Advertisment

Shami Fastest Indian: ୨୦୦ ୱିକେଟ କ୍ଲବ, ଭାରତୀୟଙ୍କ ମଧ୍ୟରେ ଶାମି ଦ୍ରୁତତମ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ୨୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ଅର୍ଜନ କରିଛନ୍ତି ଶାମି। ଏହି ମ୍ୟାଚ ପୂର୍ବରୁ ଶାମି ଦିନିକିଆ ଅନ୍ତର୍ଜାତୀୟରେ ୧୯୭ ଉଇକେଟ ନେଇଥିଲେ।

ଅଦ୍ୟତନ ହୋଇଛି
shami

shami

Advertisment

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ୨୦୦ ୱିକେଟ କ୍ଲବରେ ସାମିଲ ହୋଇଛନ୍ତି। ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ଅର୍ଜନ କରିଛନ୍ତି ଶାମି। ଏହି ମ୍ୟାଚ ପୂର୍ବରୁ ଶାମି ଦିନିକିଆ ଅନ୍ତର୍ଜାତୀୟରେ ୧୯୭ ଉଇକେଟ ନେଇଥିଲେ। ପ୍ରଥମ ସ୍ପେଲରେ ଘାତକ ବୋଲିଂ କରି ଦୁଇଟି ୱିକେଟ ନେଇଥିଲେ। ବାଂଲାଦେଶ ପକ୍ଷରୁ ସୌମ୍ୟ ସରକାର ଏବଂ ତାନଜିଦ ହାସନ ଇନିଂସ ଓପନ କରିବାକୁ ଆସିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଚାମ୍ପିୟନ୍ସ ଟ୍ରଫି ପାଇଁ ରାହୁଲ, ପାଣ୍ଡ୍ୟାଙ୍କୁ ଉପେକ୍ଷା

ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ଓଭରରେ ହିଁ ଓପନର ସୌମ୍ୟ ସରକାରଙ୍କୁ ଆଉଟ କରି ବାଂଲାଦେଶକୁ ଏକ ଝଟକା ଦେଇଛନ୍ତି। ଶାମିଙ୍କ ପ୍ରଥମ ଓଭରର ଶେଷ ବଲରେ ଉଇକେଟକିପର କେଏଲ ରାହୁଲଙ୍କ ଦ୍ୱାରା କ୍ୟାଚ ହୋଇଥିଲେ ସୌମ୍ୟ ସରକାର। ସୌମ୍ୟ ଖାତା ମଧ୍ୟ ଖୋଲିପାରି ନ ଥିଲେ। ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ଶାନ୍ତୋଙ୍କୁ ଆଉଟ କରି ହର୍ଷିତ ରାଣା ବାଂଲାଦେଶକୁ ଦ୍ୱିତୀୟ ଝଟକା ଦେଇଥିଲେ। ମେହେଦି ହାସନ ମିରାଜଙ୍କୁ ଆଉଟ କରି  ମହମ୍ମଦ ଶାମି ବାଂଲାଦେଶକୁ ତୃତୀୟ ଝଟକା ଦେଇଥିଲେ।

ବାଂଲାଦେଶ ୩୫ ରନରେ ୫ ୱିକେଟ ହରାଇଥିବା ବେଳେ ସପ୍ତମ ୱିକେଟରେ ୧୫୪ ରନ ଯୋଡିଥିଲେ ତୋହିଦ ହ୍ରିଦୟ ଓ ଜାକର ଅଲୀ। ଭାରତୀୟ ଫିଲ୍ଡର ଏକାଧିକ କ୍ୟାଚ ହାତଛଡା କରିଥିବା ବେଳେ ପୁଣି ଶାମି ନିଜ ପ୍ରତ୍ୟାବର୍ତ୍ତନ ସ୍ପେଲରେ ସଫଳତା ହାସଲ କରିଥିଲେ। ଜାକର ଅଲୀଙ୍କୁ ଆଉଟ କରିବା ସହ ଦିନିକିଆରେ ୨୦୦ ୱିକେଟ ପୂରଣ କରିଥିଲେ। ଏହି ସଫଳତା ସହିତ ଶାମି ୨୦୦ ଦିନିକିଆ ୱିକେଟ ନେବାରେ ଦ୍ରୁତତମ ଭାରତୀୟ ପାଲଟିଛନ୍ତି। ପୂର୍ବରୁ ଅଜିତ ଅଗରକର ୧୩୩ ତମ ମ୍ୟାଚରେ ଏହି ସଫଳତା ଅର୍ଜନ କରିଥିଲେ। ଶାମି ଅଗରକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ତେବେ ସେ ବିଶ୍ବର ଦ୍ବିତୀୟ ଦ୍ରୁତତମ ବୋଲର ରହିଛନ୍ତି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୧୦୨ ଇନିଂସରେ ୨୦୦ ୱିକେଟ ନେଇଥିବା ବେଳେ ଶାମି ୧୦୩ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

India Bangladesh ICC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ