Advertisment

ଏକାସାଙ୍ଗରେ ୪୦ଟି ବ୍ରାଣ୍ତରୁ ମିଳିଲା ଅଫର୍‌; ଲକ୍ଷରୁ କୋଟିରେ ପହଞ୍ଚିଲା ମନୁଙ୍କ ରୋଜଗାର...

ରାତା ରାତି ଷ୍ଟାର ବନିଛନ୍ତି  ମନୁ । ମନୁଙ୍କ ଆୟ ଲକ୍ଷରୁ କୋଟିରେ ପହଞ୍ଚିଛି  । ସୂଚନା ଅନୁସାରେ ପାଖାପାଖି ୪୦ଟି ବ୍ରାଣ୍ତର ପ୍ରମୋସନ ପାଇଁ ମନୁଙ୍କୁ ଅଫର୍‌ ମିଳିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Manu Bhaker

Manu Bhaker

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ସୁଟର ମନୁ ଭାକର । ଭାରତ ପାଇଁ ମନୁ ଆଣିଛନ୍ତି ୨ଟି ପଦକ । ୧୦ ମିଟର ଏୟାର ପିସ୍ତଲ ସୁଟିଂର ମିକ୍ସଡ ଇଭେଣ୍ଟରେ ଜିତିଛନ୍ତି ବ୍ରୋଞ୍ଜ ପଦକ। ପାର୍ଟନର ସରବଜୋତ୍ ସିଂହଙ୍କ ସହ ମିଶି ଦେଶ ପାଇଁ ଅଲିମ୍ପିକ୍ସରେ ଆଣିଛନ୍ତି ଏହି ସଫଳତା । କୋରିଆ ସୁଟରଙ୍କୁ ହରାଇଛନ୍ତି ମନୁ-ସରବଜୋତ୍ ଯୋଡ଼ି। ଏଥିସହ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବାରେ ରେକର୍ଡ କରିଛନ୍ତି ମନୁ ଭାକର । ଏହା ପୂର୍ବରୁ ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତି ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ ।  ତେବେ ଏହା ଭିତରେ ରାତା ରାତି ଷ୍ଟାର ବନିଛନ୍ତି ମନୁ । ମନୁଙ୍କ ଆୟ ଲକ୍ଷରୁ କୋଟିରେ ପହଞ୍ଚିଛି  ।  ସୂଚନା ଅନୁସାରେ ପାଖାପାଖି ୪୦ଟି ବ୍ରାଣ୍ତର ଏଣ୍ଡୋର୍ସମେଣ୍ଟ ପାଇଁ ମନୁଙ୍କୁ ଅଫର୍‌ ମିଳିଛି । କିନ୍ତୁ ମନୁ ପ୍ୟାରିସ ଅଲିମ୍ପିକ୍ସରେ ବ୍ୟସ୍ତ ଅଛନ୍ତି । ତେବେ ସେ କୌଣସି ବ୍ରାଣ୍ତ ଏଣ୍ଡୋର୍ସମେଣ୍ଟ ପାଇଁ ଧ୍ୟାନ ଦେଉ ନାହାଁନ୍ତି । କିନ୍ତୁ ତାଙ୍କ ଟିମ୍‌ କୋଟି କୋଟି ଟଙ୍କାର ବ୍ରାଣ୍ତ ଏଣ୍ତୋର୍ସମେଣ୍ଟ ପାଇଁ ଫିକ୍ସ କରିଥିବା ସୂଚନା ମିଳିଛି । 

Advertisment

ତେବେ ମନୁ ପୂର୍ବରୁ ପ୍ରତ୍ୟେକ ବ୍ରାଣ୍ତର ଏଣ୍ଡୋର୍ସମେଣ୍ଟ ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ଚାର୍ଜ ୬ରୁ ୭ ଗୁଣା ବଢିଯାଇଛି  । ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ ପରେ ତାଙ୍କ ଟିମ୍‌ ପାଖାପାଖି ୧.୫ କୋଟି ଟଙ୍କାର ଏକ ବ୍ରାଣ୍ତର ଏଣ୍ତୋର୍ସମେଣ୍ଟ ପାଇଁ ଫିକ୍ସ କରିଥିବା ନେଇ ସୂଚନା ମିଳିଛି । 

ଗତ ୨ରୁ ୩ ଦିନ ମଧ୍ୟରେ ଆମକୁ ପ୍ରାୟ ୪୦ଟି ବ୍ରାଣ୍ତର ଏଣ୍ଡୋର୍ସମେଣ୍ଟ କରିବାକୁ ଅଫର୍‌ ମିଳିଛି । ଆମେ ବର୍ତ୍ତମାନ ଦୀର୍ଘ ମିଆଦି ଆସୋସିଏସନ୍‌ କାରବାର ଉପରେ ଧ୍ୟାନ ଦେଉଛୁ ଓ ଆମେ ଦୁଇଟି ଏଣ୍ଡୋର୍ସମେଣ୍ଟ ମଧ୍ୟ ବନ୍ଦ କରି ଦେଇଛୁ ବୋଲି କହିଛି ମନୁଙ୍କ ଟିମ୍‌କୁ ପରିଚାଳନା କରୁଥିବା କମ୍ପାନୀ  ।

Advertisment

ତେବେ ୨୨ ବର୍ଷୀୟ ମନୁଙ୍କ ଏହି ଅଲିମ୍ପକ ଯାତ୍ରା ଏତେ ସହଜ ନ ଥିଲା । ଦିନ ଏମିତି ବି ଥିଲା, ଯେତେବେଳେ ତାଙ୍କ ମା’ଙ୍କୁ ମନୁଙ୍କ ସାମ୍ନାରୁ ଲୁଚାଇ ନେବାକୁ ପଡିଥିଲା ତାଙ୍କ ପିସ୍ତଲ । ହେଲେ କ’ଣ ପାଇଁ  ? ଆସନ୍ତୁ ଜାଣିବା...

୨୦୨୧ ଟୋକିଓ ଅଲିମ୍ପିକରେ ଭାଗ ନେଇଥିଲେ ମନୁ। ଏମିତିକି ସେ କ୍ବାଲିଫାଇଙ୍ଗ୍‌ ରାଉଣ୍ଡକୁ ମଧ୍ୟ ଯାଇଥିଲେ । ହେଲେ ଦୁଭାଗ୍ୟ ଏହି ସମୟରେ ତାଙ୍କ ପିସ୍ତଲ ଖରାପ ହୋଇଗଲା। ୨୦ ମିନିଟ୍ ପର୍ଯ୍ୟନ୍ତ ସେ କୌଣସି ନିଶାନା ଲଗାଇ ପାରିଲେ ନାହିଁ। ୫୫ ମିନିଟ୍‌ରେ ତାଙ୍କୁ ୪୪ ଟି ସର୍ଟ ଲଗାଇବାକୁ ଥିଲା। ହେଲେ ଭାଗ୍ୟ ସାଥ୍ ଦେଲାନି। ଫାଇନାଲ ରେସ୍‌ରୁ ତାଙ୍କୁ ବାହାରିବାକୁ ପଡିଥିଲା। ଏହି ଘଟଣାରେ ତାଙ୍କ ମା’ ମଧ୍ୟ ଦୁଃଖିତ ହୋଇଥିଲେ। ନିଜେ ମନୁ ଖେଳ ସାରାଜୀବନ ପାଇଁ ଛାଡିଦେବେ ବୋଲି କହିଥିଲେ। ଯାହାକୁ ଲକ୍ଷ କରି ତାଙ୍କ ମା’ ଝିଅ ସାମ୍ନାରୁ ଲୁଚାଇ ନେଇଥିଲେ ପିସ୍ତଲ। ଆଉ ଏହା ପରେ ସେ ବିଦେଶ ଯାଇ ଫ୍ୟାସନ୍‌ ଡିଜାଇନିଂ କୋର୍ସ କରିବାକୁ ବାହାରିଥିଲେ । ହେଲେ କଥାରେ ଅଛି ଯାହାର ମନ ଯୋଊଠି ସେ ତାକୁ ଛାଡିବ କୋଉଠି। ତାହା ହିଁ ହେଲା, ମୁନୁ ପୁଣି ପିସ୍ତଲକୁ ପ୍ରେମ କରିବା ଆରମ୍ଭ କଲେ। ଯଶପାଲ ରାଣାଙ୍କ ନେତୃତ୍ବରେ ପୁଣି ଆରମ୍ଭ ହେଲୋ ଟ୍ରେନିଂ। ଆଉ ନିରନ୍ତର ଉଦ୍ୟମ ପାଇଁ ସେ ହାତେଇଥିଲେ ଅଲିମ୍ପିକ୍ ପଦକ। 

Olympic Manu Bhaker
Advertisment
Advertisment