• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରୁ ବାଦ୍ ପଡ଼ି ସାରିଛି ପାକିସ୍ତାନ । ଅତି ଦୟନୀୟ ଖେଳ ପ୍ରଦର୍ଶନ କରି ସୁପର୍ ଆଠ ଖେଳିବାର ଯୋଗ୍ୟତା ହରାଇ ସାରିଛି ପାକିସ୍ତାନ । ଏହା ପରେ ମଧ୍ୟ ବିବାଦ ପାକିସ୍ତାନ ଦଳର ପିଛା ଛାଡ଼ୁନାହିଁ । ପ୍ରଥମରୁ ପ୍ରଶଂସକ ଦଳର ପ୍ରଦର୍ଶନରେ ଅସନ୍ତୁଷ୍ଟ ରହିଛନ୍ତି । ବର୍ତ୍ତମାନ ଅନଲାଇନରେ ହାରିସ୍ ରାଉଫଙ୍କ ଏକ ଭିଡିଓ ଭାଇରାଲ ହେବା ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି ।

ଭିଡିଓରେ ପାକିସ୍ତାନ ଖେଳାଳି ଜଣକ ପ୍ରଶଂସକଙ୍କ ସହ ଝଗଡ଼ା କରୁଥିବା ନଜର ଆସୁଛନ୍ତି । ଏହା ସହ ଉକ୍ତ ପ୍ରଶଂସକ ଜଣକ ଖେଳାଳିଙ୍କ ପରିବାରକୁ ଅପମାନିତ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଉକ୍ତ ଭାଇରାଲ ଭିଡିଓକୁ ନେଇ ସାଥୀ ଖେଳାଳି ହାସନ ଅଲି ଟ୍ୱିଟ କରି କହିଛନ୍ତି, " ଖେଳାଳିଙ୍କ ପରିବାର ପ୍ରତି ସମ୍ମାନ ନିହାତି ଦେବା ଆବଶ୍ୟକ । ଖେଳ ପ୍ରତି ପ୍ରେମ, ଶାନ୍ତି ଏବଂ ସମ୍ମାନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ।"

"ପରିବାରର ଉପସ୍ଥିତିରେ ବ୍ୟକ୍ତିଗତ ଭାବେ କାହା ଉପରେ ଆକ୍ରମଣ କରିବା ଠିକ ନୁହେଁ । ପରିବାର ସହିତ ଥିବାବେଳେ ଯଦି କେହି ଆପଣଙ୍କୁ ବ୍ୟକ୍ତିଗତ ଭାବେ ଆକ୍ରମଣ କରନ୍ତି ତେବେ ଆପଣ କିପରି ଅନୁଭବ କରିବେ?" ବୋଲି ସାଦାବକୁ ପୋଷ୍ଟ କରିଛନ୍ତି ।

ତେବେ ରିଜୱାନଙ୍କ ପୋଷ୍ଟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ସେ କହିଛନ୍ତି ଯେ ପ୍ରଶଂସକଜଣକ ଭାରତ କିମ୍ବା ପାକିସ୍ତାନରୁ ଆସିଛନ୍ତି କି ନାହିଁ ଏଥିରେ କିଛି ଫରକ ନାହିଁ । ତେବେ ଉକ୍ତ ଝଗଡ଼ାରେ କୌଣସି ଭାରତୀୟ ପ୍ରଶଂସକଙ୍କର ସମ୍ପୃକ୍ତି ନଥିଲେ ମଧ୍ୟ ଭାରତକୁ ବିତର୍କ ଭିତରକୁ ଆଣିଥିବାରୁ ରିଜୱାନ୍‌ଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ସେହିପରି କ୍ରିକେଟ୍ ପ୍ରଶଂସକ ଭାବରେ ଆପଣ ଖେଳାଳିଙ୍କ ପ୍ରଦର୍ଶନ ଏବଂ ପଡ଼ିଆରେ ସେମାନଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିପାରିବେ । ଜଣେ ଖେଳାଳି କିମ୍ବା ସେମାନଙ୍କ ପରିବାରକୁ ପରିହାସ କରିବାର ଅଧିକାର କାହାର ଅଧିକାର ନାହିଁ ବୋଲି ଶେହଜାଦ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳରେ ଗୋଷ୍ଠୀ କନ୍ଦଳ ଥିବାରୁ, ଖେଳାଳିମାନେ ବ୍ୟକ୍ତିଗତ ମାଇଲଖୁଣ୍ଟକୁ ପ୍ରାଥମିକତା ଦେଉଛନ୍ତି । ଏଣୁ ପ୍ରଶଂସକଙ୍କୁ ଏହାକୁ ନେଇ ସମାଲୋଚନା କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଟି -୨୦ ବିଶ୍ୱକପ୍‌ରେ ପାକିସ୍ତାନର ଖରାପ ପ୍ରଦର୍ଶନ ସହ ଆମେରିକା ଏବଂ ଭାରତଠାରୁ ପରାଜିତ ହେବା ପାକିସ୍ତାନକୁ ଭାରୀ ପଡ଼ିଛି । ଏହାକୁ ନେଇ ଦଳରେ ଅନେକ ପରିବର୍ତ୍ତନ କରିବାକୁ କ୍ରିକେଟ୍ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now