/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722258185.jpg)
Olympics 2024
ବଢ଼ିଲା ପଦକ ଆଶା, ପୁଣି ମେଡାଲ ମ୍ୟାଚ୍ ଖେଳିବେ ସୁଟିଂ ଷ୍ଟାର ମନୁ ଭାକର । ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ୍ ମେଡାଲ ଜିତିବା ପରେ ଟିମ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ମନୁ । ଚଳିତ ପ୍ୟାରିସ ୨୦୨୪ ଅଲିମ୍ପିକ୍ସର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର ବ୍ରୋଞ୍ଜ ମେଡାଲ୍ ମ୍ୟାଚ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ମନୁ ଭାକର ଓ ସରବଜୋତ୍ ସିଂହ । ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ତୃତୀୟ ସ୍ଥାନରେ ରହିବା ପରେ ମେଡାଲ୍ ରାଉଣ୍ଡ ଟିକେଟ ହାସଲ କରିଛନ୍ତି ଭାରତୀୟ ଯୋଡ଼ି ।
ଅଧିକ ପଢନ୍ତୁ : ଅଲିମ୍ପିକ୍ସରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା, ଯାହାକୁ କେବେ ଭୁଲିପାରିବେନି ଭାରତୀୟ
ବ୍ୟକ୍ତିଗତ ଇଭେଣ୍ଟରେ ବ୍ରୋଞ୍ଜ୍ ମେଡାଲ ଜିତିଥିବା ମନୁ ଓ ସରବଜୋତ ମୋଟ୍ ୫୮୦ ପଏଣ୍ଟ ହାସଲ କରିଛନ୍ତି । ଏହି ଭାରତୀୟ ଯୋଡ଼ି କୋରିଆର ଓ ୟି ଜିନ୍ ଓ ଲି ୱନୋଙ୍କ ବିପକ୍ଷରେ ବ୍ରୋଞ୍ଜ୍ ମେଡାଲ୍ ମ୍ୟାଚ୍ ଖେଳିବେ । କୋରିଆ ଯୋଡ଼ି ୫୭୯ ପଏଣ୍ଟ ହାସଲ କରିବା ସହ ଯୋଗ୍ୟତା ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି ।
୫୮୨ ପଏଣ୍ଟ ସହ ତୁର୍କୀ ଓ ୫୮୧ ପଏଣ୍ଟ ହାସଲ କରି ସର୍ବିୟା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିବା ସହ ମେଡାଲ ଗୋଲ୍ଡ ମେଡାଲ ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ତେବେ ଅନ୍ୟଏକ ଭାରତୀୟ ଯୋଡ଼ି, ରିଦିମ ସାଙ୍ଗୱାନ ଓ ଅର୍ଜୁନ ସିଂ ଚିମା ୫୭୬ ପଏଣ୍ଟ ସ୍କୋର କରିବା ସହ ମେଡାଲ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)