/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685698344.jpeg)
mayurbhanj defended the by winning final match against angul
ଦୁଇ ଦିନ ଧରି ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଦୃଷ୍ଟିବାଧିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରିଛି ମୟୂରଭଞ୍ଜ। ଫାଇନାଲରେ ଅନୁଗୁଳକୁ ହରାଇ ମୟୂରଭଞ୍ଜ ଟ୍ରଫି ହାତେଇଛି। ଜାତୀୟ ଦୃଷ୍ଟିବାଧିତ ଆସୋସିଏସନ୍ ସହାୟତାରେ ନିୟତି ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା।
JSW ଗ୍ରୁପ୍ର ପରିଚାଳନା ମୁଖ୍ୟ ପାର୍ଥ ଜିନ୍ଦଲଙ୍କ ଜନ୍ମଦିନ ଅବସରରେ ଏହା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜେଏସ୍ଡବ୍ଲୁର ଆଞ୍ଚଳିକ ମୁଖ୍ୟ ସୁମନ ଶାହ, ଏଜିଏମ୍ ଅନିନ୍ଦ୍ୟ କୁମାର, ଜାତୀୟ ପୁରସ୍କାରପ୍ରାପ୍ତ ରାମ କିଶୋର ଶର୍ମା, କେନ୍ଦ୍ର ମନ୍ତ୍ରୀ କିଶାନ ଖଣ୍ଡେଲୱାଲ ଓ ସମାଜସେବୀ ନରେନ୍ଦ୍ର ଦାଶ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ବିଜୟ ଟିମ୍କୁ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା।
#ଆସିବେ_ଶାହା_ନଡ୍ଡା
ଓଡ଼ିଶା ଆସିବେ ଅମିତ ଶାହା, ଜେପି ନଡ୍ଡା । ଜୁନ୍ ୧୭ରେ ଆସିବେ ଗୃହ ମନ୍ତ୍ରୀ ଅମିତ ଶାହା । ୨୨ ତାରିଖରେ ଆସିବେ ବିଜେପି ସଭାପତି ଜେପି ନଡ୍ଡା । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା #BJP#OTVpic.twitter.com/ObB2YP55vw— ଓଟିଭି (@otvkhabar) June 2, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)