକର୍ଡ...ପୂରଣ କଲେ ୧୪ ହଜାର ରନ୍‌

ICC Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ