Neeraj Chopra Marriage
ଖେଳପ୍ରେମୀଙ୍କ ପାଇଁ ଖୁସି ଖବର। ବିବାହ ବନ୍ଧନରେ ଆବଦ୍ଧ ହେଲେ ନୀରଜ ଚୋପ୍ରା। ଏନେଇ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ନିଜେ ଦେଲେ ସୂଚନା। ଦୁଇଟି ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଥିଲେ । ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଲେଖିଲେ ‘ପ୍ରେମରେ ବାନ୍ଧି’ ହେଲି ବୋଲି।
ହିମାନୀଙ୍କୁ ବିବାହ କରିଥିବା ନେଇ ସୂଚନା ଦେଇଛନ୍ତି ଭାରତର ଏହି ଷ୍ଟାର ଜାଭେଲିନ ଥ୍ରୋୟର। ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାର କୃତିତ୍ବ ହାସଲ କରିଥିଲେ ନୀରଜ। ବିବାହ କରୁଥିଲେ ମଧ୍ୟ ନୀରଜ ଏହାକୁ ସମ୍ପୂର୍ଣ୍ଣ ଗୋପନୀୟ ରଖିଥିଲେ। ଅଚାନକ ଫଟୋ ଶେୟାର କରିବା ସହ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ନୀରଜ।
ଅଧିକ ପଢନ୍ତୁ:ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ରୋହିତ ଶର୍ମା
ପତ୍ନୀଙ୍କ ସହିତ ଫଟୋ ଶେୟାର କରିଥିବା ବେଳେ ମା’ଙ୍କ ଠାରୁ ଆଶୀର୍ବାଦ ନେଉଥିବାର ଫଟୋ ମଧ୍ୟ ଶେୟାର କରିଛନ୍ତି। ନୀରଜ ଫଟୋ ଶେୟାର କରିବା ମାତ୍ରକେ ସମସ୍ତେ ଶୁଭେଚ୍ଛା ପ୍ରଦାନ କରିଥିଲେ। ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ଅଭିନେତା ଗଜରାଜ ରାଓ ପ୍ରଥମେ ନୀରଜଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନିକଟରେ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଏକ ରୌପ୍ୟ ପଦକ ବିଜୟୀ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737304636.jpg)