Advertisment

ସେଞ୍ଚୁରୀ ମାରିଲେ ବିରାଟ କୋହଲି

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଠାରୁ ମାତ୍ର ୩ଟି ଶତକ ପଛରେ ଅଛନ୍ତି ବିରାଟ।

ଅଦ୍ୟତନ ହୋଇଛି
Majestic Virat Kohli Powers India to 390

Majestic Virat Kohli powers India to 390

Advertisment

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆରେ ସେଞ୍ଚୁରୀ ମାରିଲେ ବିରାଟ କୋହଲି। ନିଜ ୱାନଡେ କ୍ୟାରିୟରରେ ସେ ୪୬ ତମ ଶତକ ମାରି ରେକର୍ଡ କରିଛନ୍ତି। ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଠାରୁ ମାତ୍ର ୩ଟି ଶତକ ପଛରେ ଅଛନ୍ତି ବିରାଟ। ଏହି ମ୍ୟାଚରେ ମାତ୍ର ୮୫ ବଲରେ ସେ ଶତକ ହାସଲ କରିଛନ୍ତି। ନିଜ କ୍ରିକେଟ କ୍ୟାରିୟରରେ ସେ ମୋଟ ୭୪ ଟି ଶତକ ହାସଲ କରିଛନ୍ତି।

Advertisment

ଶୁବମନ ଗିଲି ଓ ବିରାଟ କୋହଲିଙ୍କ ଧୂଆଁଧାର ଶତକ ଯୋଗୁ ତୃତୀୟ ଦିନିକିଆରେ ଶ୍ରୀଲଙ୍କା ଆଗରେ ୩୯୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୯୦ ୱିକେଟ ହରାଇ ୫ ରନ୍‌ କରିଥିଲା।

ଅଧିକ ପଢ଼ନ୍ତୁ: କ୍ରିକେଟରୁ ସନ୍ନ୍ୟାସ ନେବେ କି ବିରାଟ ? ଏମିତି ପୋଷ୍ଟ ଶେଆର ପରେ ବଢ଼ିଲା ଫ୍ୟାନ୍ସଙ୍କ ହାର୍ଟ ବିଟ୍‌...

Advertisment

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୪୨ ରନ୍(୪୯ ବଲ୍, ୩ ଛକା, ୨ ଚୌକା), ଶୁବମନ ଗିଲ୍‌ ୧୧୬(୯୭ ବଲ୍‌, ୨ ଛକା ୧୪ ଚୌକା), ବିରାଟ କୋହଲି ଅପରାଜିତ ୧୬୬(୧୧୦ ବଲ୍, ୮ ଛକା, ୧୩ ଚୌକା), ଶ୍ରେୟସ ଆୟର ୩୮ ରନ୍(୩୨ ବଲ୍, ଗୋଟିଏ ଛକା, ୨ ଚୌକା), କେଏଲ୍‌ ରାହୁଲ ୭ ରନ୍, ସୂର୍ଯ୍ୟକୁମାର ଯାଦବ ୪ ରନ୍‌, ଅକ୍ଷର ପଟେଲ ଅପରାଜିତ ୨ ରନ୍ କରିଥିଲେ। ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛି। ତେବେ ଆଜିର ମ୍ୟାଚ୍‌କୁ ଜିତି ଦଳ ସିରିଜ୍‌କୁ ୩-୦ରେ ହାତେଇବାକୁ ପ୍ରୟାସ କରିବ।

Virat Kohli Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ