Advertisment

ବିଶ୍ୱକପ ସ୍କ୍ୱାଡରେ ଅଶ୍ୱିନଙ୍କ ଦମଦାର ଏଣ୍ଟ୍ରି, ଅକ୍ଷର ଆଉଟ୍

ଭାରତୀୟ ଦଳର ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଆହତ କାରଣରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ଦମଦାର ଏଣ୍ଟ୍ରି ମାରିଛନ୍ତି ଅଶ୍ୱିନ।

author-image
Kausik Mohapatra
ଅଦ୍ୟତନ ହୋଇଛି
World Cup, Axar Patel, Ravichandran Ashwin

World Cup, Axar Patel, Ravichandran Ashwin

ବିଶ୍ୱକପ୍‌ ଟିମ୍‌ରେ ସାମିଲ ହୋଇଛନ୍ତି ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ । ଦିନିକିଆ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ତିଆର ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏଥିରେ ଅକ୍ଷର ପଟେଲଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ରିପ୍ଲେସ କରାଯାଇଛି । ନିକଟରେ ହୋଇଥିବା ଏସିଆ କପ୍‌ରେ ଅକ୍ଷର ପଟେଲ୍‌ ଆହତ ହେବାରୁ ସେ ବିଶ୍ୱକପରୁ ବାଦ ପଡ଼ିବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଅନ୍ୟପଟେ ଅକ୍ଷର ସୁସ୍ଥ ହୋଇ ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇବାନେଇ ଆଶା କରାଯାଉଥିଲା। ଫିଟ୍ ନହେବାରୁ ପଟେଲଙ୍କ ବଦଳରେ ୧୫ ଜଣିଆ ଦଳରେ ଅଶ୍ୱିନ ସାମିଲ ହୋଇଛନ୍ତି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଅକ୍ଷରଙ୍କ ବଦଳରେ ଦୁଇଟି ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ସେ ଉଭୟ ମୋହାଲି ଓ ଇନ୍ଦୋରରେ ୩ ୱିକେଟ୍‌ ନେଇ ଭାରତୀୟ ଦଳର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ।

Advertisment

BCCI ଏସିଆ କପ ବେଳେ ବିଶ୍ୱକପ ପାଇଁ ସ୍କ୍ୱାଡ ଘୋଷଣା କରିଥିଲେ। ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ ଅଶ୍ୱିନ ନଥିଲେ। ଅକ୍ଷର ବାଂଲାଦେଶ ବିପକ୍ଷ ଏସିଆ କପ ମ୍ୟାଚ୍‌ରେ ଆହତ ହେବାରୁ ଟିମ ଇଣ୍ଡିଆର ଚିନ୍ତା ବଢ଼ିଯାଇଥିଲା।

ପ୍ରକାଶ ଥାଉ କି ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଶ୍ୱିନଙ୍କୁ ସାମିଲ କରାଯାଇଥିଲା। ସେ ୨ଟି ମ୍ୟାଚ୍‌ ଖେଳି ୪ ୱିକେଟ ନେଇଥିଲେ। ଏହି ପ୍ରଦର୍ଶନ ପରେ ତାଙ୍କୁ ବିଶ୍ୱକପରେ ସାମିଲ କରାଯାଇଛି । ଅଶ୍ୱିନ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ବିଶ୍ୱକପରେ ଟିମ ଇଣ୍ଡିଆର ସ୍ପିନ ବୋଲିଂ ଭାର ସମ୍ଭାଳିବେ ।

ଅଶ୍ୱିନ ୨୦୧୧ ଓ ୨୦୧୫ ଦିନିକିଆ ବିଶ୍ୱକପ ଖେଳି ସାରିଛନ୍ତି । ସେ ବ୍ୟକ୍ତିଗତ ଭାବେ ତୃତୀୟ ବିଶ୍ୱକପ ଖେଳିବାକୁ ଯାଉଛନ୍ତି।

ଭାରତର ବିଶ୍ୱକପ ସ୍କ୍ୱାଡ:-

ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ବିରାଟ କୋହଲି, ଶୁବମନ ଗିଲ୍‌, ଈଶାନ କିଶନ, ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କେଏଲ୍‌ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସୂର୍ଯ୍ୟକୁମାର ଯାଦବ।

2023 Men's World Cup Ravichandran Ashwin BCCI Axar Patel
Advertisment
Advertisment