Advertisment

FIFA World Cup 2022: ବିଜୟ ପରେ କାନ୍ଦି ପକାଇଲେ ମେସି, ଦେଖନ୍ତୁ ଭିଡିଓ...

ଫିଫା ବିଶ୍ୱକପ୍-୨୦୨୨ରେ ପେନାଲଟି ସୁଟ୍‌ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ଫଳରେ ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FIFA World Cup 2022

FIFA World Cup 2022

ପୁରା ହେଲା ମେସିଙ୍କ ସ୍ୱପ୍ନ। ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ଫିଫା ବିଶ୍ୱକପ୍-୨୦୨୨ରେ ପେନାଲଟି ସୁଟ୍‌ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ଫଳରେ ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ ବରାବର ଥିଲା।

Advertisment

ନିର୍ଦ୍ଧାରିତ ସମୟରେ ୩-୩ ବରାବର ପରେ ସୁଟ୍‌ ଆଉଟ୍‌ର ଫଇସଲା ହୋଇଥିଲା। ଆଉ ପେନାଲଟି ସୁଟ୍‌ ଆଉଟରେ ୪-୨ରେ ବାଜି ମାତି ତୃତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା। ପ୍ରଥମ ହାଫ୍‌ରେ ଆର୍ଜେଣ୍ଟିନା ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲା।  ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ୨୩ତମ ମିନିଟ୍‌ରେ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ ଆର୍ଜେଣ୍ଟିନା ଷ୍ଟାର ତାରକା ଲିଓନେଲ୍ ମେସି।

Advertisment


— FIFA World Cup (@FIFAWorldCup) December 19, 2022


— Neha Khanna (@nehakhanna_07) December 18, 2022

ଏହାପରେ ମ୍ୟାଚ୍‌ର ୩୬ତମ ମିନିଟ୍‌ରେ ଗୋଲ୍ କରି ଅଗ୍ରଣୀ ବଢ଼ାଇଥିଲେ ଡି ମାରିଆ। ମଧ୍ୟାନ୍ତର ସୁଦ୍ଧା ୨-୦ରେ ଅଗ୍ରଣୀ ଥିଲା ଆର୍ଜେଣ୍ଟିନା। ତେବେ ଫ୍ରାନ୍ସର ଏମ୍ବାପେଙ୍କ ଡବଲ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ। ମ୍ୟାଚ୍‌ର ୮୦ ଓ ୮୨ତମ ମିନିଟ୍‌ରେ ଡବଲ୍ ଗୋଲ୍ କରିଥିଲେ ଏମ୍ବାପେ। ଫଳରେ ମ୍ୟାଚ୍ ୨-୨ ସମାନ ସ୍ଥିତିକୁ ଆସିଯାଇଥିଲା। ବିଗତ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଇତିହାସ ରଚିଛି। ଏହାସହ ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ୱପ୍ନ ପୂରା କରିଛି। ପୂର୍ବରୁ ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚାମ୍ପିୟନ ହେଇଥିବା ବେଳେ, ୧୯୭୮ ଓ ୧୯୮୬ରେ ବିଶ୍ୱ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା।

ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ରୋମାଞ୍ଚକର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି  କହିଛନ୍ତି, ବିଶ୍ୱକପ୍ ଫାଇନାଲ ମ୍ୟାଚ୍‌ ଗୁଡ଼ିକ ମଧ୍ୟରୁ ଏହା ସ୍ମରଣୀୟ ହୋଇ ରହିବ। ପୁରା ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା ଦମଦାର ଖେଳ ପ୍ରଦର୍ଶନ କରିଥିଲା। ଭାରତର ଲକ୍ଷ ଲକ୍ଷ ମେସିଙ୍କ ଫ୍ୟାନ୍ ଆର୍ଜେଣ୍ଟିନର ବୃହତ ବିଜୟ ନେଇ ଉତ୍ସାହିତ ଥିବା ମୋଦି କହିଛନ୍ତି।  ସେହିପରି ଫ୍ରାନ୍ସ ଦଳର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ଥିଲା ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି।  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ବିଶ୍ୱବିଜୟୀ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇବା ସହ ଦମଦାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଛନ୍ତି। 

କତାରରେ ସିନା ବିଶ୍ୱକପ୍ ଫାଇନାଲ ଚାଲିଥିଲା, ହେଲେ ଭାରତର ଫୁଟବଲ୍ ଫ୍ୟାନଙ୍କ ଛାତି ଧଡ଼ଧଡ଼ ହେଉଥିଲା।  ଆଉ ରୋମାଞ୍ଚକର ମ୍ୟାଚ୍‌ରେ ଯେତେବେଳ ଫ୍ରାନ୍ସକୁ ହରାଇଥିଲା ଆର୍ଜେଣ୍ଟିନା, ସଙ୍ଗେ ସଙ୍ଗେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ୍। ଆର୍ଜେଣ୍ଟିନା ବିଶ୍ୱବିଜୟୀ ହେବା ପରେ ଆର୍ଜେଣ୍ଟିନା ଦୂତାବାସରେ ହୋଇଥିଲା ସେଲିବ୍ରେସନର ମାହୋଲ। ନିଜ ଦେଶର ବୃହତ ବିଜୟକୁ ଖୁସି ମନରେ ପାଳିଥିଲେ ଆର୍ଜେଣ୍ଟିନାର ନାଗରିକ। 

FIFA World Cup 2022 FIFA World Cup
Advertisment
Advertisment