Advertisment

ଫିଫା ବିଶ୍ୱକପ୍‌ ବିଜୟ ପରେ ଆର୍ଜେଣ୍ଟିନାକୁ ମିଳିଛି ଏତିକି ଟଙ୍କା, ଜାଣନ୍ତୁ

ଫିଫା ବିଶ୍ୱକପ୍‌ରେ ବିଜୟୀ ଟିମ୍‌ ପୁରସ୍କାର ସ୍ୱରୂପ କେତେ ଅର୍ଥରାଶି ମିଳିଲା ଜାଣିଛନ୍ତି କି ?

ଅଦ୍ୟତନ ହୋଇଛି
FIFA World Cup Prize 2022

FIFA World Cup 2022:

Advertisment

ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା। ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳ ଫିଫା ବିଶ୍ବକପରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ୱପ୍ନ ପୂରା କରିଛି।

Advertisment

ତେବେ ଫିଫା ବିଶ୍ୱକପ୍‌ରେ ବିଜୟୀ ଟିମ୍‌ ପୁରସ୍କାର ସ୍ୱରୂପ କେତେ ଅର୍ଥରାଶି ମିଳିଲା ଜାଣିଛନ୍ତି କି ? ଫିଫା ବିଶ୍ୱକପ୍‌ର ବିଜେତା ଆର୍ଜେଣ୍ଟିନାଙ୍କୁ ୪୨ ମିଲିୟନ୍ ଡଲାର ମିଳିଛି। ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୩୪୪ କୋଟି ଟଙ୍କା ହେବ। ପୁରସ୍କାର ଅର୍ଥରାଶିର ସିଂହଭାଗ ଟଙ୍କା ପାଇବେ ମେସି ଓ ତାଙ୍କ ଟିମ୍‌।

ଅଧିକ ପଢ଼ନ୍ତୁ: ବିଜୟ ପରେ କାନ୍ଦି ପକାଇଲେ ମେସି, ଦେଖନ୍ତୁ ଭିଡିଓ...

ଅନ୍ୟ ଅଂଶଗ୍ରହଣ କରିଥିବା ଟିମ୍‌କୁ ମଧ୍ୟ ସେମାନଙ୍କ ବିଶ୍ୱକପ୍‌ ପୋଜିସନ୍ ଅନୁସାରେ ଅର୍ଥରାଶି ଦିଆଯାଇଛି। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ୩୨ଟି ଟିମ୍‌କୁ ୧.୫ ମିଲିୟନ ଡଲାର ପାଇଛନ୍ତି। ରନର୍ସ ଅପ୍‌ ଫ୍ରାନ୍ସକୁ ପୁରସ୍କାର ବାବଦକୁ ୩୦ ମିଲିୟନ ଡଲାର ମିଳିଛି। ଭାରତୀୟ ମୁଦ୍ରାରେ ୨୪୬ କୋଟି ହେବ।

Advertisment

କେଉଁ ଟିମ୍‌ ପାଇବେ କେତେ ଟଙ୍କା:

  • ଚାମ୍ପିଅନ(ଆର୍ଜେଣ୍ଟିନା): $42 million (୩୪୪ କୋଟି)
  • ରନର୍ସ ଅପ୍(ଫ୍ରାନ୍ସ):  $30 million (୨୪୬ କୋଟି)
  • ତୃତୀୟ ସ୍ଥାନ କ୍ରୋଏସିଆ  $27 million  (୨୨୧ କୋଟି)
  • ଚତୁର୍ଥ ସ୍ଥାନ ମରକ୍କୋ $25 million (୨୦୫ କୋଟି)
  • ୫ମରୁ ୮ମ ସ୍ଥାନ ଥିବା ଦେଶ: $17 million each (ପ୍ରତ୍ୟେକ ୧୩୯ କୋଟି ଲେଖାଏଁ) (Netherlands, Brazil, Portugal and England)
  • ୯ରୁ ୧୬ତମ ସ୍ଥାନରେ ଥିବା ଦେଶ: $14 million  (ପ୍ରତ୍ୟେକ ୧୧୪ କୋଟି ଲେଖାଏଁ) (U.S., Australia, Poland, Senegal, Japan, South Korea, Spain and Switzerland)
  • ଗ୍ରୁପ୍‌ ଷ୍ଟେଜ୍ ଟିମ୍: $9 million (ପ୍ରତ୍ୟେକ ୭୩ କୋଟି ଲେଖାଏଁ) (Ecuador, Qatar, Iran, Wales, Mexico, Saudi Arabia, Tunisia, Denmark, Germany, Costa Rica, Belgium, Canada, Cameroon, Serbia, Uruguay and Ghana) 
FIFA World Cup 2022 France Argentina
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ