/odishatv-khabar/media/post_attachments/uploadimage/library/16_9/16_9_0/IPL_2024_1711852389.jpg)
IPL 2024
ଆଇପିଏଲରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ପଞ୍ଜାବକୁ ୨୧ ରନରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ । ୨୦୦ ରନର ବିଜୟଲକ୍ଷ୍ୟକୁ ପିଛା କରି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୭୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଲକ୍ଷ୍ନୌ ଏହି ମ୍ୟାଚରେ ୨୧ ରନରେ ବିଜୟ ହାସଲ କରିଛି ।
ପଞ୍ଜାବ ପକ୍ଷରୁ ଶିଖର୍ ଧାୱନ ୭୦ ରନ୍ ଓ ଜନି ବେଆରଷ୍ଟୋ ୪୨ ରନ କରିଥିଲେ ମଧ୍ୟ ପଞ୍ଜାବକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ପରବର୍ତ୍ତୀ ବ୍ୟାଟରମାନେ ବେପରୁଆ ବ୍ୟାଟିଂ କରି ବିଜୟ ହାତଛଡ଼ା କରିଥିଲେ । ୩୯ ରନରେ ୫ ୱିକେଟ ହରାଇ ବିଜୟ ସୁଯୋଗ ହାତଛଡ଼ା କରିଥିଲା ପଞ୍ଜାବ । ଲକ୍ଷ୍ନୌର ମୟଙ୍କ ଯାଦବଙ୍କ ବୋଲିଂରେ ଘାଇଲା ହୋଇଥିଲା ପଞ୍ଜାବ ।
ଟସ ଜିତି ଲକ୍ଷ୍ନୌ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ ଡି କକ୍ ୩୮ ବଲ୍ ରେ ୫୪ ରନ୍ କରିଥିଲେ । ନିକୋଲସ ପୁରନ ୨୧ ବଲରେ ୪୨ ଓ କୁନାଲ ପାଣ୍ଡ୍ୟା ୨୨ ବଲ୍ ରେ ୪୩ ରନ୍ କରିଥିଲେ । ରାହୁଲ ମାତ୍ର ୧୫ ରନ କରିଥିବା ବେଳେ ଯୁବ ବ୍ୟାଟର ଦେବଦତ୍ତ ପାଡ଼ିକିଲ ମଧ୍ୟ ବିଫଲ ହୋଇଥିଲେ ।
ତେବେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଗୁଜରାଟ ଓ ହାଇଦ୍ରାବାଦ ମ୍ୟାଚଟି ଅହମଦାବାଦ ଷ୍ଟାଡିୟମରେ ଖେଳାଯିବ । ସେହିପରି ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ଟକ୍କର ବିଶାଖାପାଟଣାରେ ହେବ । ଗୁଜରାଟ ଦୁଇଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ହାସଲ କରିଥିବା ବେଳେ ହାଇଦ୍ରାବାଦ ମଧ୍ୟ ସମାନ ସ୍ଥିତିରେ ରହିଛି । ସେହିପରି ଦିଲ୍ଲୀ ଦୁଇଟି ମ୍ୟାଚ ଖେଳିଥିଲେ ମଧ୍ୟ ଗୋଟିଏରେ ମଧ୍ୟ ବିଜୟର ସ୍ୱାଦ ଚାଖିପାରିନାହିଁ । ଅନ୍ୟପଟେ ଚେନ୍ନାଇ ଗୋଟିଏ ମଧ୍ୟ ପରାଜୟ ଭୋଗିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)