/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722602671.jpg)
Manu Bhaker
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଯୁବ ସୁଟର ମନୁ ଭାକର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସୁଟିଂରେ ଦୁଇଟି ପଦକ ଜିତିବା ପରେ ଏବେ ତୃତୀୟ ପଦକ ଆଶା ଦେଇଛନ୍ତି ମନୁ । ଶୁକ୍ରବାର ପ୍ୟାରିସ୍ ଅଲିମ୍ପିକ୍ସର ଷଷ୍ଠ ଦିନରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଆସନ୍ତାକାଲି ଦିନ ୧ଟାରେ ଏହି ଇଭେଣ୍ଟର ଫାଇନାଲ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚ୍ରେ ମଧ୍ୟ ମନୁ ଦମଦାର ପ୍ରଦର୍ଶନ କରି ଭାରତକୁ ଆଉ ଏକ ପଦକ ଭେଟି ଦେବେ ବୋଲି ଆଶା କରାଯାଉଛି ।
୨୫ ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୪୦ ଜଣ ସୁଟର ଥିଲେ । ଏହି ଇଭେଣ୍ଟର ପ୍ରୋସିଜନ୍ ରାଉଣ୍ଡ ପରେ ମନୁ ଭାକର ୨୯୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଏହା ପରେ ରାପିଡ୍ ରାଉଣ୍ଡରେ ମନୁ ମଧ୍ୟ ଦମଦାର ସୁଟିଂ କରି ୨୯୬ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ଶନିବାର ଫାଇନାଲରେ ପୁଣି ତାଙ୍କଠାରୁ ଆଉ ଏକ ମେଡାଲ ପୂରା ଦେଶବାସୀ ଆଶା ରଖିଛନ୍ତି ।
ସୂଚନା ଅନୁସାରେ ଚଳିତ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ତିନୋଟି ବ୍ରୋଞ୍ଜ ମେଡାଲ ଜିତିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ୩ଟି ମେଡାଲ ସୁଟିଂରୁ ଆସିଛି । ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଭାରତକୁ ପ୍ରଥମ ପଦକ ଭେଟି ଦେଇଥିଲେ । ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହାପରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ସରବଜୋତ୍ ସିଂଙ୍କ ସହ ମଧ୍ୟ ବ୍ରୋଞ୍ଜ ମେଡାଲ ଜିତିଥିଲେ ମନୁ । ଏହାପରେ ପୁରୁଷ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ରେ ସ୍ୱପ୍ନିଲ କୁସାଲେ ଭାରତକୁ ତୃତୀୟ ମେଡାଲ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)